ନୂଆଦିଲ୍ଲୀ: ଆଜି( ସୋମବାର) ଠାରୁ ଭାରତ-ନେପାଳ ମଧ୍ୟରେ ଦ୍ବିପାକ୍ଷିକ ୧୫ତମ ସୈନ୍ୟ ଅଭ୍ୟାସ ‘ସୂର୍ଯ୍ୟ କିରଣ’ ଆରମ୍ଭ ହୋଇଛି । ଉତ୍ତରାଖଣ୍ଡ (ପିଥୋରାଗଢ) ଠାରେ ଚାଲୁଥିବା ଏହି ସୈନ୍ୟ ଅଭ୍ୟାସ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଶିକ୍ଷଣ ଶିବିରରେ ଉଭୟ ଦେଶର ସୈନ୍ୟ ସ୍ତରରେ ଆତଙ୍କବାଦ ମୁକାବିଲା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେନାର ଭୂମିକା, ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ ନେଇ ବିଭିନ୍ନ ତାଲିମ ସହ ଆଲୋଚନା ହେବ ।
ଅଭ୍ୟାସ କାର୍ଯ୍ୟକ୍ରମରେ ଉଭୟ ଦେଶର ‘ଇନଫ୍ରେଣ୍ଟ୍ରି ବାଟାଲିୟନ’ ସାମିଲ ହୋଇଥିବାବେଳେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଓ ଏହାର ପରିଚାଳନା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିବେ । ଏତଦ୍ ବ୍ୟତୀତ ପାର୍ବତ୍ୟ ଯୁଦ୍ଧ ରଣନୀତି କରିବେ ସ୍ଥିର । ଖାଲି ଏତିକି ନୁହେଁ ଉଭୟ ଦେଶର ସେନା ଅଭ୍ୟାସ ବେଳେ ମାନବିକତା ସହାୟତା, ଜଙ୍ଗଲ ଯୁଦ୍ଧ, ନୂଆ ନୂଆ ଆହ୍ବାନକୁ ନେଇ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ ଓ ଉଚ୍ଚ ଭୂମିରେ ଯୁଦ୍ଧ ଅଭ୍ୟାସ କରିବେ । ଏହି ଅଭ୍ୟାସ ବେଳେ କଠିନ ୪୮ ଘଣ୍ଟିଆ ଯୁଦ୍ଧାଭ୍ୟାସ ମଧ୍ୟ ଅଛି ।
ସୂଚନାଯୋଗ୍ୟଯେ, ଭାରତ-ନେପାଳ ମଧ୍ୟରେ ସାଂସ୍କୃତିକ, ସାମାଜିକ, ଧାର୍ମିକ ମଧ୍ୟରେ ସମାନତା ରହିଆସିଥିବାବେଳେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତି ନିବିଡ ରହିଆସିଛି ।
@ANI