ETV Bharat / bharat

ଭାରତରେ ବଢିଲା ବେରୋଜଗାରି - ଭାରତରେ ବେକାରୀ ସଂଖ୍ୟା ବୃଦ୍ଧି

ଭାରତରେ ବଢିଲା ବେରୋଜଗାରି । ୨୦୨୧ ଡିସେମ୍ବରରେ ଦେଶରେ ବେକାରୀ ହାର ୭.୯୧କୁ ପ୍ରତିଶତ ବୃଦ୍ଧି । ଅଧିକ ପଢନ୍ତୁ

ଭାରତରେ ବଢିଲା ବେରୋଜଗାରି
ଭାରତରେ ବଢିଲା ବେରୋଜଗାରି
author img

By

Published : Jan 4, 2022, 7:28 AM IST

ନୂଆଦିଲ୍ଲୀ: ଭାରତରେ ବଢିଲା ବେକାରୀ ସମସ୍ୟା । କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ଗତ ଡିସେମ୍ବରରେ ଦେଶରେ ବେକାରୀ ହାର ୭.୯୧ ପ୍ରତିଶତରେ ପହଞ୍ଚିଛି । ନଭେମ୍ବରରେ ଏହି ହାର ୭ ପ୍ରତିଶତ ଥିଲା । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(CMIE) ରିପୋର୍ଟରେ ଏହା କୁହାଯାଇଛି । ୨୦୨୧ ଅଗଷ୍ଟ ମାସରେ ଦେଶରେ ବେରୋଜଗାରି ହାର ୮.୩ ପ୍ରତିଶତ ଥିଲା । ଏହାପରଠୁ ଡିସେମ୍ବରରେ ଏହି ହାର ସର୍ବାଧିକ ରହିଛି ।

CMIE ଅନୁଯାୟୀ, ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବେରୋଜଗାରି ବଢିଛି । ସହରାଞ୍ଚଳରେ ବେକାରି ହାର ଡିସେମ୍ବରରେ ୯.୩ ପ୍ରତିଶତରେ ପହଞ୍ଚିଛି । ନଭେମ୍ବରରେ ଏହା ୮.୨ ପ୍ରତିଶତ ରହିଥିଲା । ଡିସେମ୍ବରରେ ଗ୍ରାମାଞ୍ଚଳରେ ବେକାରୀ ରେଟ୍ ୭.୨୮ ପ୍ରତିଶତ ରହିଛି, ଯାହାକି ପୂର୍ବରୁ ୬.୪୪ ପ୍ରତିଶତ ରହିଥିଲା । ହରିୟାଣାରେ ବେକାରି ହାର ସର୍ବାଧିକ ୩୪.୧ ପ୍ରତିଶତ ରହିଛି । ଏହାପଛକୁ ରାଜସ୍ଥାନ, ଝାଡଖଣ୍ଡ, ବିହାର ଏବଂ ଜାମ୍ମୁ-କାଶ୍ମୀରରେ ସର୍ବାଧିକ ବେରୋଜଗାରୀ ହାର ରହିଥିବା ରିପୋର୍ଟରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.