ETV Bharat / bharat

ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି: ରାଜନାଥ

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଏବେ ସାରା ବିଶ୍ବ ପାଇଁ ଏକ ଘଡ଼ିସନ୍ଧି ମୂହୁର୍ତ୍ତ ତିଆରି କରିଛି । ସେଠାରେ ଫସି ରହିଥିବା ଭାରତୀୟ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : Feb 24, 2022, 6:44 PM IST

ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି: ରାଜନାଥ
ୟୁକ୍ରେନରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି: ରାଜନାଥ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷିଆ ଉପରେ ଆକ୍ରମଣ ଏବେ ସାରା ବିଶ୍ବ ପାଇଁ ଏକ ଘଡ଼ିସନ୍ଧି ମୂହୁର୍ତ୍ତ ତିଆରି କରିଛି । ସେଠାରେ ଫସି ରହିଥିବା ଭାରତୀୟ ସ୍ବଦେଶ ଫେରିବାକୁ ଚାହୁଁଛନ୍ତି । ଏହାକୁ ନେଇ ଭାରତ ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି । ଏଥିପାଇଁ ଦିଲ୍ଲୀରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରାଯାଇଥିଲା ।

ତେବେ ବର୍ତ୍ତମାନ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି ଯେ, "ୟୁକ୍ରେନ୍‌ରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଭାରତ ସରକାର ବ୍ୟାପକ ଚେଷ୍ଟା କରୁଛନ୍ତି । ସେଠାକାର ସ୍ଥିତିରେ ବିମାନ ଅବତରଣ କରି ପାରୁନାହିଁ । ପୂର୍ବରୁ କିଛି ଛାତ୍ର ଫେରିଛନ୍ତି । ସେଠାକାର ସ୍ଥିତି ବର୍ତ୍ତମାନ ବିଷମ ରହିଛି । ଏହାସତ୍ତ୍ବେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବ ।"

ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ ୟୁକ୍ରେନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ସାଧାରଣ ନାଗରିକଙ୍କ ପ୍ରାଣହାନି ହୋଇଛି । ଏହାସହିତ ୟୁକ୍ରେନ ମଧ୍ୟ ଋଷିଆର ୫ଟି ଯୁଦ୍ଧ ବିମାନ ଖସାଇ ଦେଇଥିବା ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.