ETV Bharat / bharat

ବିଦେଶକୁ ଯାଉଥିବା ଛାତ୍ରଛାତ୍ରୀଙ୍କ କ୍ବାରେଣ୍ଟାଇନ ସୁବିଧା ପାଇଁ ୧୦ କୋଟି ଦେଲେ ଆଦର ପୁନାୱାଲା - Adar Poonawalla donates 10 cr for quarantine facility

କୋଭିଶିଲ୍ଡ ଟିକା ନେଇ ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ କ୍ଵାରେଣ୍ଟାଇନ ସୁବିଧା ପାଇଁ ୧୦ କୋଟି ଟଙ୍କା ଦାନ କଲେ ଆଦର ପୁନାୱାଲା । ଅଧିକ ପଢନ୍ତୁ...

କୋଭିଶିଲ୍ଡ ଟୀକା ନେଇ ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କ କ୍ଵାରେଣ୍ଟାଇନ ପାଇଁ 10 କୋଟି ଦାନ କଲେ ଆଦର ପୁନୱାଲା

author img

By

Published : Aug 5, 2021, 5:23 PM IST

ନୂଆଦିଲ୍ଲୀ: ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ କ୍ଵାରେଣ୍ଟାଇନ ସୁବିଧା ପାଇଁ ୧୦ କୋଟି ଟଙ୍କା ଦାନ କଲେ ଆଦର ପୁନୱାଲା । ତେବେ ଆଜି ବି ଭାରତର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅକ୍ସଫୋର୍ଡ ଆଷ୍ଟ୍ରା ଜେନେକା ଦ୍ୱାରା ପ୍ରସ୍ତୁତ କୋଭିଶିଲ୍ଡ କୋରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ କେତେକ ଦେଶରେ କ୍ଵାରେଣ୍ଟାଇନ ବିନା ଯାତ୍ରା ପାଇଁ ଅନୁମତି ମିଳିନାହିଁ । ତେଣୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କମ୍ପାନୀର ସିଇଓ ଆଦର ପୁନାୱାଲା ବିଦେଶରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ବାଧ୍ୟତାମୂଳକ କ୍ବାରେଣ୍ଟାଇନ ପାଣ୍ଠି ଦେବା ପାଇଁ 10 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି।

“ବିଦେଶ ଯାଉଥିବା ଛାତ୍ରଛାତ୍ରୀମାନେ, ଯେହେତୁ କିଛି ଦେଶରେ କୋଭିଶିଲ୍ଡ ଟିକା ନେଇଥିବା ଲୋକମାନଙ୍କ ପାଇଁ କ୍ଵାରେଣ୍ଟାଇନ ବିନା ଯାତ୍ରା କରିବାକୁ ଅନୁମତି ମିଳିନାହିଁ, ସେଥିପାଇଁ ଆପଣଙ୍କୁ କିଛି ଖର୍ଚ୍ଚ ବହନ କରିବାକୁ ପଡିପାରେ। ତେଣୁ ମୁଁ ଏଥିପାଇଁ 10 କୋଟି ଟଙ୍କା ରଖିଛି, ଆବଶ୍ୟକ ହେଲେ ଆର୍ଥିକ ସହାୟତା ପାଇଁ ନିମ୍ନରେ ଆବେଦନ କରନ୍ତୁ ବୋଲି ପୁନାୱାଲା ଗୁରୁବାର ସକାଳେ ଟ୍ୱିଟ କରି କହିଛନ୍ତି।

ଯଦିଓ ବ୍ରିଟେନର ରେଡ୍ ତାଲିକାରୁ ଭାରତ ଅମ୍ବର ତାଲିକାରେ ସ୍ଥାନାନ୍ତରିତ ହୋଇଛି, ତଥାପି ଛାତ୍ରଛାତ୍ରୀମାନଙ୍କୁ ନିଜ ଘରେ କିମ୍ବା ନିଜ ପସନ୍ଦ ମୁତାବକ ସ୍ଥାନରେ 10 ଦିନିଆ କ୍ବାରେଣ୍ଟାଇନରେ ରହିବାରୁ ପଡିବ । କେବଳ ଯେଉଁମାନେ ବ୍ରିଟେନ, ୟୁଏଇ, କିମ୍ବା ଆମେରିକାରେ ଦୁଇ ଡୋଜ ଟୀକାକରଣ କରିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟାଇନରୁ ମୁକ୍ତ କରାଯିବ, ଅର୍ଥାତ୍ ଯଦି ସେମାନେ ଫାଇଜର, ମୋଡର୍ନା, ଆଷ୍ଟ୍ରାଜେନେକା କିମ୍ବା ଜନସନ ଆଣ୍ଡ ଜନସନର କୋଭିଡ ଟିକା ନେଇଛନ୍ତି, ତେବେ ବ୍ରିଟେନରେ ସେମାନଙ୍କୁ କ୍ଵାରେଣ୍ଟାଇନର ଆବଶ୍ୟକତା ନାହିଁ। ଯଦିଓ କୋଭିଶିଲ୍ଡ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଜରୁରୀକାଳୀନ ବ୍ୟବହାର ତାଲିକା ଅଛି, ତଥାପି ୟୁରୋପୀୟ ମେଡିସିନ୍ ଏଜେନ୍ସିରୁ ଏହାକୁ ଅନୁମୋଦନ ମିଳିପାରି ନାହିଁ । ବର୍ତ୍ତମାନ ଏହି ଟିକା 30 ରୁ ଅଧିକ ଦେଶ ଦ୍ୱାରା ଅନୁମୋଦିତ ହୋଇସାରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.