ETV Bharat / bharat

ରେଳ ଦୁର୍ଘଟଣା ରୋକିବ କବଚ ସିଷ୍ଟମ: 150 ଲୋକୋମୋଟିଭରେ ହେଲା ଇନଷ୍ଚଲ

author img

By

Published : Nov 20, 2022, 10:23 PM IST

ରେଳ ଦୁର୍ଘଟଣାକୁ ରୋକିବ କବଚ ସିଷ୍ଟମ । 150 ଲୋକୋମୋଟିଭରେ ହେଲା ଇନଷ୍ଟଲ (Rail accidents in indian Kavach system in indian railway)। ରହିଛି ନିୟନ୍ତ୍ରଣ ଓ ଯୋଗାଯୋଗର ଅତ୍ୟାଧୁନିକ ପ୍ରଣାଳୀ । ଅଧିକ ପଢନ୍ତୁ

ଦୁର୍ଘଟଣା ରୋକିବ କବଚ ସିଷ୍ଟମ: 150 ଟ୍ରେନରେ ହେଲା ଇନଷ୍ଚଲ

ଲକ୍ଷ୍ନୌ: ରେଳ ଦୁର୍ଘଟଣାକୁ ରୋକିବା ପାଇଁ ରେଳବାଇ ବିକଶିତ କରିଛି 'କବଚ' ସିଷ୍ଟମ । ଏହି ବ୍ୟବସ୍ଥାକୁ 150ଟି ଲୋକୋମୋଟିଭ୍‌ରେ ଇନଷ୍ଟଲ କରାଯାଇଛି (Rail accidents in indian Kavach system in Indian Railway)। ସେହିପରି ନିକଟ ଭବିଷ୍ୟତରେ ଏହି ପ୍ରାଣାଳୀ 400 ଟ୍ରେନର ଇଞ୍ଜିନରେ ବ୍ୟବସ୍ଥିତ କରାଯିବ । ଯାହା ଫଳରେ ରେଳ ଦୁର୍ଘଟଣାକୁ ରୋକା ଯାଇପାରିବ । ରେଳବାଇ ରଖିଥିବା ଲକ୍ଷ୍ୟ ଅନୁସାରେ 2024 ଡିସେମ୍ବର ସୁଦ୍ଧା ଦିଲ୍ଲୀରୁ ମୁମ୍ବାଇ ଏବଂ ଦିଲ୍ଲୀରୁ ହାଓଡା ମେନ-ଲାଇନରେ ଚଳାଚଳ କରୁଥିବା ସମସ୍ତ ଟ୍ରେନରେ ଏହି ପ୍ରଣାଳୀକୁ ଇନଷ୍ଟଲ କାରଯିବ । ଏନେଇ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ କରିସାରିଛି ରେଳବାଇ ।

ଏହି ଦୁର୍ଘଟଣା ପ୍ରତିରୋଧୀ ବ୍ୟବସ୍ଥାକୁ ରିସର୍ଚ୍ଚ ଡିଜାଇନ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (RDSO) ପ୍ରସ୍ତୁତ କରିଛି । ଗତକାଲି (ଶନିବାର) ଆରଡିଏସଓ ଷ୍ଟାଡିୟମରେ ଚାଲିଥିବା ଇନୋ ରେଳ ପ୍ରଦର୍ଶନର ଶେଷ ଦିନରେ ଏହି ମଡେଲର ପ୍ରଦର୍ଶିତ କରାଯାଇଥିଲା । ଅଟୋମେଟିକ୍ ଦୁର୍ଘଟଣା ପ୍ରତିରୋଧୀ ବ୍ୟବସ୍ଥା ଦେଖିବାକୁ ବେଶ ଭିଡ଼ ଜମିଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ,ଏନସିସି କ୍ୟାଡେଟ୍ ମଧ୍ୟ ପ୍ରଦର୍ଶନୀରେ ପହଞ୍ଚି ଏ ସମ୍ପର୍କରେ ଜ୍ଞାନ ଆହରୋଣ କରିଥିଲେ ।

