ଚେନ୍ନାଇ: ତାମିଲନାଡୁର ଜଣେ 22 ବର୍ଷୀୟ ଛାତ୍ରଙ୍କର ଚୀନରେ ମୃତ୍ୟୁ ହୋଇଛି । ଡାକ୍ତର ହୋଇ ସେବା କରିବାକୁ ଅନେକ ସ୍ବପ୍ନ ଦେଖିଥିଲେ ହେଲେ ସବୁ କିଛି ଅଧାରେ ରହିଗଲା । କିଛି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଚୀନରେ ଭାରତୀୟ ଡାକ୍ତରୀ ଛାତ୍ର ଶେଖ ଅବଦୁଲ୍ଲାଙ୍କର ମୃତ୍ୟୁ ହୋଇଛି । ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଶେଖ ଅବଦୁଲ୍ଲାଙ୍କ ମୃତଦେହକୁ ଚୀନରୁ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି ପରିବାର ।
ପୁଡୁକ୍କୋଟାଇ ବୋସ ନଗରର ଶେଖ ଅବଦୁଲ୍ଲା । ତାଙ୍କା ବାପାଙ୍କ ନାମ ସାୟଦ ଅବଦୁଲ୍ଲ । 2017-18ରୁ ଚୀନରେ ଡାକ୍ତରୀ ପଢିବା ଆରମ୍ଭ କରିଥିଲେ । କୋରୋନା ମହାମାରୀ ପାଇଁ ସେ ଅନଲାଇନରେ 3 ବର୍ଷର ପାଠପଢା ଶେଷ କରିଥିଲେ । ଡିସେମ୍ବର 11ରେ ମେଡିକାଲ ଟ୍ରେନିଂ ପାଇଁ ସେ ଚୀନ ଯାଇଥିଲେ । ଚୀନ ଯିବାର ଗୋଟିଏ ସପ୍ତାହ ପରେ ଶେଖ ଅବଦୁଲ୍ଲା ଅସୁସ୍ଥ ହୋଇଥିଲେ । ୟୁନିଭର୍ସିଟି ପକ୍ଷରୁ ତାଙ୍କ ଅଭିଭାବକଙ୍କୁ ସୂଚନା ଦିଆଯାଇଥିଲା । ହର୍ବାନ ସିଟି ହସ୍ପିଟାଲରେ ସେ ଆସିୟୁରେ ଭର୍ତ୍ତି ହୋଇଥିଲେ ।
ଏହା ବି ପଢନ୍ତୁ...ନୂଆବର୍ଷରେ ରାହୁଲଙ୍କ ବାର୍ତ୍ତା, ପ୍ରତି ଗାଁ ଓ ସହରରେ ଖୋଲିବ ପ୍ରେମର ଦୋକାନ
ଡିସେମ୍ବର 26ରେ ଶେଖ ଅବଦୁଲ୍ଲାଙ୍କ ବାପାମାଆ ଜିଲ୍ଲାପାଳ, ରାଜ୍ୟ ସରକାର ଓ କେନ୍ଦ୍ରକୁ ପୁଅକୁ ଜୀବିତ ଫେରାଇ ଆଣିବାକୁ ଏକ ଚିଠି ଲେଖିଥିଲେ । ଏହାରି ଭିତରେ ଚିକିତ୍ସାଧୀନ ଅବସ୍ଥାରେ ଜାନୁଆରୀ 1 ତାରିଖରେ ଶେଖ ଅବଦୁଲ୍ଲାଙ୍କୁ ମୃତ୍ୟୁ ହୋଇଥିବା ଚୀନ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଶେଖଙ୍କ ବାପାମାଆଙ୍କୁ ଜଣାଇଥିଲେ । ଖବର ପାଇବା ପରେ ତାଙ୍କ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ନୂଆବର୍ଷ ସେମାନଙ୍କ ପାଇଁ କଳାଦିନ ପାଲଟିଥିଲା । ଜନ୍ମମାଟିକୁ ଶେଖ ଅବଦୁଲ୍ଲାଙ୍କ ମୃତଦେହ ଫେରାଇ ଆଣିବାକୁ ତାଙ୍କ ବାପାମାଆ ବୈଦେଶିକ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଦାବି କରିଛନ୍ତି ।
ଏହା ବି ପଢନ୍ତୁ...CRPF ଗାଡି ଉପରକୁ ଗ୍ରେନେଡ ମାଡ, ଜଣେ ଆହତ
ପ୍ରକାଶ ଥାଉ କି, ବର୍ତ୍ତମାନ ଚୀନରେ କୋରୋନାର ଭୟଙ୍କର ସ୍ଥିତି ରହିଛି । କୁଢ କୁଢ ମୃତଦେହ ଦେଖିବାକୁ ମିଳିଛି । ଶେଖ କୋରୋନାରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ଚୀନରେ କୋରୋନା ସଂକ୍ରମଣ ନେଇ ଉଦବେଗ ପ୍ରକାଶ କରିଥିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସଂକ୍ରମଣ ଓ ମୃତ୍ୟୁଜନିତ ସମସ୍ତ ତଥ୍ୟ ଦେବାକୁ କହିଛି ହୁ ।