ETV Bharat / bharat

ଅର୍ଥନୀତିରେ କୋରୋନା ମାଡ, 7.3 ପ୍ରତିଶତ ଖସିଲା ଜିଡିପି

author img

By

Published : Jun 1, 2021, 8:21 AM IST

ଭାରତର ଅଭିବୃଦ୍ଧି ଉପରେ କୋରୋନା ମାଡ । ଗତ ଚାରି ଦଶନ୍ଧି ମଧ୍ୟରେ ଜିଡିପିରେ ସବୁଠୁ ବଡ ଧରଣର ହ୍ରାସ । ଅଧିକ ପଢନ୍ତୁ...

ଅର୍ଥନୀତିରେ କୋରୋନା ମାଡ, 7.3 ପ୍ରତିଶତ ଖସିଲା ଜିଡିପି
ଅର୍ଥନୀତିରେ କୋରୋନା ମାଡ, 7.3 ପ୍ରତିଶତ ଖସିଲା ଜିଡିପି

ନୂଆଦିଲ୍ଲୀ: ଅଭିବୃଦ୍ଧି ଉପରେ କୋରୋନା ଛାୟା । ଖସିଲା ଦେଶର ଜିଡିପି । 2020-21 ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 7.3 ପ୍ରତିଶତ ସଙ୍କୁଚିତ ହୋଇଛି । ଯାହା 1979-80 ପରଠାରୁ ଗତ ଚାରି ଦଶନ୍ଧିରେ ସବୁଠୁ ବଡ ଧରଣର ହ୍ରାସ । ସୋମବାର ଭାରତ ସରକାରଙ୍କ 2020-21 ଆର୍ଥିକ ବର୍ଷ ପାଇଁ ପ୍ରକାଶିତ ଅର୍ଥନୈତିକ ଅଭିବୃଦ୍ଧିର ସର୍ବଶେଷ ଆକଳନରୁ ଏନେଇ ସୂଚନା ମିଳିଛି ।

ତେବେ ମହାମାରୀ ମୁକାବିଲା ପାଇଁ ଭାରତ ସରକାରଙ୍କ ଦ୍ବାରା ଲାଗୁ ଲକଡାଉନ ଓ ସଟଡାଉନ କଟକଣା ଯୋଗୁଁ ଅର୍ଥନୀତି ଉପରେ ଏଭଳି ବଡ ପ୍ରଭାବ ପଡିଥିବା କୁହାଯାଇଛି । ତେବେ 2019-20 ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି 4 ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଜିଡିପି 7.3 ପ୍ରତିଶତ ସଙ୍କୁଚିତ ହୋଇ ପ୍ରଥମ ତ୍ରୟ ମାସକରେ ଅଭିବୃଦ୍ଧି ହାର 1.6 ପ୍ରତିଶତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.