ETV Bharat / bharat

Independence Day: ଖବରକାଗଜରେ କେମିତି ଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ

author img

By

Published : Aug 11, 2022, 3:56 PM IST

କେବେ ଆପଣଙ୍କ ମନରେ ଏହି କୌତୁହଳତା ଜାଗ୍ରତ ହୋଇଛି କି ୧୯୪୭ ଅଗଷ୍ଟ ୧୫ ତାରିଖ ଦିନ ଖବରକାଗଜର ପ୍ରଥମ ପୃଷ୍ଠା କିପରି ଥିଲା ? କିପରି ସମସ୍ତ ଭାରତୀୟଙ୍କ ନିକଟରେ ଦେଶ ସ୍ୱାଧୀନତାର ଖବର ପହଞ୍ଚିଥିଲା ? ଆଜି ଦେଶ ସ୍ୱାଧୀନତାର ୭୫ବର୍ଷରେ ପହଞ୍ଚିଥିବା ବେଳେ ଆସନ୍ତୁ ସେହି ଦିନର ଖବରକାଗଜ ଉପରେ ନଜର ପକାଇବା ।

Independence Day, ଖବରକାଗଜରେ କେମିତି ଥିଲା ୧୯୪୭ ଅଗଷ୍ଟ ୧୫ ତାରିଖ

ନୂଆଦିଲ୍ଲୀ: ଗୋଟିଏ ମୁହୂର୍ତ୍ତ ପାଇଁ ଭୁଲି ଯାଆନ୍ତୁ ଆପଣ ସ୍ବାଧୀନତାର ୭୫ବର୍ଷରେ ପାଦ ଥାପିଛନ୍ତି । ସ୍ବାଧୀନତାର ଗୋଟିଏ ରାତି ପୂର୍ବରୁ ଭାରତ ନିସ୍ତବ୍ଦ ଥିଲା । ସମସ୍ତେ ଅଗଷ୍ଟ ୧୫ ତାରିଖର ସକାଳକୁ ଯେପରି ଚାହିଁବସିଥିଲେ । ସେଦିନ ସୁରୁଜ ଉଇଁବା ପରେ ଭାରତବର୍ଷରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ସଭିଙ୍କ ମୁହଁରେ ଥିଲା ସାହସିକତା, ନିର୍ଭୀକତାର ହସ । ତେବେ ସେହି ସକାଳର ଖବରକାଗଜ କିପରି ଥିଲା ? ଦେଶ ଇଂରେଜ ସରକାରଙ୍କ କବଳରୁ ମୁକ୍ତି ପାଇଛି । ଏହି ଖବର କିପରି ସାରା ଦେଶବାସୀଙ୍କ ନିକଟରେ ପହଞ୍ଚିଲା ? ଆସନ୍ତୁ ସେହି ସକାଳକୁ ଫେରିଯାଇ ଉକ୍ତ ଖବରକାଗଜଗୁଡ଼ିକର ପୃଷ୍ଠାଗୁଡ଼ିକୁ ଲେଉଟାଇବା ।

ସ୍ବାଧୀନତାର ପ୍ରଥମ ସକାଳରେ ଖବରକାଗଜ ଗୁଡ଼ିକର ପ୍ରଥମ ପୃଷ୍ଠାରେ ଚମତ୍କାର ହେଡଲାଇନ ଓ ଲେଖା ସ୍ଥାନ ପାଇଥିଲା । ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥା ଖବର ମାଧ୍ୟମରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖକୁ ସେଲିବ୍ରେଟ କରିଥିଲେ । ଚମତ୍କାର ଶବ୍ଦ ସଂଯୋଜନାରେ ଭାରତ ସ୍ବାଧୀନତାକୁ କୋଟି କୋଟି ଭାରତୀୟଙ୍କ ନିକଟରେ ପହଞ୍ଚାଇଥିଲେ । ବାସ୍ତବରେ ଖବରକାଗଜ ପଢି ସ୍ବାଧୀନତାର ସ୍ବାଦ ଚାଖିଥିଲେ ଭାରତୀୟ ।

