ETV Bharat / bharat

ସର୍ଭେ ରିପୋର୍ଟ: ଗୋଆ ବୁଲିବା ଭାରତୀୟଙ୍କ ପ୍ରଥମ ପସନ୍ଦ

author img

By

Published : Jan 16, 2022, 10:33 PM IST

ଅଧିକାଂଶ ଭାରତୀୟ ବିଦେଶ ପର୍ଯ୍ୟଟନସ୍ଥଳୀ ଅପେକ୍ଷା ଘରୋଇ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ପସନ୍ଦ କରନ୍ତି । ଏହି ତାଲିକାରେ ଗୋଆ ସର୍ବାଗ୍ରେ ରହିଛି । ଅଧିକ ପଢ଼ନ୍ତୁ

indians love to visit goa rather than other tourists place says survey report
ସର୍ଭେ ରିପୋର୍ଟ, ଗୋଆ ବୁଲିବା ଭାରତୀୟଙ୍କ ପ୍ରଥମ ପସନ୍ଦ

ନୂଆଦିଲ୍ଲୀ: ଅଧିକାଂଶ ଭାରତୀୟ ବିଦେଶ ପର୍ଯ୍ୟଟନସ୍ଥଳୀ ଅପେକ୍ଷା ଘରୋଇ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ପସନ୍ଦ କରନ୍ତି । ଏହି ତାଲିକାରେ ଗୋଆ ସର୍ବାଗ୍ରେ ରହିଛି । ହୋଟେଲ ସଂସ୍ଥା ଓୟୋ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । ଅଧିକାଂଶ ଭାରତୀୟ ଛୁଟି କାଟିବାକୁ ଗୋଆ ଯିବାକୁ ପସନ୍ଦ କରୁଛନ୍ତି । ଏହା ଦ୍ବିତୀୟ ସ୍ଥାନରେ ମନାଲି ରହିଛି ।

ଓୟୋ ଟ୍ରାଭେଲୋପିଡିଆ ବାର୍ଷିକ ଉପଭୋକ୍ତାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଅଧିକାଂଶ ପର୍ଯ୍ୟଟକ ଓୟୋ ବ୍ୟବହାରକାରୀ ଏଥିରେ ସାମିଲ ଥିଲେ । ଏହି ସର୍ଭେ ରିପୋର୍ଟ ମୁତାବକ ୬୧ ପ୍ରତିଶତ ଭାରତୀୟ ଘରୋଇ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଯିବାକୁ ଅଧିକ ପସନ୍ଦ କରନ୍ତି । ସେହିଭଳି ୨୫ ପ୍ରତିଶତ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଯିବାକୁ ପସନ୍ଦ କରନ୍ତି ।

ବର୍ତ୍ତମାନ ମହାମାରୀ ଯୋଗୁଁ ୮୦ ପ୍ରତିଶତ ପର୍ଯ୍ୟଟକ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ତେବେ ବୁଷ୍ଟର ଡୋଜ୍‌ ଦ୍ବାରା ସେମାନେ ସୁରକ୍ଷିତ ରହି ପାରିବେ ବୋଲି ମତ ଦେଇଛନ୍ତି । ଓୟୋ ଟ୍ରାଭେଲୋପିଡିଆ ସର୍ଭେ ଅନୁଯାୟୀ ଗୋଆ ପସନ୍ଦ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ।

ସେହିଭଳି ଦ୍ବିତୀୟ ସ୍ଥାନରେ ମନାଲୀ ରହିଥିବାବେଳେ ତୃତୀୟ ସ୍ଥାନରେ ଶିମଲା, ଚତୁର୍ଥରେ କେରଳ ଭଳି ସ୍ଥାନ ରହିଛି । କେତେକ ଶିମଲା ବଦଳରେ ଦୁବାଇ ଯିବାକୁ ପସନ୍ଦ କରିବେ ବୋଲି କହିଥିଲେ । ତେବେ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କଥା କହିଲେ ୩୭ ପ୍ରତିଶତ ନିଜ ଜୀବନସାଥୀଙ୍କ ସହ ମାଳଦ୍ବୀପ, ପ୍ୟାରିସ୍‌, ବାଲି, ଓ ସ୍ବିଜରଲାଣ୍ଡ ଯିବାକୁ ପସନ୍ଦ କରୁଛନ୍ତି । ସେହିଭଳି ୧୯ ପ୍ରତିଶତ ନିଜ ବନ୍ଧୁଙ୍କ ସହ ଏହି ସବୁ ସ୍ଥାନ ବୁଲିବାକୁ ଚାହୁଁଥିବା ବେଳେ ୧୨ ପ୍ରତିଶତ ଏକାକୀ (Solo trip) ଏହି ସବୁ ସ୍ଥାନ ବୁଲିବାକୁ ପସନ୍ଦ କରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.