ETV Bharat / bharat

କରାଚିରେ ଇଣ୍ଡିଗୋର ଜରୁରୀ ଅବତରଣ

author img

By

Published : Jul 17, 2022, 9:39 AM IST

ହାଇଦ୍ରାବାଦ ଆସୁଥିବା ବେଳେ ପାକିସ୍ତାନ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ କରାଚିରେ ବିମାନର ଅବତରଣ କରିଥିବା ସୂଚନା । ଅଧିକ ପଢନ୍ତୁ

କରାଚିରେ ଇଣ୍ଡିଗୋର ଜରୁରୀ ଅବତରଣ
କରାଚିରେ ଇଣ୍ଡିଗୋର ଜରୁରୀ ଅବତରଣ

ନୂଆଦିଲ୍ଲୀ: ପାକିସ୍ତାନ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ(IndiGo flight makes emergency landing in Karachi) । ରବିବାର ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା କରାଚି ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ଏବେ କରାଚିରୁ ଯାତ୍ରୀଙ୍କୁ ହାଇଦ୍ରାବାଦ ଆଣିବାକୁ ଏୟାରଲାଇନ କର୍ତ୍ତୃପକ୍ଷ ସେଠାକୁ ଆଉ ଏକ ବିମାନ ପଠାଇଛନ୍ତି । ଏନେଇ ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ବିମାନଟି ୟୁଏଇ ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ସମୟରେ ପାଇଲଟ ଏଥିରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବାକୁ ପାଇଥିଲେ । ତେଣୁ ସେ ସୁରକ୍ଷା ଦୃଷ୍ଟିରୁ ବିମାନକୁ କରାଚିରେ ଜରୁରୀ ଅବତରଣ କରାଇଛନ୍ତି । କହିରଖୁଛୁ କି, ଦୁଇ ସପ୍ତାହ ତଳେ ଭାରତର ଆଉ ଏକ ଏୟାରଲାଇନ ଯାନ୍ତ୍ରିକ ତ୍ରୁଟି ପାଇଁ କରାଚିରେ ଓହ୍ଲାଇଥିଲା । ଦିଲ୍ଲୀରୁ ଦୁବାଇ ଅଭିମୁଖେ ଉଡାଣ ଭରିଥିବା ସ୍ପାଇସଜେଟର ବିମାନ କରାଚିରେ ଜରୁରୀ ଅବତରଣ କରିଥିଲା । ପାକିସ୍ତାନ ଆକାଶରେ ଉଡୁଥିବାବେଳେ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣକୁ କରାଚି ବିମାନବନ୍ଦରରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.