ଭାରତରେ ସ୍ବତନ୍ତ୍ରତାର ମଙ୍ଗଳ ପ୍ରଭାତ(Hindustan):-

ହିନ୍ଦୁସ୍ତାନ ଖବରକାଗଜ
ହିନ୍ଦୁସ୍ତାନ ଖବରକାଗଜ
ଦୈନିକ ପ୍ରତାପ
ଦୈନିକ ପ୍ରତାପ

ସେଦିନ ହିନ୍ଦୁସ୍ତାନ ଖବରକାଗଜରେ ପ୍ରଥମ ପୃଷ୍ଠାର ଶୀର୍ଷକ ଥିଲା - "ଶତାବ୍ଦୀ ଦାସତ୍ବ ପରେ ଭାରତରେ ସ୍ବାଧୀନତା ପାଇଁ ଶୁଭ ସକାଳ। ବାପୁଙ୍କ ଦୀର୍ଘ ତପସ୍ୟା ସଫଳ ହେଲା।" ଖବରକାଗଜ ପୃଷ୍ଠାର ଅନ୍ୟ ଏକ ଖବରରେ ନେହେରୁଙ୍କର ବିବୃତ୍ତି ଉଲ୍ଲେଖ ରହିଥିଲା । ସେହି ବିବୃତ୍ତି ଥିଲା "ଯେପର୍ଯ୍ୟନ୍ତ ଜନସାଧାରଣଙ୍କ ଆଖିରେ ଗୋଟିଏ ଟୋପା ଲୁହ ପଡିବ, ଆମର କାର୍ଯ୍ୟ ସମାପ୍ତ ହେବ ନାହିଁ ।" ଖବରକାଗଜ ଲେଖିଥିଲା ରାତି ୧୨ଟାରେ ଶଙ୍ଖ ଫୁଙ୍ଖି ସ୍ବାଧୀନତାର ଘୋଷଣା କରାଯାଇଥିଲା । ହିନ୍ଦୁସ୍ତାନ ପୂର୍ବରୁ ପୃଷ୍ଠାରେ ଏକ ଚିତ୍ରକୁ ସ୍ଥାନିତ କରିଥିଲା । ଚିତ୍ରରେ ଜଣେ ପିଲା ଗ୍ରାମାଞ୍ଚଳରେ ତ୍ରିରଙ୍ଗା ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା ।

ଲଣ୍ଡନରେ ଭାରତୀୟ କାର୍ଯ୍ୟାଳୟ ବନ୍ଦ (ବୀର ଅର୍ଜୁନ):-

ଏଠାରେ ଭାରତ ସ୍ବାଧୀନତା ପାଇଲା ସେପଟେ ଲଣ୍ଡନ ସ୍ଥିତ ଭାରତୀୟ କାର୍ଯ୍ୟାଳୟର ଅସ୍ତିତ୍ବର ସମାପ୍ତ ଘଟିଲା । ବୀର ଅର୍ଜୁନ ଖବରକାଗଜରେ ଏହା ମଧ୍ୟ ଲେଖାଥିଲା କି ଆଜି ରାତି ୧୨ଟାରେ ଅର୍ଲ ଲିଷ୍ଟୋୱଲ ଭାରତର ମନ୍ତ୍ରୀ ପଦ ତ୍ୟାଗ କରିବେ । ସେପଟେ ଏହା ମଧ୍ୟ ଲେଖାଥିଲା ଯେ ଦେଶ ସ୍ବାଧୀନତା ପାଇଥିବାରୁ ଜାତିର ପିତା ମହାତ୍ମା ଗାନ୍ଧୀ ୨୪ ଘଣ୍ଟାର ଉପବାସ ରଖିବେ । ସାରା ଦିନ ଚରଖାରେ ସୂତା କାଟିବା ସହ ପ୍ରାର୍ଥନା କରିବେ ।

ପାକିସ୍ତାନ 'ଦ ଡନ୍‌'ରେ ପ୍ରକାଶିତ ଖବର:-

ପାକିସ୍ତାନ ଖବରକାଗଜ 'ଦ ଡନ୍‌'
ପାକିସ୍ତାନ ଖବରକାଗଜ 'ଦ ଡନ୍‌'

ପାକିସ୍ତାନର ସବୁଠୁ ଅଧିକ ଲୋକପ୍ରିୟ 'ଦ ଡନ୍‌' ଖବରକାଗଜରେ ୧୯୪୭ ଅଗଷ୍ଟ ୧୫ ତାରିଖ ଫାଇଦା-ଇ-ଆଜମର ଖବର ଛପା ଯାଇଥିଲା । ପାକିସ୍ତାନ ଏବେ ବିଭାଜିତ ପରେ ପ୍ରତିଟି କ୍ଷେତ୍ରରେ କିପରି ଆଗକୁ ବଢିବ । ଖବରକାଗଜର ପ୍ରଥମ ପୃଷ୍ଠାରେ ପାକିସ୍ତାନର ଗଭର୍ଣ୍ଣର ଜେନେରାଲ ମହମ୍ମଦ ଅଲ୍ଲୀ ଜିନ୍ନାହଙ୍କ ଫଟୋ ଚିତ୍ର ପ୍ରକାଶିତ ହୋଇଥିଲା ।

