ETV Bharat / bharat

Dubai Expo 2021 ଉଦଘାଟିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ଭାରତୀୟ ପାଭିଲିଅନ - ଦୁବାଇ ଏକ୍ସପୋ

ଉଦଘାଟିତ ହୋଇଛି ଦୁବାଇ ଏକ୍ସପୋ 2020(Dubai Expo 2021 ) ଏହା ଜରିଆରେ ଭାରତକୁ ବିକାଶର ଏକ ବଡ କେନ୍ଦ୍ର ଭାବରେ ପ୍ରଦର୍ଶିତ କରାଯାଇଛି । ଅଧିକ ପଢନ୍ତୁ...

Dubai Expo 2021 ଉଦଘାଟିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ଭାରତୀୟ ପାଭିଲିଅନ

author img

By

Published : Oct 1, 2021, 8:34 PM IST

ଦୁବାଇ: ଭାରତର ପ୍ରଗତି ପଥରେ ଦୁବାଇ ଏକ୍ସପୋ । ଉଦଘାଟିତ ହୋଇଛି ଦୁବାଇ ଏକ୍ସପୋ 2020(Dubai Expo 2021 ) ଏହା ଜରିଆରେ ଭାରତକୁ ବିକାଶର ଏକ ବଡ କେନ୍ଦ୍ର ଭାବରେ ପ୍ରଦର୍ଶିତ କରାଯାଇଛି । ଏଥିରେ ସମ୍ଭାବନା ଓ ବୃଦ୍ଧିକୁ ବିଶେଷ ସ୍ତମ୍ଭ ଭାବରେ ରଖାଯାଇଛି ।

Dubai Expo 2021 ଉଦଘାଟିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ଭାରତୀୟ ପାଭିଲିଅନ
Dubai Expo 2021 ଉଦଘାଟିତ, ଆକର୍ଷଣର କେନ୍ଦ୍ରବିନ୍ଦୁ ଭାରତୀୟ ପାଭିଲିଅନ

ଅକ୍ଟୋବର ପହିଲାରୁ 31 ମାର୍ଚ୍ଚ 2022 ଯାଏଁ ଚାଲିବାକୁ ଥିବା ଏହି ମେଗା ଏକ୍ସପୋରେ ସମସ୍ତଙ୍କୁ ଆକର୍ଷିତ କରୁଛି ଭାରତୀୟ ପାଭିଲିଅନ । ଏହି ପାଭିଲିଅନରେ 600 ବ୍ଲକ୍‌ର ଗଠନ କରାଯାଇଛି । ଏଥିରେ ଭାରତର ଆର୍ଥିକ ପ୍ରଗତିକୁ ପ୍ରଦର୍ଶିତ କରାଯାଇଛି । ଏକ୍ସପୋ ଭାରତର ବର୍ତ୍ତମାନ ପ୍ରଗତି ସହ କିଭଳି ଏହା ବିଶ୍ବ ନେତୃତ୍ବ ହୋଇ ଉଭା ହୋଇଛି, ତାହା ମଧ୍ୟ ଦର୍ଶାଯାଇଛି ।

ଶୁକ୍ରବାର ଦୁବାଇରେ ଭାରତୀୟ ପାଭିଲିଅନର ଉଦଘାଟନ କରିଛନ୍ତି ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ । ଏନେଇ ସେ ଦୁବାଇ ଗସ୍ତରେ ଅଛନ୍ତି ।

ଏକ୍ସପୋର ଥିମ୍

ଜଳବାୟୁ ଏବଂ ଜୈବ ବିବିଧତା, ମହାକାଶ, ସହରାଞ୍ଚଳ ଓ ଗ୍ରାମୀଣ ବିକାଶ, ନିରନ୍ତରତା ଏବଂ ଅଖଣ୍ଡତା, ସୁବର୍ଣ୍ଣ ଜୟନ୍ତୀ, ଜ୍ଞାନ ଏବଂ ଶିକ୍ଷା, ଭ୍ରମଣ ଏବଂ ସଂଯୋଗ, ବିଶ୍ବ ଲକ୍ଷ୍ୟ, ସ୍ବାସ୍ଥ୍ୟ, ଖାଦ୍ୟ-କୃଷି ଏବଂ ଜୀବିକା ସମେତ 11ଟି ମୌଳିକ ବିଷୟବସ୍ତୁ ଉପରେ ଭାରତୀୟ ପାଭିଲିୟନରେ ସ୍ଥାନ ଦିଯାଇଛି ।

