ETV Bharat / bharat

ଫ୍ଲାଇଟ ମୋଡରେ ଇଣ୍ଡିଗୋ, ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

Indigo on flight mode: ଫ୍ଲାଇଟ ମୋଡରେ ଇଣ୍ଡିଗୋ ଏୟାରଲାଇନ୍ସ । ସିଷ୍ଟମ ଅପଗ୍ରେଡ ପାଇଁ ଏୟାରଲାଇନ୍ସର ଅନଲାଇନ ସେବା ବାଧାପ୍ରାପ୍ତ ହୋଇଛି । ଯେଉଁଥିପାଇଁ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 17, 2024, 11:50 AM IST

ଫ୍ଲାଇଟ ମୋଡରେ ଇଣ୍ଡିଗୋ
ଫ୍ଲାଇଟ ମୋଡରେ ଇଣ୍ଡିଗୋ

ହାଇଦ୍ରାବାଦ: ଫ୍ଲାଇଟ ମୋଡରେ ଇଣ୍ଡିଗୋ ଏୟାରଲାଇନ୍ସ । ଦେଶର ସର୍ବବୃହତ ଏୟାରଲାଇନ୍ସ ଇଣ୍ଡିଗୋ ଫ୍ଲାଇଟକୁ ନେଇ ପୁଣି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅନଲାଇନ ସିଷ୍ଟମ ଅପଗ୍ରେଡ ଯୋଗୁଁ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ମଙ୍ଗଳବାର ରାତି ସମୟରୁ ବୁୁଧବାର ସକାଳ 10ଟା ପର୍ଯ୍ୟନ୍ତ ଅନଲାଇନ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି । ଯାହା ଦେଶବ୍ୟାପୀ ଯାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ସିଷ୍ଟମ ବନ୍ଦ ହେତୁ ଏୟାରଲାଇନ୍ସର ଓ୍ବେବସାଇଟ, ଆପ, ଗ୍ରାହକ ସେବା ଚ୍ୟାନେଲ ଗୁଡିକ ବନ୍ଦ ରହିଥିଲା ।

ତେବେ ଏୟାରଲାଇନ୍ସ ପକ୍ଷରୁ ଏନେଇ ପୂର୍ବରୁ ସୂଚନା ଜାରି କରାଯାଇଥିଲା । ଏୟାରଲାଇନ୍ସର ଓ୍ବେବସାଇଟ ଓ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ଯାତ୍ରୀମାନଙ୍କୁ ଅବଗତ କରାଯାଇଥିଲା । ତେବେ କମ୍ପାନୀ ପକ୍ଷରୁ ବୁଧବାର ସକାଳ 8.30 ସୁଦ୍ଧା ସେବା ପୁନଃଚାଲୁ ହେବ ବୋଲି କୁହାଯାଇଥିଲେ ମଧ୍ୟ ଦିନ 10ଟା ପର୍ଯ୍ୟନ୍ତ ସମୟ ଯାଏ ସମସ୍ୟାରେ ସୁଧାର ଆସିନଥିଲା । ଇଣ୍ଡିଗୋ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ସିଷ୍ଟମ ଅପଗ୍ରେଡ୍ ସମୟରେ ସେଲ୍ଫ ବ୍ୟାଗେଜ ଡ୍ରପ୍, ଡିଜି ଯାତ୍ରା ମଧ୍ୟ ଉପଲବ୍ଧ ହେବ ନାହିଁ । ଓ୍ବେବସାଇଟ, ମୋବାଇଲ ଆପ୍, କଣ୍ଟାକ୍ଟ ସେଣ୍ଟର ଉପରେ ମଧ୍ୟ ପ୍ରଭାବ ପଡିବ । ବିମାନ ଟିକେଟର ଅନଲାଇନ ବୁକିଂ, ପରିବର୍ତ୍ତନ କିମ୍ବା ଓ୍ବେବ ଚେକ୍ ଇନ ମଧ୍ୟ ହୋଇପାରିବ ନାହିଁ ।

ଏହାମଧ୍ୟ ପଢନ୍ତୁ.. ଫ୍ଲାଇଟ ଉଡାଣ ବିଳମ୍ବ ହେବାରୁ ରାଗିଗଲେ ଯାତ୍ରୀ, ପାଇଲଟଙ୍କୁ ପିଟିଲେ

ତେବେ ଇଣ୍ଡିଗୋ ଫ୍ଲାଇଟ ମୋଡ ଯୋଗୁଁ ଯାତ୍ରୀମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ଏହି ଅପ୍ରିତିକର ସ୍ଥିତି ପୁରା ଦେଶରେ ଦେଖିବାକୁ ମିଳିଛି । ଯାତ୍ରୀମାନେ ଟିକେଟ ବୁକିଂ କିମ୍ବା ଅନ୍ୟ କୌଣସି ସେବା ପାଇ ପାରିନାହାନ୍ତି । ଅନ୍ୟପଟେ ଇଣ୍ଡିଗୋ ଟିକେଟ୍ କାଉଣ୍ଟର ସାମ୍ନାରେ ଯାତ୍ରୀମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ନୂଆ ଦିଲ୍ଲୀରେ ଘନ କୁହୁଡି ଯୋଗୁଁ ବିମାନ ଉଡାଣ ବାଧାପ୍ରାପ୍ତ ହେଉଛି । ଘଣ୍ଟା ଘଣ୍ଟା ବିଳମ୍ୱରେ ବିମାନ ଉଡାଣ ଭରୁଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଏହାମଧ୍ୟରେ ଜାନୁଆରୀ 14 ତାରିଖ ଦିନ ଇଣ୍ଡିଗୋ ଫ୍ଲାଇଟରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା । ବିମାନ ବିଳମ୍ବରେ ଉଡାଣ କରିବା ନେଇ ଘୋଷଣା କରିବା ସମୟରେ ଜଣେ ଯାତ୍ରୀ ପାଇଲଟଙ୍କ ଉପରକୁ ଆକ୍ରମଣ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ ଏୟାରଲାଇନ୍ସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ପରେ ଦିଲ୍ଲୀ ପୋଲିସ ଯାତ୍ରୀଙ୍କୁ ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.