ପାକିସ୍ତାନରେ ପ୍ରକାଶିତ ଖବରକାଗଜ
ପାକିସ୍ତାନରେ ପ୍ରକାଶିତ ଖବରକାଗଜ
ମାଧବ ସପ୍ରେ ସଂଗ୍ରହାଳୟ
ମାଧବ ସପ୍ରେ ସଂଗ୍ରହାଳୟ

ଇଂରାଜୀ ଖବର କାଗଜ ଷ୍ଟେସମ୍ୟାନ (StatesMan):-

ଇଂରାଜୀ ଖବର କାଗଜ ଷ୍ଟେସମ୍ୟାନ
ଇଂରାଜୀ ଖବର କାଗଜ ଷ୍ଟେସମ୍ୟାନ

ଇଂରାଜୀ ଖବରକାଗଜ 'ଷ୍ଟେସମ୍ୟାନ' ପ୍ରଥମ ପୃଷ୍ଠାରେ ଖବର ଦେଇଥିଲା ଯେ ମିଡନାଇଟ୍‌ ସେସନ ଅଫ୍‌ କନଷ୍ଟିଚୁଏଣ୍ଟ ଆସେମ୍ବଲି ଇନ ନୂଆଦିଲ୍ଲୀ' । ପ୍ରଥମ ପୃଷ୍ଠାରେ ହିଁ ଲର୍ଡ ମାଉଣ୍ଟବ୍ୟାଟେନଙ୍କ ବୟାନ ମଧ୍ୟ ଉଲ୍ଲେଖ ରହିଥିଲା । ଯେଉଁଥିରେ ଭାରତ ବିଭାଜନ ସମ୍ପର୍କରେ ସେ କହିଛନ୍ତି " ଦିସ ଇଜ୍‌ ଦ ପାର୍ଟିଂ ବିଟୱିନ ଫ୍ରେଣ୍ଡସ ହୁ ହାଭ୍‌ ଲିଡେଡ ଟୁ ଅନର ଆଣ୍ଡ ରେସପେକ୍ଟ ୱାନ ଏନୋଦର ଇଭିନ ଇନ୍‌ ଡିସଏଗ୍ରିମେଣ୍ଟ" (ଏହା ହେଉଛି ବନ୍ଧୁମାନଙ୍କ ମଧ୍ୟରେ ବିଭାଜନ, ଯେଉଁମାନେ ମତଭେଦରେ ପରସ୍ପରକୁ ସହମତି ବିନା ସମ୍ମାନ କାରଣ ହୋଇଛନ୍ତି ) ।

ସପ୍ରେ ସଂଗ୍ରହାଳୟରେ ସ୍ବାଧୀନତାର ପ୍ରଥମ ସୂଚନା:-

ମଧ୍ୟପ୍ରଦେଶରେ ଥିବା ମାଧବ ରାଓ ସପ୍ରେ ସଂଗ୍ରହାଳୟର ନିକଟରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ପ୍ରକାଶିତ ହୋଇଥିବା ଅନେକ ଖବରକାଗଜର ପ୍ରଥମ ପୃଷ୍ଠା ଗଚ୍ଛିତ ହୋଇ ରହିଛି । ଦେଶ ଆଜି ୭୫ ବର୍ଷ ସ୍ବାଧୀନତା ଦିବସରେ ପାଦ ଥାପି 'ଆଜାଦି କି ଅମୃତ ମହୋତ୍ସବ' ପାଳନ କରୁଥିବା ବେଳେ ଏହାକୁ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯାଉଛି । ତେବେ ସଂଗ୍ରହାଳୟର ସଂସ୍ଥାପକି ବଜୟ ଦତ୍ତ ଶ୍ରୀଧର ଏନେଇ କହିଛନ୍ତି, "୧୫ ଅଗଷ୍ଟ ୧୯୪୭ ଏହି ଖବରକାଗଜ ଗୁଡିକ ସେହି ପୁରୁଣା ଦିନର ସ୍ମୃତିକୁ ତାଜା କରିଛି । ସେହି ଦିନ ହଜାର ହଜାର ବର୍ଷ ଧରି ଭାରତ ଦାସତ୍ବରୁ ମୁକୁଳି ସ୍ବାଧୀନତାର ପ୍ରଭାତ ଦେଖିଥିଲା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.