ETV Bharat / bharat

ଶିଳ୍ପପତି ଆଦାନୀଙ୍କୁ ଝଟକା, ବିଶ୍ୱର ଟପ୍-୧୦ ଧନୀ ଲିଷ୍ଟରୁ ଖସିଲେ

author img

By

Published : Jan 31, 2023, 10:52 PM IST

ଆମେରିକୀୟ ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗ ରିପୋର୍ଟ । ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପରେ ଟପ୍ ୧୦ କୋଟିପତି ଲିଷ୍ଟିରୁ ବାଦ ପଡିଲେ ଆଦାନୀ । ଅଧିକ ପଢ଼ନ୍ତୁ

ଟପ୍ ୧୦ କୋଟିପତି ଲିଷ୍ଟିରୁ ବାଦ୍‌ ପଡ଼ିଲେ ଆଦାନୀ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କୁ ବଡ ଝଟକା । ଟପ୍ ୧୦ କୋଟିପତି ଲିଷ୍ଟିରୁ ବାଦ ପଡିଲେ ଆଦାନୀ । ଆଦାନୀ ବର୍ତ୍ତମାନ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ୧୧ ନମ୍ବରକୁ ଖସି ଆସିଛନ୍ତି। ଆମେରିକୀୟ ରିସର୍ଚ୍ଚ ଫର୍ମ ହିଣ୍ଡନବର୍ଗ ରିପୋର୍ଟ ଅନୁଯାୟୀ, ଏସିଆର ଅନ୍ୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ କିଛି ଦିନ ମଧ୍ୟରେ ବହୁ କ୍ଷତି ସହିଛନ୍ତି । ଆଦାନୀ ଗ୍ରୁପ କମ୍ପାନୀଗୁଡିକ ତିନି ଦିନ ମଧ୍ୟରେ ୩୬.୧ ବିଲିୟନ ଡଲାରର କ୍ଷତି କରିଛନ୍ତି। କେବଳ ଏତିକି ନୁହେଁ, କମ୍ପାନୀଗୁଡିକର ସେୟାରରେ ବିପୁଳ ହ୍ରାସ ହେତୁ ଆଦାନୀ ଗ୍ରୁପ୍ ପ୍ରାୟ ୬୫ ବିଲିୟନ ଡଲାରର କ୍ଷତି ସହିଛି। ଯାହା ଫଳରେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଗୌତମ ଆଦାନୀ ଶ୍ରେଷ୍ଠ ଦଶ ଧନୀ ତାଲିକାରୁ ବାଦ ପଡିଛନ୍ତି । ଆଦାନୀ ଗ୍ରୁପା ହିଣ୍ଡନବର୍ଗ ରିପୋର୍ଟକୁ ଅସ୍ୱୀକାର କରିଛି । ରିପୋର୍ଟକୁ ଅସ୍ୱୀକାର କରିବା ସହ ୪୧୩ ପୃଷ୍ଠାର ବିଶିଷ୍ଠ ଏକ ଉତ୍ତର ପ୍ରକାଶ କରିଛି ।

ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ସେୟାର ତଳକୁ ଖସିବାରେ ଲାଗିଛି । ଆଦାନୀ କମ୍ପାନୀର ସେୟାର ଖସିବା କାରଣରୁ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ୪ର୍ଥ ସ୍ଥାନରୁ ଏକାଦଶ ସ୍ଥାନକୁ ଖସି ଆସିଛନ୍ତି ଗୌତମ ଆଦାନୀ । ତାଙ୍କ ଗ୍ରୁପ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବାରେ ଲାଗିଛି। ଅନୁମାନ କରାଯାଉଛି ଯେ ଶୀଘ୍ର ଗୌତମ ଆଦାନୀ ମଧ୍ୟ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମାନ୍ୟତା ମଧ୍ୟ ହରାଇ ପାରନ୍ତି। ଆଦାନୀଙ୍କ ନିଟ ସମ୍ପତ୍ତି ମୂଲ୍ୟ ୮୪.୪ ବିଲିୟନ ଡ଼ଲାରକୁ ଖସି ଆସିଛି। ସେ ବର୍ତ୍ତମାନ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କଠାରୁ ମାତ୍ର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଅମ୍ବାନୀଙ୍କ ମୋଟ ସମ୍ପତ୍ତି ମୂଲ୍ୟ ହେଉଛି ୮୨.୨ ବିଲିୟନ ଡଲାର ରହିଛି ।

ହିଣ୍ଡନବର୍ଗ ରିସର୍ଚ୍ଚ: ଜାନୁୟାରୀ ୨୪ରେ, ହିଣ୍ଡନବର୍ଗ ଆଦାନୀ ଗ୍ରୁପ ସମ୍ବନ୍ଧରେ ୩୨,୦୦୦ ଶବ୍ଦର ଏକ ରିପୋର୍ଟ ପ୍ରକାଶ କରିଥିଲେ। ରିପୋର୍ଟର ଅନୁସନ୍ଧାନରେ ୮୮ଟି ପ୍ରଶ୍ନ ଅନ୍ତର୍ଭୁକ୍ତ ଥିଲା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଗୋଷ୍ଠୀ ଦଶନ୍ଧି ଧରି ଷ୍ଟକ ମାନିପୁଲେଶନ ଏବଂ ଆକାଉଣ୍ଟ ଠକେଇରେ ଜଡିତ ଥିଲା। ରିପୋର୍ଟରେ କୁହାଯାଇଛି ଯେ ଶେୟାର ମୂଲ୍ୟ ବୃଦ୍ଧି ହେତୁ ତିନି ବର୍ଷ ମଧ୍ୟରେ ଆଦାନୀ ଗ୍ରୁପ ପ୍ରତିଷ୍ଠାତା ଗୌତମ ଆଦାନୀଙ୍କ ସମ୍ପତ୍ତି ୧ ବିଲିୟନ ଡ଼ଲାରରୁ ୧୨୦ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି ଅବଧି ମଧ୍ୟରେ, ଗୋଷ୍ଠୀର ୭ ଟି କମ୍ପାନୀର ଶେୟାର ହାରାହାରି ୮୧୯ ପ୍ରତିଶତ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.