ETV Bharat / bharat

ସାମୁଦ୍ରିକ ସୁରକ୍ଷା ପାଇଁ 'ସି ଭିଜିଲ-21'ର ସମରାଭ୍ୟାସ - ଦୁଇଦିନ ଧରି ଚାଲିବ ସମରାଭ୍ୟାସ

ସମୁଦ୍ରପଥ ଦେଇ ବାହ୍ୟ ଦେଶର ଆକ୍ରମଣରୁ ଦେଶକୁ ରକ୍ଷା କରିବା ପାଇଁ ଉପକୂଳ ପ୍ରତିରକ୍ଷା 'ସି ଭିଜିଲ-21'ର ଦ୍ବିତୀୟ ସଂସ୍କରଣ ସୋମବାର ଦିନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

'ସି ଭିଗିଲ' -21'ର ଦ୍ବିତୀସାମୁଦ୍ରିକ ସୁରକ୍ଷା ପାଇଁ 'ସି ଭିଜିଲ-21'ର ସମରାଭ୍ୟାସୟ ସଂସ୍କରଣ
ସାମୁଦ୍ରିକ ସୁରକ୍ଷା ପାଇଁ 'ସି ଭିଜିଲ-21'ର ସମରାଭ୍ୟାସ
author img

By

Published : Jan 12, 2021, 3:14 PM IST

Updated : Jan 12, 2021, 5:55 PM IST

ନୂଆଦିଲ୍ଲୀ: ସାମୁଦ୍ରିକ ସୁରକ୍ଷା ଏବଂ ଉପକୂଳ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ପ୍ରସ୍ତୁତିର ମୂଲ୍ୟାଙ୍କନ କରିବା ଲକ୍ଷ୍ୟରେ ଦ୍ବିପାକ୍ଷିକ ପାନ-ଇଣ୍ଡିଆ ଉପକୂଳ ପ୍ରତିରକ୍ଷାର 'ସି ଭିଜିଲ-21'ର ଦ୍ବିତୀୟ ସଂସ୍କରଣ ସୋମବାର ଦିନ ଆରମ୍ଭ ହୋଇଛି । ଏହି ଅଭ୍ୟାସ ଦୁଇଦିନ ଧରି ଚାଲିବ ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି ।

ଏହି ଅଭ୍ୟାସ 7,516 କିଲୋମିଟର ଉପକୂଳବର୍ତ୍ତୀ ଅଞ୍ଚଳ ତଥା ଭାରତର ଏକ୍ସକ୍ଲୁସିଭ୍ ଇକୋନୋମିକ୍ ଜୋନ୍ ଯାଏଁ କରାଯିବ ବୋଲି ସରକାରୀ ବିଜ୍ଞପ୍ତିରୁ ଜଣାପଡିଛି । ଏହା ସହିତ ମତ୍ସ୍ୟଜୀବୀ ତଥା ଉପକୂଳବର୍ତ୍ତୀ ସମ୍ପ୍ରଦାୟ ସମେତ ଅନ୍ୟାନ୍ୟ ସାମୁଦ୍ରିକ ହିତାଧିକାରୀଙ୍କ ସହିତ ସମସ୍ତ 13ଟି ଉପକୂଳବର୍ତ୍ତୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିବା ସରକାରୀ ସୁତ୍ରରୁ ଜଣାପଡିଛି ।

ପ୍ରକାଶ ତଥ୍ୟ ଅନୁଯାୟୀ, ସମୁଦ୍ର ପଥ ଦେଇ ମୁମ୍ବାଇରେ 26/11 ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଉପକୂଳ ସୁରକ୍ଷା ବ୍ୟବସ୍ଥା ପୁନଃସଂଗଠିତ ହୋଇଥିଲା। ସମୁଦ୍ର ପଥ ଦେଇ ଦେଶ ଉପରେ ହେଉଥିବା ଆକ୍ରମଣକୁ ରୋକାଯିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛି ଭାରତୀୟ ନୌସେନା ବିଭାଗ । ସମୁଦ୍ରପଥ ଦେଇ ଦେଶ ଉପରେ ବାହ୍ୟ ଦେଶର ଆକ୍ରମଣକୁ ରୋକିବା ପାଇଁ ପ୍ରତି ଦୁଇବର୍ଷରେ ଏହି ଅଭ୍ୟାସ ହୋଇଥାଏ । ସିଭିଜିଲ ଓ ଟ୍ରୋପେକ୍ସ ମିଳିତ ଭାବରେ ସାମୁଦ୍ରିକ ସୁରକ୍ଷା ପ୍ରଦାନ କରିବାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରିଥାଏ । ଏହି ଅଭ୍ୟାସରେ ଭାରତୀୟ ନୌସେନା, କୋଷ୍ଟଗାର୍ଡ, କଷ୍ଟମ ଓ ଅନ୍ୟାନ୍ୟ ସାମୁଦ୍ରିକ ଏଜେନ୍ସି ସାମିଲ ହେବେ ।

ସାମୁଦ୍ରିକ ସୁରକ୍ଷା ଏବଂ ଉପକୂଳ ପ୍ରତିରକ୍ଷା କ୍ଷେତ୍ରରେ ଆମର ପ୍ରସ୍ତୁତିକୁ ଆକଳନ କରିବା ପାଇଁ ସର୍ବୋଚ୍ଚ ସ୍ତରରେ ଏହା ଏକ ସୁଯୋଗ ପ୍ରଦାନ କରିଥାଏ। ସିଭିଜିଲ 21ର ଅଭ୍ୟାସ ଆମର ଶକ୍ତି,ସାମର୍ଥ୍ୟ ଓ ଦୁର୍ବଳତାର ବାସ୍ତବ ଚିତ୍ର ମୂଲ୍ୟାଙ୍କନ କରିବ । ଏହା ସହ ସାମୁଦ୍ରିକ ଶକ୍ତି ଓ ଜାତୀୟ ସୁରକ୍ଷାକୁ ଆହୁରି ଦୃଢ କରିବ ବୋଲି ବିଜ୍ଞପ୍ତି ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 12, 2021, 5:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.