ETV Bharat / bharat

Sri Lanka crisis: ସୈନ୍ୟ ପଠାଇବା ଚର୍ଚ୍ଚାକୁ ଭାରତର ଖଣ୍ଡନ - ଶ୍ରୀଲଙ୍କା ସଙ୍କଟ ନେଇ ଭରତର ଆଭିମୁଖ୍ୟ

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ । ଭାରତ ସୈନ୍ୟ ପଠାଇବା ଚର୍ଚ୍ଚାକୁ ଖଣ୍ଡନ କଲେ କଲୋମ୍ବୋରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ । ସମ୍ପୂର୍ଣ୍ଣ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ । ଅଧିକ ପଢନ୍ତୁ

Sri Lanka crisis: ସୈନ୍ୟ ପଠାଇବା ଚର୍ଚ୍ଚାକୁ ଖଣ୍ଡନ କଲା ଭାରତ

author img

By

Published : Jul 11, 2022, 7:49 AM IST

କଲୋମ୍ବୋ: ପଡୋଶୀ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ ଜାରି ରହିଥିବା ଗୃହଯୁଦ୍ଧ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଭାରତ ସୈନ୍ୟ ପ୍ରେରଣ କରିପାରେ ଲାଗି ରହିଥିବା ଚର୍ଚ୍ଚାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତ ପକ୍ଷରୁ ସୈନ୍ୟ ପ୍ରେରଣ ନେଇ କୌଣସି ଯୋଜନା ନଥିବା ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

  • The High Commission would like to categorically deny speculative reports in sections of media and social media about India sending her troops to Sri Lanka. These reports and such views are also not in keeping with the position of
    the Government of India. (1/2)

    — India in Sri Lanka (@IndiainSL) July 10, 2022 " class="align-text-top noRightClick twitterSection" data=" ">

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ ହୋଇପଡିଛି । ସ୍ଥାନୀୟ ପୋଲିସ ଓ ସେନା ହିଂସା ଦମନ କରିବା ଦିଗରେ ସଫଳ ହେବା ପରି ସ୍ଥିତିରେ ଦୃଶ୍ୟମାନ ହେଉନାହିଁ । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ମଧ୍ୟ ରାଜଧାନୀ ଛାଡି ଅନ୍ୟତ୍ର ଆତ୍ମଗୋପନ କରିଛନ୍ତି । ରାଷ୍ଟ୍ରପତି ଭବନ ସମେତ ଅନେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଏବେ ଆନ୍ଦୋଳନକାରୀଙ୍କ ନିୟନ୍ତ୍ରଣରେ ରହିଛି । ବିଭିନ୍ନ ସ୍ଥାନରେ ହିଂସା ଲାଗିରହିଛି । ଜନ ପ୍ରତିନିଧିମାନେ ଆକ୍ରମଣର ଶିକାର ହେବାର ଲାଗିଛନ୍ତି । ଏପରି ଅଣାୟତ୍ତ ସ୍ଥିତିରେ ଭାରତ ସ୍ଥିତି ନିୟନ୍ତ୍ରଣ ପାଇଁ ସୈନ୍ୟ ପ୍ରେରଣ କରିପାରେ ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନ ଘେରାଉ କରିଛନ୍ତି ଆନ୍ଦୋଳନକାରୀ

ତେବେ ପଡୋଶୀ ଶ୍ରୀଲଙ୍କାରେ ବଦଳୁଥିବା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ଆବଶ୍ୟକ ସହାୟତା ମଧ୍ୟ ଯୋଗାଣ ଜାରି ରହିଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଆସିଛି । ଏପରି ସ୍ଥଳେ ନୂଆଦିଲ୍ଲୀ କଲୋମ୍ବୋକୁ ସୈନ୍ୟ ପ୍ରେରଣ ନେଇ ଗଣମାଧ୍ୟମ ଚର୍ଚ୍ଚାକୁ ଖଣ୍ଡନ କରିଛି ଭାରତୀୟ ଦୂତାବାସ । ଗତକାଲି ଗଣମାଧ୍ୟମର ପ୍ରଶ୍ନରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ଭାରତକୁ ଶ୍ରୀଲଙ୍କା ନିକଟରୁ ଶରଣାର୍ଥୀ ସମସ୍ୟା ନଥିବା ମଧ୍ୟ ସ୍ପଷ୍ଟ କରିଥିଲେ । ଶ୍ରୀଲଙ୍କା ସଙ୍କଟ ପ୍ରାରମ୍ଭିକ ସମୟରୁ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଶ୍ରୀଲଙ୍କାକୁ 3.8 ବିଲିୟନ ଆମେରିକୀୟ ଡଲାର (USD 3.8 billion) ମୂଲ୍ୟର ସହାୟତା ରାଶି ପ୍ରଦାନ କରାଯାଇସାରିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.