ETV Bharat / bharat

ଲମ୍ବା ଚୁଟି ରଖି ଗିନିଜ୍‌ ବୁକ୍‌ ରେକର୍ଡ, ପୂରଣ ହେଲା ସ୍ମିତା ଶ୍ରୀବାସ୍ତବଙ୍କ ସ୍ୱପ୍ନ

author img

By ETV Bharat Odisha Team

Published : Nov 30, 2023, 12:12 PM IST

Updated : Nov 30, 2023, 12:37 PM IST

ଉତ୍ତର ପ୍ରଦେଶର ୪୬ ବର୍ଷୀୟା ମହିଳା ସ୍ମିତା ଶ୍ରୀବାସ୍ତବ ୭ ଫୁଟ ୯ ଇଞ୍ଚ ଲମ୍ବର କେଶ ରଖି ଗିନିଜ ଓ୍ବାର୍ଲଡ ରେକର୍ଡ କରିଛନ୍ତି । ଅଧିକ ପଢ଼ନ୍ତୁ

ଲମ୍ବା ଚୁଟିରେ ବିଶ୍ବ ରେକର୍ଡ
ଲମ୍ବା ଚୁଟିରେ ବିଶ୍ବ ରେକର୍ଡ

ଲକ୍ଷ୍ନୌ: ଝିଅ ମାନଙ୍କ ସୌନ୍ଦର୍ଯ୍ୟ ବଢ଼ାଏ କେଶ। ଲମ୍ବା, ଘନ କେଶ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ। ପ୍ରାୟତଃ ଅନେକ ଝିଅଙ୍କୁ ଲମ୍ବା କେଶ ପସନ୍ଦ ଥାଏ। ହେଲେ ଲମ୍ବା କେଶକୁ ନେଇ ଯେ ଏକ ରେକର୍ଡ ସୃଷ୍ଟି କରାଯାଇପାରେ ଉତ୍ତର ପ୍ରଦେଶରୁ ଆସିଛି ଏମିତି ଏକ ଖବର । ଉତ୍ତର ପ୍ରଦେଶର ୪୬ ବର୍ଷୀୟା ମହିଳା ସ୍ମିତା ଶ୍ରୀବାସ୍ତବ ୭ ଫୁଟ ୯ ଇଞ୍ଚ ଲମ୍ବର କେଶ ରଖି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡ କରିଛନ୍ତି ।

ସ୍ମିତା 14 ବର୍ଷ ବୟସରୁ ଚୁଟି କାଟି ନାହାନ୍ତି । ଯାହା କାଟିଥିଲେ ୧୪ ବର୍ଷ ପୂର୍ବରୁ ବା ପିଲା ଦିନେ । ଗିନିଜ୍ ୱାର୍ଲଡ ରେକର୍ଡର ସୂଚନା ଅନୁଯାୟୀ, ସ୍ମିତାଙ୍କ କହିବା ମତେ ମହିଳାଙ୍କ ସୁନ୍ଦରପଣ ତାଙ୍କ କେଶରେ ହିଁ ଥାଏ । ସେଇଥିପାଇଁ ହିନ୍ଦୁ ପରମ୍ପରାରେ ମହିଳାମାନେ ସାଧାରଣଃ ଲମ୍ବା କେଶ ରଖିଥାଆନ୍ତି । ଏଥିସହ ସେ 1980 ମସିହାର ବଲିଉଡ୍‌ ଅଭିନେତ୍ରୀମାନଙ୍କ ଲମ୍ବା କେଶ ଦେଖି ସ୍ମିତା ଶ୍ରୀବାସ୍ତବ ଲମ୍ବା କେଶ ରଖିବା ପାଇଁ ଅନୁପ୍ରାଣିତ ହୋଇଥିଲେ । ଯାହା ତାଙ୍କୁ ବର୍ତ୍ତମାନ ରେକର୍ଡ ବୁକରେ ସ୍ଥାନ ଦେଇଛି । ତେବେ ଏଥିପାଇଁ ତାଙ୍କୁ କଷ୍ଟ କରିବାକୁ ପଡ଼େ। କେଶକୁ ସୁନ୍ଦର ଭାବେ ବଢାଇବା ପାଇଁ ସେ ନିୟମିତ ତାର ଯତ୍ନ ନିଅନ୍ତି ।

