ETV Bharat / bharat

ଲଞ୍ଚ ହେଲା ଭିଷ୍ଟାଡୋମ କୋଚ, ଜାଣନ୍ତୁ କଣ ରହିଛି ହାଇଟେକ ସୁବିଧା...

ନୂଆ ଭିଷ୍ଟାଡୋମ କୋଚ ଲଞ୍ଚ କରିଛି ରେଳ ବିଭାଗ । ମୁମ୍ବାଇ-ପୁଣେ ରୁଟରେ ଗଡିଛି ଏହି ହାଇଟେକ କୋଚ । ଅଧିକ ପଢନ୍ତୁ...

ଲଞ୍ଚ ହେଲା ଭିଷ୍ଟାଡୋମ କୋଚ, ଜାଣନ୍ତୁ କଣ ରହିଛି ହାଇଟେକ ସୁବିଧା...
ଲଞ୍ଚ ହେଲା ଭିଷ୍ଟାଡୋମ କୋଚ, ଜାଣନ୍ତୁ କଣ ରହିଛି ହାଇଟେକ ସୁବିଧା...
author img

By

Published : Jun 26, 2021, 8:45 PM IST

ମୁମ୍ବାଇ: ଗୋଟିଏ ପରେ ଗୋଟିଏ କିର୍ତ୍ତୀମାନ ନିଜ ନାଁରେ ହାସଲ କରିଚାଲିଛି ଭାରତୀୟ ରେଳ ବିଭାଗ । ଏବେ ନୂଆ ଭିଷ୍ଟାଡୋମ କୋଚ ଲଞ୍ଚ କରିଛି ରେଲୱେ । ମୁମ୍ବାଇ-ପୁଣେ ରୁଟରେ ଗଡିଛି ଏହି ହାଇଟେକ କୋଚ ।

ଲଞ୍ଚ ହେଲା ଭିଷ୍ଟାଡୋମ କୋଚ, ଜାଣନ୍ତୁ କଣ ରହିଛି ହାଇଟେକ ସୁବିଧା...

ଭାରତୀୟ ରେଲୱେ ପକ୍ଷରୁ ତିଆରି କରାଯାଇଥିବା ଭିଷ୍ଟାଡୋମ କୋଚ ଦେଶରେ ବର୍ତ୍ତମାନସୁଦ୍ଧା ସବୁଠୁ ଅଧିକ ହାଇଟେକ କୋଚ । ଟ୍ରେନର ଏହି ବଗିରେ ଯାତ୍ରୀମାନେ ବେଶ ବିଳାସପୂର୍ଣ୍ଣ ଯାତ୍ରାର ଅନୁଭବ ପାଇବେ । ଏହାସହ ଏହି କୋଚର ଗତି ଯାତ୍ରାରେ ଅଧିକ ରୋମାଞ୍ଚ ଭରିଦେବ ।

ୟୁରୋପୀୟ ଶୈଳୀରେ ତିଆରି ଭିଷ୍ଟାଡୋମ ଏଲଏଚବି କୋଚ ଘଣ୍ଟାପ୍ରତି 220 କିଲୋମିଟର ବେଗରେ ଗତି କରିପାରେ । ହେଲେ ବର୍ତ୍ତମାନ ଏହାର ଗତି ଘଣ୍ଟା ପ୍ରତି 180 କିଲୋମିଟର ରଖାଯିବାର ସମ୍ଭାବନା ରହିଛି ।

ଭିଷ୍ଟାଡୋମ କୋଚରେ ଖାସ ସୁବିଧା

  • ନୂଆ ଭିଷ୍ଟାଡୋମ କୋଚରେ କାଚର ଛାତ, କାଚର ଝରକା, ଓ 180 ଡିଗ୍ରୀ ଘୁରୁଥିବା ମୁଭିଙ୍ଗ ଚେୟାରର ସୁବିଧା ରହିଛି ।
  • ଏହି କୋଚରେ ଯାତ୍ରୀଙ୍କ ସୁବିଧା ପାଇଁ ୱାଇଫାଇ ଆଧାରିତ ଯାତ୍ରୀ ସୂଚନା ପ୍ରଣାଳୀ ଦିଆଯାଇଛି ।
  • ଅବଜରଭେସନ ଲାଉଞ୍ଜରେ ବଡ ଝରକା ରହିଛି । ସୁରକ୍ଷା ଦୃଷ୍ଟିରୁ ଝରକାଗୁଡିକୁ ସିଟ୍‌ରେ ଲାମିନେଟ କରାଯାଇଛି ।
  • ଭିଷ୍ଟାଡୋମ କୋଚରେ ଏୟାର ସ୍ପ୍ରିଙ୍ଗ ସସପେନ୍ସନ ସୁବିଧା ରହିଛି ।
  • କୋଚରେ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଡିଜିଟାଲ ଡିସପ୍ଲେ ଓ ସ୍ପିକର ଲଗାଯାଇଛି ।
  • ମେଟ୍ରୋ ଭଳି ଏହି କୋଚରେ ଅଟୋମେଟିକ ସ୍ଲାଇଡିଂ ଡୋର୍‌ ଓ ଜିପିଏସ ସିଷ୍ଟମ ରହିଛି ।
  • ଯାତ୍ରୀଙ୍କ ପାଇଁ ମାଇକ୍ରୋୱେଜ ଓଭନ, କଫି ମେକର, ୱାଟରକୁଲର, ଫ୍ରିଜ ଓ ୱାସବେସିନର ସୁବିଧା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.