ETV Bharat / bharat

କାଶ୍ମୀରରେ ୫ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବନିମ୍ନ ଅନୁପ୍ରବେଶ ଉଦ୍ୟମ: ଗୃହ ମନ୍ତ୍ରଣାଳୟ

author img

By

Published : Nov 8, 2022, 11:00 PM IST

ବର୍ଷ ୨୦୨୧-୨୨ ରେ କାଶ୍ମୀରରେ ହ୍ରାସ ପାଇଛି ଅନୁପ୍ରବେଶ ଉଦ୍ୟମ । ମାତ୍ର ୭୩ଟି ସୀମା ପାର ଉଦ୍ୟମ ହୋଇଥବା ଗୃହ ମନ୍ତ୍ରଣାଳୟର ସୂଚନା (MHA report on Infiltration in jk)। ସୁରକ୍ଷା ବାବଦକୁ ଖର୍ଚ୍ଚ ହୋଇଛି ୯୩୬.୦୯୫ କୋଟି । ଅଧିକ ପଢନ୍ତୁ

କାଶ୍ମୀରରେ ୫ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବନିମ୍ନ ଅନୁପ୍ରବେଶ ଉଦ୍ୟମ: ଗୃହ ମନ୍ତ୍ରଣାଳୟ
କାଶ୍ମୀରରେ ୫ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବନିମ୍ନ ଅନୁପ୍ରବେଶ ଉଦ୍ୟମ: ଗୃହ ମନ୍ତ୍ରଣାଳୟ

ଶ୍ରୀନଗର: କାଶ୍ମୀରରେ କ୍ରମାଗତ ହ୍ରାସ ପାଇବାରେ ଲାଗିଛି ଅନୁପ୍ରବେଶ ଉଦ୍ୟମ । ଚଳିତ ୨୦୨୧-୨୨ ବର୍ଷରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଦେଇ କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ଗତ ୫ବର୍ଷ ମଧ୍ୟରେ ସର୍ବାଧିକ ହ୍ରାସ ପାଇଛି (MHA report on Infiltration in jk)। ଏହି ବର୍ଷ ମାତ୍ର ୭୩ଟି ସୀମା ପାର ଉଦ୍ୟମ ହୋଇଛି । ଯାହାକି ଗତ ୫ବର୍ଷର ରେକର୍ଡ ତୂଳନାରେ ସର୍ବନିମ୍ନ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ, ୨୦୧୭ ମସିହାରେ ୪୧୯ ଟି ଅନୁପ୍ରବେଶ ଉଦ୍ୟମ ଘଟଣା ସାମ୍ନାକୁ ଆସିଥିଲା । ସେହିପରି ବର୍ଷ ୨୦୧୮ରେ ୩୨୮ଟି ଘଟଣା, ୨୦୧୯ ରେ ୨୧୬, ୨୦୨୦ ରେ ମାତ୍ର ୯୯ଟି ଅନୁପ୍ରବେଶ ଘଟଣା ଘଟିଥିବା ସରକାରୀ ଭାବେ ତଥ୍ୟ ପ୍ରଦାନ କରାଯାଇଛି । ସେହିପରି ଏହି ସଂଖ୍ୟା ୨୦୨୧-୨୨ ରେ ଆହୁରି ହ୍ରାସ ପାଇ ମାତ୍ର ୭୩ ରେ ସୀମିତ ରହିଛି ।

ଘାଟିରେ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ମଧ୍ୟ ହ୍ରାସ ପାଇଛି । ଯାହର ପ୍ରଭାବ ସ୍ବରୂପ ଏହି ସୀମାପାର ଅନୁପ୍ରବେଶ ମଧ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ସୁରକ୍ଷା ବଳର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଫଳରେ ଏହାକୁ ରୋକିବାରେ ସଫଳତା ମିଳିଥିବା ଗୃହ ମନ୍ତ୍ରଣାଳୟ କହିଛି ।

ସେହିପରି ଘାଟିରେ ସୁରକ୍ଷା ବ୍ୟବସ୍ଥା ବାବଦକୁ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇ ଗୃହ ମନ୍ତ୍ରଣାଳୟ କହିଛି, ବର୍ଷ ୨୦୨୧-୨୨ ରେ କାଶ୍ମୀରରରେ ସୁରକ୍ଷା ବାବଦକୁ ମୋଟ ୯୩୬.୦୯୫ କୋଟି ଖର୍ଚ୍ଚ କରାଯାଇଛି । ଘାଟିରେ ସୁରକ୍ଷା ବ୍ୟବସ୍ଥାରେ ବହୁମାତ୍ରାରେ ସୁଧାର ଆସିଛି । ଆତଙ୍କବାଦ ଓ ହିଂସା ରୋକିବା ଦିଗରେ କେନ୍ଦ୍ର ସରକାର ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭଇ ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.