ETV Bharat / bharat

VACCINATION; ଦେଶରେ ୯୯ କୋଟି ଅତିକ୍ରମ କଲା ଟୀକାକରଣ - ମାନସୁଖ ମାଣ୍ଡଭି

ଦେଶରେ ୯୯ କୋଟି ଅତିକ୍ରମ କରିଛି ଟୀକାକରଣ । ଟ୍ବିଟ ଯୋଗେ ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଅଧିକ ପଢନ୍ତୁ...

VACCINATION; ଦେଶରେ ୯୯ କୋଟି ଅତିକ୍ରମ କଲା ଟୀକାକରଣ

author img

By

Published : Oct 19, 2021, 1:37 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ବିରୋଧୀ ଲଢେଇ ଟୀକାକରଣ । ଏହାରି ମଧ୍ୟରେ ଦେଶରେ ୯୯ କୋଟି ଅତିକ୍ରମ କରିଛି ଟୀକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ଏନେଇ ସେ ଟ୍ବିଟ କରି କହିଛନ୍ତି ଯେ ଭାରତ ଏବେ ୯୯ କୋଟି ଟୀକାକରଣ ଅତିକ୍ରମ କରି ମାଇଲଖୁଣ୍ଟ ୧୦୦ କୋଟିର ନିକଟତର ହେଉଛି । ଗତକାଲି ଏହା ୯୮ କୋଟିରେ ପହଞ୍ଚିଥିଲା ।

ତେବେ ଜାନୁଆରୀ ୧୬ରେ କୋଭିଡ ଟୀକାକରଣ ଡ୍ରାଇଭ ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ସେବେଠାରୁ ଦେଶରେ ଟୀକାକରଣ ପ୍ରକ୍ରିୟା ଦେଶରେ ଜୋରଦାର ହେଉଛି । ପରେ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋରୋନା ଟିକା ଦିଆଯାଇଥିଲା । ପରେ ଫେବୃଆରୀ ୨ରେ ଫ୍ରଣ୍ଟଲାଇନ କୋରୋନା ଯୋଦ୍ଧାଙ୍କୁ କରାଯାଇଥିଲା ଭ୍ୟାକ୍ସିନେସନ । ପରେ ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଟୀକାକରଣ ହୋଇଥିଲା । ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କୋରୋନା ଟିକା ଦିଆଯାଇଥିଲା । କେନ୍ଦ୍ର ସରକାର ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ଲୋକଙ୍କୁ ମହାମାରୀରୁ ବର୍ତ୍ତିବା ପାଇଁ କୋରୋନା ଟୀକାକରଣ ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.