ରେଳ ବିଭାଗ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, 1,600 କିଲୋମିଟର ରେଳ ଲାଇନରେ ସଞ୍ଚାଳିତ ହେଉଥିବା ଲୋକୋମୋଟିଭଗୁଡିକରେ ଏହି କବଚ ସିଷ୍ଟମକୁ ଇନଷ୍ଟଲ କରାଯାଇଛି । ବର୍ତ୍ତମାନ 150ଟି ଲୋକୋମୋଟିଭ୍‌ରେ (ରେଳ ଇଞ୍ଜିନ)ଏହାକୁ ଲଗା ସରିଥିବା ବେଳେ ଖୁବଶୀଘ୍ର ଏହା ଆହୁରି 400 ଲୋକୋରେ ଇନଷ୍ଟଲ ହେବାକୁ ଯାଉଛି । ଦିଲ୍ଲୀ-ହାଓଡା ଏବଂ ଦିଲ୍ଲୀ-ମୁମ୍ବାଇ ରୁଟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଦୁର୍ଘଟଣାକୁ ରୋକା ଯାଇପାରିବ । ଟ୍ରେନ 160 କି.ମି ବେଗରେ ଯାତ୍ରା କଲେ ମଧ୍ୟ ଦୁର୍ଘଟଣାର ଆଶଙ୍କା ସର୍ବନିମ୍ନ ରହିବ ବୋଲି ରେଳବାଇ କହିଛି ।

କେମିତି କାର୍ଯ୍ୟ କରିବ ଏହି ପ୍ରଣାଳୀ:-

ଏହି ଅତ୍ୟାଧନିକ ପ୍ରଣାଳୀରେ ଷ୍ଟେସନରେ ସ୍ଥାପିତ ଯନ୍ତ୍ରାଂସ ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ଲୋକୋ ବା ଇଞ୍ଜିନକୁ ତୁରନ୍ତ ତଥା ପ୍ରଭାବୀ ଢଙ୍ଗରେ ଡାଟା ପ୍ରେରଣ କରିବ । ଡାଇରେକ୍ସନ, କର୍ଭ, ଲାଇନ ଓ ସିଗନାଲ ସମ୍ପର୍କିତ ତଥ୍ୟ ସହ ଅନ୍ୟ ଜରୁରୀ ସୂଚନା ପଠାଇଥାଏ ଏହି ପ୍ରଣାଳୀ । ସେହିପରି କେବଳ ଷ୍ଟେସନରୁ ଇଞ୍ଜିନକୁ ନୁହେଁ ବରଂ ଇଞ୍ଜିନରୁ ପ୍ରତି ଦୁଇ ମିନିଟରେ ଅପଡେଟ ତଥ୍ୟ ମଧ୍ୟ ଷ୍ଚେସନକୁ ପ୍ରେରଣ କରିଥାଏ ଏହି ବ୍ୟବସ୍ଥା । ଫଳରେ ସିଗନାଲ ସମ୍ପର୍କିତ ସମସ୍ୟା, କିମ୍ବା ଇଞ୍ଜିନ ନିର୍ଦ୍ଧାରିତ ବେଗ ଠାରୁ ଓଭରସ୍ପିଡିଂ ହେଲେ ଷ୍ଟେସନରୁ ଏହି ପ୍ରଣାଳୀ ମାଧ୍ୟମରେ ତାକୁ ନିୟନ୍ତ୍ରଣ ମଧ୍ୟ କାରଯାଇପାରିବ । ଲୋକୋପାଇଲଟଙ୍କ ସହ ଯୋଗୋଯୋଗ ନହୋଇ ପାରିଲେ, ଏହି ପ୍ରଣାଳୀରେ ଟ୍ରେନର ଇଞ୍ଜିନକୁ ଷ୍ଟେସନରୁ ମଧ୍ୟ ନିୟନ୍ତ୍ରଣ କରି ବନ୍ଦ ମଧ୍ୟ କରାଯାଇପାରେ । ଯାହା ଫଳରେ ଆସନ୍ନ ଦୁର୍ଘଟଣାକୁ ଅତି ସହଜରେ ରୋକାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.