ETV Bharat / bharat

ଟିକାକରଣର ପ୍ରଥମ ଦିନ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

author img

By

Published : Jan 16, 2021, 10:56 PM IST

ପ୍ରଥମ ଦିନର ଟିକାକରଣ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପଢନ୍ତୁ ଅଧିକ.....

ଟିକାକରଣର ପ୍ରଥମ ଦିନରେ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା

ନୂଆଦିଲ୍ଲୀ: ପ୍ରଥମ ଦିନର ଟିକାକରଣ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରଥମ ପର୍ଯ୍ୟାୟର ପ୍ରଥମ ଦିନ ଟିକାକରଣ ଆଜି କରାଯାଇଛି । ତେବେ କିଛି ସ୍ଥାନରେ କିଛି ସାଧାରଣ ସମସ୍ୟା ଦେଖା ଦେଇଥିବାର କଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଟିକାକରଣ ସାଇଟରେ ହିତାଧିକାରୀ ତାଲିକା ଅପଲୋଡ୍ ହେବାର ପ୍ରୋଟୋକଲ ଥିବାବେଳେ କିଛି ସ୍ଥାନରେ ଏହି ପ୍ରକ୍ରିୟା ବିଳମ୍ବ ହୋଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ସେହିପରି ଅନ୍ୟ କିଛି ସ୍ଥାନରେ ଆଜି ପାଇଁ ପଞ୍ଜିକୃତ ହୋଇନଥିବା କିଛି ସ୍ବାସ୍ଥ୍ୟକର୍ମୀ ଟୀକା ନେଇଥିବା ପରି ଖବର ଆସିଥିବା ଜଣାପଡିଛି । ଆଜି ପାଇଁ ଯେଉଁ ସବୁ ସ୍ବାସ୍ଥ୍ୟକର୍ମୀଙ୍କ ତାଲିକା ସ୍ଥିର ହୋଇନଥିଲା ସେମାନେ ମଧ୍ୟ କିଛି ସ୍ଥାନରେ ଟିକା ନେଇଛନ୍ତି ।

ତେଣୁ ଏସବୁ ସମସ୍ୟାର କାରଣ ଖୋଜିବା ସହ ଆଗାମୀ ଦିନରେ ସମାଧାନ କରାଯିବା ନେଇ ମଧ୍ୟ କହିଛି ସ୍ବାସ୍ଥ୍ୟମନ୍ତ୍ରଣାଳୟ । ଟିକା କରଣର ଆଜି ପ୍ରଥମ ଦିନ ହୋଇଥିବାରୁ ଏହି ସବୁ ସମସ୍ୟା ଦେଖାଦେଇଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୋ-ଉଇନ ଆପ ମାଧ୍ୟମରେ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.