ETV Bharat / bharat

ଇଣ୍ଡିଗୋ ବିମାନରେ ସେବାରେ ତ୍ରୁଟି, ଯାତ୍ରୀଙ୍କ ସାଣ୍ଡୱିଚରୁ ବାହାରିଲା ପୋକ - ସାଣ୍ଡୱିଚରୁ ବାହାରିଲା ପୋକ

Worm in sandwich: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ସାଣ୍ଡୱିଚରୁ ବାହାରିଲା ପୋକ । ଭିଡିଓ ଭାଇରାଲ ପରେ କ୍ଷମା ପ୍ରାର୍ଥନା କଲା ଇଣ୍ଡିଗୋ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

IndiGo
IndiGo
author img

By ETV Bharat Odisha Team

Published : Dec 30, 2023, 9:55 PM IST

ନୂଆଦିଲ୍ଲୀ: ସାଧାରଣତଃ ଯାତ୍ରୀମାନେ ଉନ୍ନତ ସୁବିଧା ଓ ସେବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ବିଶେଷ କରି ମାନ୍ୟଗଣ୍ୟ, ବଡ଼ବଡ଼ିଆ ଲୋକେ ଅଧିକାଂଶ ବିମାନରେ ଯାତ୍ରା କରନ୍ତି । ମାତ୍ର ଏଠାରେ ସାମ୍ନାକୁ ଆସିଥିବା ଘଟଣା ଯାତ୍ରୀମାନଙ୍କୁ ଥରେ ଭାବିବାକୁ ବାଧ୍ୟ କରିଛି । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ ଯାତ୍ରୀ ଉଡାଣ ବେଳେ ଅର୍ଡର କରିଥିବା ସାଣ୍ଡୱିଚରୁ ବାହାରିଛି ପୋକ । ଏନେଇ ଯାତ୍ରୀ ଜଣକ ଭିଡିଓ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଗତ ଶୁକ୍ରବାର ଏହି ଘଟଣା ଘଟିଛି । ଏଭଳି ଘଟଣାର ସମ୍ମୁଖୀନ ହୋଇଥିାବା ଯାତ୍ରୀଙ୍କ ନାମ ଖୁସବୋ ଗୁପ୍ତା ବୋଲି ଜଣାପଡିଛି । ମହିଳା ଯାତ୍ରୀ ଜଣକ ଇଣ୍ଡିଗୋ ବିମାନ 6E 6107ରେ ଦିଲ୍ଲୀରୁ ମୁମ୍ବାଇକୁ ଯାତ୍ରା କରୁଥିଲେ । ଉଡାଣ ସମୟରେ ସେ ଖାଇବା ପାଇଁ ସାଣ୍ଡୱିଚ କିଣିଥିଲେ । ହେଲେ ଖାଦ୍ୟ ଭିତରୁ ବାହାରିଥିଲା ଅଖାଦ୍ୟ । ଏହାପରେ ସଙ୍ଗେ ସଙ୍ଗେ ସେ ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହି ଭିଡିଓଟି ଖୁବ ଜୋରରେ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସର ମୁଖପାତ୍ର ଭିଡିଓ ତଳେ କମେଣ୍ଟ କରି କ୍ଷମା ପ୍ରାର୍ଥନା କରିଥିଲେ ।

ଏହା ବି ପଢନ୍ତୁ- ବିନା ACରେ ଉଡିଲା ବିମାନ: ଗରମରେ ଯାତ୍ରୀ ଛଟପଟ, ଝାଳ ପୋଛିବା ପାଇଁ ଟିସୁ ବାଣ୍ଟିଲେ କ୍ର୍ୟୁ

ଏୟାରଲାଇନ୍ସର ମୁଖପାତ୍ର ଜଣକ ପ୍ରତିକ୍ରିୟା ରଖି କହିଥିଲେ, "ଏହି ଘଟଣାକୁ ନେଇ ଏବେ ତଦନ୍ତ କରାଯାଉଛି । ଯାତ୍ରୀଙ୍କ ଲାଗି ଖାଦ୍ୟ ପ୍ରସ୍ତୁତକାରୀଙ୍କ ସହିତ ଆମ ଟିମ ଯୋଗାଯୋଗରେ ରହିଛି । ଯେଉଁଠି ତ୍ରୁଟି ପରିଲକ୍ଷିତ ହେବେ ସେଠାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେବାରେ ତ୍ରୁଟି ଯୋଗୁଁ ଏୟାରଲାଇନ୍ସ ଅତ୍ୟନ୍ତ ଦୁଃଖିତ ।" ଭାଇରାଲ ହେଉଥିବା ଇନଷ୍ଟାଗ୍ରାମ ଭିଡିଓ ମହିଳା ଯାତ୍ରୀଙ୍କ ଜଣକ ଖାଦ୍ୟର ଗୁଣବତ୍ତା ଉପରେ ପ୍ରଶ୍ନ କରିଥିଲେ । ଏପରିକି ସାଣ୍ଡୱିଚରୁ ପୋକ ବାହାରିବା ନେଇ ସେ କ୍ୟାବିନ କ୍ରୁ ମେମ୍ବରଙ୍କୁ ସୂଚିତ କରିବା ପରେ ମଧ୍ୟ ସେ ଅନ୍ୟ ଯାତ୍ରୀଙ୍କୁ ଉକ୍ତ ଖାଦ୍ୟ ପରଷିଥିବା ଯାତ୍ରୀ ଜଣକ ଅଭିଯୋଗ କରିଛନ୍ତି ।

ଏହାପରେ ମହିଳା ଯାତ୍ରୀ ଖୁସବୋ ଗୁପ୍ତା ପ୍ରଶ୍ନ କରିଛନ୍ତି ଯେ କ୍ୟାବିନ କ୍ରୁ ମେମ୍ବରଙ୍କୁ ଏପରି ଟ୍ରେନିଂ କିଏ ଦେଇଛି ? ଯଦି ଉକ୍ତ ସାଣ୍ଡୱିଚ ଖାଇ ଯାତ୍ରୀ ଅସୁସ୍ଥ ତେବେ ଏଥିଲାଗି କିଏ ଦାୟୀ ରହିବ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.