ETV Bharat / bharat

Indigo: ପାଟନା ବଦଳରେ ଯାତ୍ରୀଙ୍କୁ ଉଦୟପୁର ନେଇଗଲା ବିମାନ, ଯାଞ୍ଚ ନିର୍ଦ୍ଦେଶ

author img

By

Published : Feb 3, 2023, 10:11 PM IST

ଇଣ୍ଡିଗୋ ବିମାନ ସେବାରେ ତ୍ରୁଟି । ଯାତ୍ରୀଙ୍କୁ ପାଟନା ବଦଳରେ ରାଜସ୍ଥାନର ଉଦୟପୁରରେ ଛାଡିଥିବା ସୂଚନା ମିଳିଛି । ଦ୍ବିତୀୟ ଥର ଲାଗି ଏଭଳି ତ୍ରୁଟି ଦୋହରାଇବା ପରେ ଏୟାର ଲାଇନ୍ସକୁ DGCA ରିପୋର୍ଟ ମାଗିଛି । ଅଧିକ ପଢନ୍ତୁ

Indigo
Indigo

ନୂଆଦିଲ୍ଲୀ: ଗତ କିଛି ମାସ ଧରି ବିମାନରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ସାମନାକୁ ଆସିଛି । ଏବେ ବିମାନ ସେବାରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଛି । ଇଣ୍ଡିଗୋ ଏୟାରଲାଇନର ପାଟନା ଯିବାକୁ ଥିବା ବିମାନ ଉଦୟପୁରରେ ଯାତ୍ରୀଙ୍କୁ ଛାଡ଼ିଥିବା ସାମନାକୁ ଆସିଛି । ପାଟନାଠାରୁ ଉଦୟପୁର ପ୍ରାୟ ୧୪୦୦କିମି ଦୂର ବୋଲି ଜଣାପଡ଼ିଛି । ବିମାନ ସେବାରେ ଇଣ୍ଡିଗୋ ଏୟାର ଲାଇନ ଏପରି ତ୍ରୁଟି କାହିଁକି କଲା ସେ ନେଇ ଯାଞ୍ଚ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଗତ ଜାନୁଆରୀ ୩୦ ତାରିଖରେ ଏପରି ବିରଳ ଘଟଣା ଘଟିଛି ।

DGCA ଅଧିକାରୀଙ୍କ ସୂଚନା ଅନୁସାରେ ବିମାନ ଯାତ୍ରୀ ଅଫସର ହୁସେନ ଇଣ୍ଡିଗୋ ବିମାନ 6E-214ରେ ପାଟନା ଯିବା ଲାଗି ଟିକେଟ ବୁକ୍‌ କରିଥିଲେ । ଏଥିଲାଗି ସେ ଜାନୁଆରୀ ୩୦ ତାରିଖରେ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ମାତ୍ର ସେ ପାଟନା ଯିବା ପରିବର୍ତ୍ତେ ଉଦୟପୁରକୁ ଯାଉଥିବା ଇଣ୍ଡିଗୋ ବିମାନ 6E-319ରେ ବସିଥିଲେ । ଯେତେବେଳେ ସେ ଉଦୟପୁର ବିମାନ ବନ୍ଦରରେ ପହଞ୍ଚିଥିଲେ ସେତେବେଳେ ସେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ସେ ଭୁଲବଶତଃ ଏହି ବିମାନ ବନ୍ଦରରେ ବୋର୍ଡ ହୋଇଥିଲେ । ଉଦୟପୁର ଏୟାରପୋର୍ଟରେ ପହଞ୍ଚିବା ପରେ ଏନେଇ ସେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ।

ଏହା ବି ପଢନ୍ତୁ- ମଝି ଆକାଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସରେ ନିଆଁ, ଆବୁଧାବିରେ କଲା ଅବତରଣ

ଏହାପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ନେଇ ଇଣ୍ଡିଗୋ ଏୟାରଲାଇନକୁ ଖବର ଦେଇଥିଲା । ଏହାପରେ ଉକ୍ତ ଯାତ୍ରୀଙ୍କୁ ପୁଣି ବିମାନ ଯୋଗ ଦିଲ୍ଲୀ ଏୟାରପୋର୍ଟକୁ ଅଣାଯାଇଥିଲା । ଏହାପରେ ସେ ପର ଦିନ ଅର୍ଥାତ ଡିସେମ୍ବର ୩୧ ତାରିଖରେ ପାଟନାରେ ପହଞ୍ଚିଥିଲେ । DGCA ଏନେଇ ଏୟାରଲାଇନକୁ ରିପୋର୍ଟ ମାଗିଛି । ରିପୋର୍ଟ ଆସିବା ପରେ ଏୟାରଲାଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଡିଜିସିଏର କହିବା ଅନୁସାରେ ଯାତ୍ରୀଙ୍କ ବୋର୍ଡିଂ ପାସ୍‌କୁ ଭଲ ଭାବେ ଯାଞ୍ଚ କରାଯାଇନାହିଁ । ଏଥିରେ ବିମାନ କର୍ମଚାରୀଙ୍କ ତ୍ରୁଟି ରହିଛି ।

ବୋର୍ଡିଂ ପାସ୍‌ ଭଲ ଭାବେ ଯାଞ୍ଚ ନ ହେବା ଦ୍ବାରା ଯାତ୍ରୀ ଜଣକ ଭୁଲ୍‌ ବିମାନରେ ବସିଥିଲେ । ଯାତ୍ରା ଲାଗି ବିମାନ ଭିତରକୁ ପ୍ରବେଶ କରିବା ପୂର୍ବରୁ ୨ଥର ବୋର୍ଡିଂ ପାସ୍‌ର ଯାଞ୍ଚ ହୋଇଥାଏ । ତେବେ କିପରି ଯାତ୍ରୀ ଜଣକ ସେବାରେ ଏଭଳି ସମସ୍ୟା ଭୋଗିଲେ ସେନେଇ ଏୟାରଲାଇନକୁ ଡିଜିସିଏ ରିପୋର୍ଟ ମାଗିଛି । ଗତ ୨୦ ଦିନ ପୂର୍ବରୁ ଏପରି ଘଟଣା ଘଟିଥିଲା । ଜାନୁଆରୀ ୧୩ ତାରିଖରେ ଜଣେ ଯାତ୍ରୀଙ୍କୁ ଇନ୍ଦୋର ପରିବର୍ତ୍ତେ ନାଗପୁର ଏୟାରପୋର୍ଟକୁ ନେଇଥିଲା ଇଣ୍ଡିଗୋ ବିମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.