ସାଂସ୍କୃତି ଓ ଐତିହ୍ୟ ଉପରେ ଫୋକସ

ଦୁବାଇ ଏକ୍ସପୋ ମାଧ୍ୟମରେ ଭାରତର କେବଳ ଅର୍ଥନୈତିକ କାର୍ଯ୍ୟକଳାପ ଉପରେ ନୁହେଁ ବରଂ ବିଶ୍ବକୁ ସଂସ୍କୃତି ଏବଂ ଐତିହ୍ୟ ପ୍ରଦର୍ଶନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ତେଣୁ ଚାରି ମହଲା ବିଶିଷ୍ଟ ଭାରତୀୟ ପାଭିଲିଅନର ପ୍ରଥମ ମହଲାରେ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହୋଇଛି |

190 ଦେଶ ଅଂଶଗ୍ରହଣ କରିଛନ୍ତି

ଏହି ପ୍ରଦର୍ଶନୀରେ ବିଶ୍ବର 190ଟି ଦେଶ ଅଂଶଗ୍ରହଣ କରିଛନ୍ତି । ଏହି ଦୃଷ୍ଟିରୁ ଭାରତୀୟ ଶିଳ୍ପ ପାଇଁ ଏହାର ଦକ୍ଷତା ପ୍ରଦର୍ଶନ ଏବଂ ପୁଞ୍ଜି ବିନିଯୋଗ ଆକର୍ଷିତ କରିବା ନେଇ ଏହା ଏକ ଉତ୍ତମ ସୁଯୋଗ ପାଲଟିଛି ।

ଅନେକ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଛନ୍ତି

ଫାର୍ମା, ନବୀକରଣ ଯୋଗ୍ୟ ଶକ୍ତି, ସ୍ବାସ୍ଥ୍ୟ, ଆୟୁଷ, ବୟନ, ପେଟ୍ରୋଲିୟମ, ପରିବେଶ ଇତ୍ୟାଦି ମନ୍ତ୍ରଣାଳୟ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି ।

15ଟି ରାଜ୍ୟ ଦୁବାଇ ଏକ୍ସପୋରେ ସାମିଲ

ଭାରତର 15 ଟି ରାଜ୍ୟରୁ ଏଠାରେ ପଣ୍ଡାଲ ମଧ୍ୟ ସ୍ଥାପନ କରାଯାଇଛି। ଏଥି ମଧ୍ୟରେ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଗୁଜୁରାଟ ଆଦି ରାଜ୍ୟ ଅନ୍ତର୍ଭୁକ୍ତ | ଆଗାମୀ 6 ମାସ ମଧ୍ୟରେ ଏହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ ।

ଅଂଶଗ୍ରହଣ କରୁଥିବା ପ୍ରତିଷ୍ଠିତ କମ୍ପାନୀ

ସମସ୍ତ ପ୍ରମୁଖ ଭାରତୀୟ କମ୍ପାନୀ ମଧ୍ୟ ଏହି ଏକ୍ସପୋରେ ଭାଗ ନେଇଛନ୍ତି | ଏଥିରେ ଆଇଟିସି, ପତଞ୍ଜଳି, ରିଲାଏନ୍ସ, ଆଦାନୀ ଗ୍ରୁପ୍ ଅନ୍ତର୍ଭୁକ୍ତ |

2020ରେ ହେବାକୁ ଥିଲା ଦୁବାଇ ଏକ୍ସପୋ । ହେଲେ ମହାମାରୀ କୋରୋନା କାରଣରୁ ଏହାକୁ ଆୟୋଜନ କରାଯାଇପାରିନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.