ନୂଆଦିଲ୍ଲୀ: କୋରୋନା କାଳରେ ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ପାଇଁ କଟକଣା କୋହଳ କଲେ ଭାରତ ସରକାର । ଭାରତରେ ରହିଥିବା ବିଦେଶୀ ନାଗରିକ ଯେଉଁମାନେ କୋଭିଡ କଟକଣା ପାଇଁ ନିଜ ଦେଶକୁ ଫେରି ପାରିନାହାନ୍ତି, ସେମାନଙ୍କ ଭିସା ଅବଧିକୁ ଚଳିତ ମାସ 30 ତାରିଖ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।
ଶେଷ ହୋଇଯାଇଥିବା ଭିସା ଅବଧି ଏଣିକି ଆସନ୍ତା ମାସ 30 ତାରଖ ପର୍ଯ୍ୟନ୍ତ ବୈଧ ରହିବ। ଏହି ସମୟ ମଧ୍ୟରେ ବିଦେଶୀ ନାଗରିକମାନେ ନିଜ ଦେଶକୁ ଫେରିପାରିବେ । ଏହି ନୂଆ ନିୟମ ଫଳରେ ଭିସାର ଅବଧି ଶେଷ ହୋଇଯାଇଥିବା ବିଦେଶୀ ନାଗରିକଙ୍କୁ ଆଉ ଆଇନଗତ ସମସ୍ୟା ସାମ୍ନା କରିବାକୁ ପଡିବ ନାହିଁ । କୋଭିଡ ସଂକ୍ରମଣର ଦ୍ବିତୀୟ ଲହରରେ ବିଭିନ୍ନ ଦେଶକୁ ବିମାନ ସେବା ବନ୍ଦ ହେବା ଫଳରେ ବିଭିନ୍ନ ବିଦେଶୀ ନାଗରିକ ଭାରତରୁ ଫେରି ପାରି ନ ଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