ETV Bharat / bharat

ମଝି ଆକାଶରେ ହୃଦଘାତର ଶିକାର ହେଲେ ଯାତ୍ରୀ, ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଯାତ୍ରୀ ହୃଦଘାତରେ ଶିକାର ହେବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ଜୟପୁର ଇଣ୍ଟର ନାସନାଲ ବିମାନବନ୍ଦରରେ ଏହି ଇଣ୍ଡିଗୋ ବିମାନଟି ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଅଧିକ ପଢନ୍ତୁ

author img

By

Published : Aug 21, 2023, 3:37 PM IST

ଜୟପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ଜୟପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଜୟପୁର: ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ଯାତ୍ରୀଙ୍କ ଅସୁସ୍ଥତା କାରଣରୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିଥିବା ଜଣାପଡିଛି । ଇଣ୍ଡିଗୋ ଫ୍ଲାଇଟ୍‌ 6E-1423 ରବିବାର ରାତି 9ଟା 45ମିନିଟ ସମୟରେ ଲ୍ୟାଣ୍ଡିଂ କରିଥିଲା । ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ହୃଦଘାତରେ ଶିକାର ହେବା ନେଇ ଖବର ପାଇଥିଲେ ପାଇଲଟ ଏବଂ କ୍ରୁ ସଦସ୍ୟ । ତେଣୁ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତୁରନ୍ତ ଜୟପୁର ଇଣ୍ଟର ନ୍ୟାସନାଲ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା ଏହି ଇଣ୍ଡିଗୋ ବିମାନ।

ଜୟପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ଜୟପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ସୂଚନା ଅନୁସାରେ, ଏହି ବିମାନଟି ଲକ୍ଷ୍ନୌରୁ ଶାରଜାହ ଅଭିମୁଖେ ଯାତ୍ରା କରୁଥିଲା । ସେହି ସମୟରେ ହଠାତ୍ ଜଣେ ବ୍ୟକ୍ତି ହୃଦଘାତର ଶିକାର ହୋଇଥିଲେ । ଯାତ୍ରୀ ଜଣକ ଗୁରୁତର ହେବାରୁ ବିମାନ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଯାତ୍ରୀଙ୍କର ଏଭଳି ଅବସ୍ଥା ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଘଟଣା ସମ୍ପର୍କରେ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରକୁ ତୁରନ୍ତ ଅବଗତ କରାଇଥିଲେ କ୍ରୁ ମେମ୍ବର୍ସ । ଜୟପୁର ଏୟାରପୋର୍ଟର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ATC) ଅଧିକାରୀମାନେ ବିମାନଟିକୁ ଜରୁରୀ ଅବତରଣ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ସେହିପରି ଗତ 4 ତାରିଖରେ ଇଣ୍ଡିଗୋ ଏୟାରସାଇନ୍ସର ଏକ ବିମାନ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ପାଟନାରୁ ଦିଲ୍ଲୀ ଉଡ଼ାଣ ଭରିବା ପରେ ବିମାନଟିର ଇଞ୍ଜିନ ଫେଲ୍ ହୋଇଯାଇଥିଲା । ପାଇଲଟ ତୁରନ୍ତ ଏୟାରପୋର୍ଟର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ଏମରଜେନ୍ସି ଲ୍ୟାଣ୍ଡିଂ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ...Emergency landing: ଜରୁରୀ ଅବତରଣ କଲା ବାୟୁସେନାର ଲଢୁଆ ହେଲିକପ୍ଟର Apache

ନିକଟରେ ବାୟୁସେନାର ସ୍ବଦେଶୀ ଲାଇଟ କମ୍ବାଟ ହେଲିକପ୍ଟର 'ଧ୍ରୁବ' କ୍ରାସ ହୋଇଥିଲା। ପରେ ରାଜସ୍ଥାନର ସର୍ବପୁରାତନ ଲଢ଼ୁଆ ବିମାନ ମିଗ୍-21 ମଧ୍ୟ କ୍ରାସ ହୋଇଥିଲା । ଏଥିରେ ପାଇଲଟ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ 3 ଜଣଙ୍କ ପ୍ରାଣହାନୀ ହୋଇଥିଲା। ଏହାସହ ଗତ ମେ' ମାସରେ ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲାରେ ବାୟୁସେନାର ଲଢୁଆ ବିମାନ 'ଆପାଚି' ହେଲିକପ୍ଟର ମଧ୍ୟ ଜରୁରୀ ଅବତରଣ କରିଥିଲା।

ଏହା ବି ପଢନ୍ତୁ...ଯୋଧପୁରେ Mi-17 ହେଲିକପ୍ଟରର ଜରୁରୀ ଅବତରଣ

ଏହିପରି ଭାବରେ କେତେବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ତ ଆଉ କେତେବେଳେ ଯାତ୍ରୀ ଅସୁସ୍ଥ ହେବାରୁ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଥାଏ। ତେବେ ରବିବାର ହୃଦଘାତ କାରଣରୁ ବିମାନକୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ପଡିଛି। ଇଣ୍ଡିଗୋ ଫ୍ଲାଇଟ 6E-1423 ରବିବାର ରାତି 9ଟା 45ମିନିଟ ସମୟରେ ଲ୍ୟାଣ୍ଡିଂ କରିଥିଲା । ଏହା ପରେ ତୁରନ୍ତ ଯାତ୍ରୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଥିଲା। ତେବେ ବର୍ତ୍ତମାନ ଯାତ୍ରୀ ଜଣକ ଚିକିତ୍ସାଧୀନ ଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.