ଜମ୍ମୁ: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC)ରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସେନା ।
ସେନାର ସୂଚନା ଅନୁସାରେ ଆଜି(ସୋମବାର) ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଆର୍ଲଟ ସେନାବାହିନୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଥିଲା । ଏହାପରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସେନା ଗୁଳିରେ ଦୁଇ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି ।
ନିହତ ଆତଙ୍କୀ ଠାରୁ ଏକେ-୪୭ ଜବତ ହୋଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ପ୍ରକାଶ ଥାଉ କି ସୀମାରେ ଲଗାତାର କିଛି ଦିନ ହେବ ଆତଙ୍କୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଛି । ଅଗଷ୍ଟ ୨୧ରେ ଅୱନ୍ତିପୁରା ଜିଲ୍ଲାରେ ତିନି ଆତଙ୍କୀ ନିପାତ ହୋଇଥିଲେ । ଚଳିତ ବର୍ଷ ପାଖାପାଖି ୯୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିସାରିଛି ଭାରତୀୟ ସେନା ।
@IANS