ETV Bharat / bharat

Vaccination; ଦେଶରେ 94.62 କୋଟି ଟପିଲା ଟୀକାକରଣ

ମହାମାରୀ ବିରୋଧରେ ଜାରି ରହିଛି ଲଢେଇ । ଏବେ ଦେଶରେ ଟୀକାକରଣ 94.62 କୋଟି ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

Vaccination; ଦେଶରେ 94.62 କୋଟି ଟପିଲା ଟୀକାକରଣ
Vaccination; ଦେଶରେ 94.62 କୋଟି ଟପିଲା ଟୀକାକରଣ
author img

By

Published : Oct 10, 2021, 7:32 AM IST

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ଜାରି ରହିଛି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ 94.62 କୋଟି ଅତିକ୍ରମ କରିଛି । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ଗୋଟିଏ ଦିନରେ 60 ଲକ୍ଷରୁ ଅଧିକ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 60,66,412 କୋରୋନା ଭ୍ୟାକସିନ ହିତାଧିକାରୀଙ୍କୁ ଦିଆଯାଇଛି । ସେଥିମଧ୍ୟରୁ 30 ଲକ୍ଷ 66 ହଜାର 540 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 29ଲକ୍ଷ 99 ହଜାର 872 ଦ୍ବିତୀୟ ଡୋଜ ଦିଆଯାଇଛି । ତେବେ, ଏ ପର୍ଯ୍ୟନ୍ତ ଦେଶରେ 94 କୋଟି 62 ଲକ୍ଷ 90 ହଜାର 307 ଟୀକାକରଣ ହୋଇସାରିଛି । ସେଥିମଧ୍ୟରୁ ପ୍ରଥମ ଡୋଜ 68,00,70,189 ରହିଥିବା ବେଳେ 26,62,20,118 ସେକେଣ୍ତ ଡୋଜ ରହିଛି ।

ତେବେ, ଗତ ୨୪ ଘଣ୍ଟା ମଧ୍ୟରେ 19 ହଜାର 740 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 2ଲକ୍ଷ 36 ହଜାର 643 ସକ୍ରିୟ ସଂକ୍ରମିତ ରହିଛି । ଯାହା ଗତ ସାତମାସ ମଧ୍ୟରେ ସର୍ବନିମ୍ନ ସକ୍ରିୟ ମାମଲା ରହିଥିବା କୁହାଯାଇପାରିବ । ଏହା ସହ 23,070 ଜଣ ଗୋଟିଏ ଦିନରେ ଆରୋଗ୍ୟ ଲାଭ କରିଛନ୍ତି । ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 48 ହଜାର 291ରେ ପହଞ୍ଚିଛି। ତେବେ ଭାରତରେ ସୁସ୍ଥତା ହାର ହାର ବର୍ତ୍ତମାନ 97.98 ପ୍ରତିଶତରେ ପହଞ୍ଚିଛି । ଯାହା ମାର୍ଚ୍ଚ 2020 ପରଠାରୁ ସର୍ବାଧିକ ସର୍ବୋଚ୍ଚ ସ୍ତରରେ ରହିଛି ବୋଲି ମନ୍ତ୍ରଣାଳୟ ରିପୋର୍ଟରେ ଦର୍ଶାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.