ନୂଆଦିଲ୍ଲୀ : କୋଭିଡକୁ ମାତ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । କୋରୋନାକୁ ମାତ ଦେବା ପାଇଁ ଜୁନ ୨୦୨୧ରେ ଦେଶରେ ଆରମ୍ଭ ହୋଇଛି କ୍ୟାମ୍ପେନ ମୋଡରେ ଟୀକାକରଣ । ଏହାରି ମଧ୍ୟରେ ଦେଶରେ 92 କୋଟି ଅତିକ୍ରମ କରିଛି ଟୀକାକରଣ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ମଙ୍ଗଳବାର ଦେଶରେ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୫୪ ଲକ୍ଷ ଟୀକାକରଣ କରାଯାଇଛି ।
ଗୋଟିଏ ଦିନରେ 28ଲକ୍ଷ 78 ହଜାର 191 ପ୍ରଥମ ଡୋଜ ଦିଆଯାଇଥିଲା ବେଳେ 25 ଲକ୍ଷ 30 ହଜାର 229 ଦ୍ବିତୀୟ ଡୋଜ ଦିଆଯାଇଛି । ତେବେ, ଏପର୍ଯ୍ୟନ୍ତ ଦେଶରେ 92 କୋଟି 11ଲକ୍ଷ 80ହଜାର 022 ଟିକା ହିତାଧିକାରୀଙ୍କୁ ଦିଆଯାଇଛି । ସେଥି ମଧ୍ୟରୁ 66 କୋଟି 68ଲକ୍ଷ 62 ହଜାର 829 ପ୍ରଥମ ଡୋଜ ଟିକା ହିତାଧିକାରୀଙ୍କୁ ଦିଆଯାଇଥିବା ବେଳେ 25 କୋଟି 43 ଲକ୍ଷ 17 ହଜାର 193 ଲୋକଙ୍କୁ ଦିଆଯାଇଛି ଦ୍ବିତୀୟ ଡୋଜ ।
ଚଳିତ ଜାନୁଆରୀ 16ରେ କୋଭିଡ ଟୀକାକରଣ ଡ୍ରାଇଭ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେବେ ଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଦେଶରେ ଜୋରଦାର ହେଉଛି । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋରୋନା ଟିକା ଦିଆଯାଇଥିଲା । ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା । କେନ୍ଦ୍ର ସରକାର ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା ।
@ANI