ETV Bharat / bharat

Vaccination; ଦେଶରେ 83 କୋଟି ଡେଇଁଲା ଟୀକାକରଣ - କୋରୋନା ଟିକା

ମହାମାରୀ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି ଭାରତ । ଏପର୍ଯ୍ୟନ୍ତ ଦେଶରେ 83 କୋଟିରୁ ଅଧିକ ଟୀକାକରଣ ହୋଇସାରିଛି । ଅଧିକ ପଢନ୍ତୁ...

ଦେଶରେ 83 କୋଟି ଡେଇଁଲା ଟୀକାକରଣ
ଦେଶରେ 83 କୋଟି ଡେଇଁଲା ଟୀକାକରଣ
author img

By

Published : Sep 23, 2021, 7:23 AM IST

ନୂଆଦିଲ୍ଲୀ: ମହାମାରୀ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧ ଲଢୁଛି ଭାରତ । ମହାମାରୀ କୋଭିଡକୁ ମାତ ଦେବା ପାଇଁ ଜୋରଦାର ହେଉଛି ଟୀକାକରଣ । ବୁଧବାର ଦିନ ଦେଶରେ 64 ଲକ୍ଷ 98 ହଜାର 274 ଟୀକାକରଣ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଦେଶରେ 83 କୋଟିରୁ ଅଧିକ ଟୀକାକରଣ ହୋଇସାରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ଦେଶରେ ଥିବା ଗରୀବ ଶ୍ରେଣୀର ଲୋକଙ୍କୁ ମହାମାରୀରୁ ରକ୍ଷା କରିବା ପାଇଁ ଟୀକାକରଣକୁ ଜୋରଦାର କରାଯାଉଛି । ଏହାର ନିୟମିତ ସମୀକ୍ଷା ଏବଂ ତଦାରଖ ଜାରି ରହିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି । ଚଳିତ ଜାନୁଆରୀ 16ରେ କୋଭିଡ ଟୀକାକରଣ ଡ୍ରାଇଭ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେବେ ଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଦେଶରେ ଜୋରଦାର ହେଉଛି । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ ।

ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋରୋନା ଟିକା ଦିଆଯାଇଥିଲା । ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା । ପରେ କେନ୍ଦ୍ର ସରକାର ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.