ତେବେ ସ୍ମିତା ସାଧାରଣତ ସପ୍ତାହରେ ଦୁଇଥର କେଶ ଧୋଇଥାଆନ୍ତି । ଧୋଇବା, ଶୁଖାଇବା, ମୁଣ୍ଡା କୁଣ୍ଡାଇବା ଆଦି ସମଗ୍ର ପ୍ରକ୍ରିୟା ପାଇଁ ତାଙ୍କୁ ପ୍ରତ୍ୟେକ ଥର ତିନି ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ । କେବଳ ୭ ଫୁଟ ୯ ଇଞ୍ଚର ଏ ଲମ୍ବା କେଶକୁ ଧୋଇ ସଫା କରିବାକୁ ତାଙ୍କୁ ପ୍ରାୟ ୩୦ ରୁ ୪୫ ମିନିଟ୍ ସମୟ ଲାଗିଥାଏ। ତେବେ ଏତେ ଚୁଟିକୁ କୁଣ୍ଡାଇବା ସହଜ ନ ଥିବାରୁ ସେ ବେଡ୍ ଉପରେ ଠିଆ ହୋଇ ଚୁଟି କୁଣ୍ଡାଇଥାଆନ୍ତି । ତାଙ୍କର ଲମ୍ବା ଚୁଟି ପାଇଁ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ସ୍ମିତା ।

ଏହା ମଧ୍ୟ ପଢନ୍ତୁ-Guinness World Record: ବିଶ୍ବର ସର୍ବକନିଷ୍ଠ ମହିଳା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ହେଲେ ମଧ୍ୟପ୍ରଦେଶ ଝିଅ

ଏନେଇ ସ୍ମିତା କହିଛନ୍ତି ଯେ, ଲୋକମାନେ ମୋ ପାଖକୁ ଆସନ୍ତି । ମୋ କେଶକୁ ଦେଖିବା ସହ ଫଟୋ ମଧ୍ୟ ଉଠାନ୍ତି । ମୋ ସହିତ ମଧ୍ୟ ସେଲ୍‌ଫି ନିଅନ୍ତି । ସେମାନେ ପ୍ରାୟତଃ ମୁଁ ଚୁଟି ବ୍ୟବହାର କରୁଥିବା ଜିନିଷ ବିଷୟରେ ପଚାରିଥାନ୍ତି, ଯେହେତୁ ମୋ କେଶ ସୁନ୍ଦର ଅଟେ । ମୁଁ ମୋର କେଶରେ ଯାହା ପ୍ରୟୋଗ କରେ ମୁଁ ସେମାନଙ୍କୁ କହିଥାଏ । ଏଥିସହ ସୁସ୍ଥ କେଶ କରିବା ପାଇଁ ସେମାନେ ମଧ୍ୟ ତାହା କରିବାକୁ ଇଚ୍ଛା ପ୍ରକାଶ କରନ୍ତି ।' ତେବେ ସ୍ମିତା ବର୍ତ୍ତମାନ ଏହି ଗିନିଜ୍‌ ବୁକ୍‌ ରେକର୍ଡ ଅଧିକାରୀ ହୋଇ ସେ ଅତ୍ୟଧିକ ଆନନ୍ଦିତ ଥିବା ବେଳେ ସେ ପୂର୍ବରୁ ଏହି ସ୍ୱପ୍ନ ଦେଖୁଥିଲେ ବୋଲି କହିଛନ୍ତି ।

Last Updated : Nov 30, 2023, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.