ETV Bharat / bharat

50 ପ୍ରତିଶତ ରେଲୱେ କର୍ମଚାରୀଙ୍କ ଭତ୍ତା କାଟିବାକୁ ଚିନ୍ତା କରୁଛି ରେଳ ମନ୍ତ୍ରଣାଳୟ - railways

ରେଳ କର୍ମଚାରୀଙ୍କ (Travel Allowance and overtime Allowance) ଭ୍ରମଣ ଓ ଓଭର ଟାଇମ ଭତ୍ତା ବାବଦକୁ ଦିଆଯାଉଥିବା 50 ପ୍ରତିଶତ ଅର୍ଥ କାଟ କରିବା ଉପରେ ଯଥାଶୀଘ୍ର ନିଷ୍ପତି ନିଆଯାଇପାରେ ।

50 ପ୍ରତିଶତ ରେଲୱେ କର୍ମଚାରୀ
50 ପ୍ରତିଶତ ରେଲୱେ କର୍ମଚାରୀ
author img

By

Published : Nov 25, 2020, 4:56 PM IST

ନୂଆଦିଲ୍ଲୀ: କୋରୋନା ଜନିତ ଲକଡାଉନ ଯୋଗୁଁ ବଡ ଧରଣର କ୍ଷତି ସହିଛି ଭାରତୀୟ ରେଳ ବିଭାଗ । ଏହାଯୋଗୁଁ ଆର୍ଥିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଦୃଷ୍ଟିରେ ରଖି ବଡ ନିଷ୍ପତି ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ରେଳ ମନ୍ତ୍ରଣାଳୟ ଭାରତୀୟ ରେଲୱେ କର୍ମଚାରୀଙ୍କ ଭତ୍ତାକୁ ହ୍ରାସ କରିବାକୁ ବିଚାର କରୁଥିବା ଜଣାପଡିଛି । ରେଳ କର୍ମଚାରୀଙ୍କ (Travel Allowance and overtime Allowance) ଭ୍ରମଣ ଓ ଓଭର ଟାଇମ ଭତ୍ତା ବାବଦକୁ ଦିଆଯାଉଥିବା 50 ପ୍ରତିଶତ ଅର୍ଥ କାଟ କରିବା ଉପରେ ଯଥାଶୀଘ୍ର ନିଷ୍ପତି ନିଆଯାଇପାରେ ।

ମିଳିଥିବା ଖବର ମୁତାବିକ, ରେଳ ମନ୍ତ୍ରଣାଳୟ ଏହା ଉପରେ କାର୍ଯ୍ୟ କରିବା ଆରମ୍ଭ କରିସାରିଛି । କର୍ମଚାରୀଙ୍କ ଓଭର ଟାଇମ ଏବଂ ଟ୍ରାଭେଲ ଆଲାଉନ୍ସ ବା ଭତ୍ତାକୁ କମ କରିବାକୁ ଯଥାଶୀଘ୍ର ଅନ୍ତିମ ନିର୍ଣ୍ଣୟ ନିଆଯିବ। ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ଭାରତୀୟ ରେଳ 2020-21 ବର୍ଷରେ କର୍ମଚାରୀଙ୍କ ବେତନ ଓ ପେନସନ ରୋକିବା ଉପରେ ବିଚାର କରୁଥିବା କୁହାଯାଉଥିଲା । ଯାହାକୁ ପରେ ସରକାର ଖାରଜ କରିବା ସହ ସୋସିଆଲ ସାଇଟରେ ସ୍ପଷ୍ଟ କରିଥିଲେ ଯେ, ଏଭଳି କରିବା ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ।

ତେବେ ସୂଚନାଯୋଗ୍ୟ ଯେ, ଭାରତୀୟ ରେଳରେ 13 ଲକ୍ଷରୁ ଉର୍ଦ୍ଧ୍ବ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ପାଖାପାଖି 15 ଲକ୍ଷ ପେନସନଧାରୀ ରହିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ଠାରୁ 2020-21ରେ 53,000 କୋଟିର ପେନସନ ଖର୍ଚ୍ଚକୁ ପୂରା କରିବାକୁ ହସ୍ତକ୍ଷେପ କରିବାକୁ ଦାବି କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.