ETV Bharat / bharat

24 ଘଣ୍ଟାରେ 1341 କୋରୋନା ମୃତ୍ୟୁ, ମହାରାଷ୍ଟ୍ରରେ ସର୍ବାଧିକ - ଭାରତ କୋରୋନା ମୃତ୍ୟୁ

ଗତ 24 ଘଣ୍ଟାରେ ଦେଶରେ 10ଟି ରାଜ୍ୟରେ 1 ହଜାର 341 ଜଣଙ୍କ କୋରୋନା ଜନିତ ମୃତ୍ୟୁ ଘଟିଛି । ଯେଉଁଥିରେ ମହାରାଷ୍ଟ୍ର ରାଜ୍ୟ ଆଗରେ ଥିବାବେଳେ ତା ପଛକୁ ଦିଲ୍ଲୀ ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

24 ଘଣ୍ଟାରେ 1341 କୋରୋନା ମୃତ୍ୟୁ, ମହାରାଷ୍ଟ୍ରରେ ସର୍ବାଧିକ

author img

By

Published : Apr 17, 2021, 10:34 PM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ସଂକ୍ରମଣକୁ ତାଳ ଦେଇ ବଢୁଛି ମୃତ୍ୟୁ ସଂଖ୍ୟା । ବିଶେଷକରି ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡରେ ସଂକ୍ରମଣ ସର୍ବାଧିକ ରହିଛି । ମହାମାରୀ ପ୍ରସାରକୁ ପ୍ରତିହତ ପାଇଁ ସରକାରଙ୍କ ବ୍ୟାପକ ପ୍ରଚେଷ୍ଟ ସତ୍ତ୍ବେ ବି ସଂକ୍ରମଣ ଓ ମୃତ୍ୟୁସଂଖ୍ୟାରେ ଲାଗୁନି ଲଗାମ । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ ରିପୋର୍ଟରେ ଗତ 24 ଘଣ୍ଟାରେ ଦେଶର 10ଟି ରାଜ୍ୟରେ 85. 83 ପ୍ରତିଶତ କୋରୋନା ମୃତ୍ୟୁ ରେକର୍ଡ ହୋଇଛି । ଯେଉଁଥିରେ ଦେଶର ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡରେ ସର୍ବାଧିକ ମୃତ୍ୟୁସଂଖ୍ୟା ରହିଛି ।

ଗତ 24 ଘଣ୍ଟାରେ ମୋଟ 1 ହଜାର 341 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ମହାରାଷ୍ଟ୍ରରେ 398 ଜଣ, ଦିଲ୍ଲୀରେ 141, ଛତିଶଗଡରେ 138, ଉତ୍ତରପ୍ରଦେଶରେ 103, ଗୁଜୁରାଟରେ 94, କର୍ଣ୍ଣାଟକରେ 78, ମଧ୍ୟପ୍ରଦେଶରେ 60, ଝାଡଖଣ୍ଡରେ 56, ପଞ୍ଜାବରେ 50 ଓ ତାମିଲନାଡୁରେ 33 ଜଣ ରହିଛନ୍ତି । ତେବେ ଭାଗ୍ୟବଶତଃ 9ଟି କେନ୍ଦ୍ରଶାସିତ ଅଞ୍ଚଳରେ ଗତ 24 ଘଣ୍ଟାରେ କୌଣସି କୋରୋନା ଜନିତ ମୃତ୍ୟୁ ରେକର୍ଡ ହୋଇନାହିଁ ।

ସେହିପରି ବର୍ତ୍ତମାନ ଭାରତରେ ମୋଟ ସକ୍ରିୟ ମାମଲା 16 ଲକ୍ଷ 79 ହଜାର 740 ଛୁଇଁଛି । ଏହା ଦେଶର ମୋଟ ପଜିଟିଭ ମାମଲାର 11. 56 ପ୍ରତିଶତ ଅଟେ । ଆହୁରି ମଧ୍ୟ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 34 ହଜାର 692 ନୂତନ ମାମଲା ପଞ୍ଜିକୃତ ହୋଇଛି । ତେବେ ଭାରତରେ ନିରବଚ୍ଛିନ୍ନ ଭାବେ ଦୈନିକ ମାମଲା ବୃଦ୍ଧି ପାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.