ETV Bharat / bharat

ଡ୍ରୋନରେ ଟିକା ପରିବହନ, ଦୁର୍ଗମ ଅଞ୍ଚଳରେ ସହଜ ହେବ ଟୀକାକରଣ

ଦେଶରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ସରକାରଙ୍କର ନୂଆ ଯୋଜନା । ଏହାକୁ ସଫଳ କରିବା ପାଇଁ ସରକାର ଏବେ ଡ୍ରୋନର ବ୍ୟବହାର କରିବେ । ଅଧିକ ପଢନ୍ତୁ...

author img

By

Published : Jun 13, 2021, 12:28 PM IST

ଡ୍ରୋନ୍ ସାହାଯ୍ୟରେ ହେବ ଟିକା ପରିବହନ
ଡ୍ରୋନ୍ ସାହାଯ୍ୟରେ ହେବ ଟିକା ପରିବହନ

ନୂଆଦିଲ୍ଲୀ: ଦେଶରେ ଟୀକାକରଣକୁ ବ୍ୟାପକ କରିବା ପାଇଁ ସରକାରଙ୍କର ନୂଆ ଯୋଜନା । ଏହାକୁ ସଫଳ କରିବା ପାଇଁ ସରକାର ଏବେ ଡ୍ରୋନର ବ୍ୟବହାର କରିବେ । ଡ୍ରୋନ ଜରିଆରେ ତୁରନ୍ତ ଟିକା ପହଞ୍ଚାଇବାକୁ ଚେଷ୍ଟା କରାଯିବ । ଫଳରେ ଦୁର୍ଗମ ଅଞ୍ଚଳରେ ଟିକା ସହଜରେ ପହଞ୍ଚି ପାରିବ । ତେବେ IIT କାନପୁର ଏନେଇ ଉଦ୍ୟମ କରିଛି ।

HLL ଲାଇଫ କେୟାରର ସହାୟକ କମ୍ପାନୀ HLL ଇନଫ୍ରା ଟେକ୍ ସର୍ଭିସେସ୍ ଲିମିଟେଡ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ତରଫରୁ ଦେଶର ଦୁର୍ଗମ ଅଞ୍ଚଳରେ କୋରୋନା ଟିକା ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଛି । ୩୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରୁଥିବା ଡ୍ରୋନ୍ ଏହି ଟିକା ପରିବହନ କାର୍ଯ୍ୟରେ ନିୟୋଜିତ ହେବ । ଏହାସହ ୧୦୦ ମିଟର ଉଚ୍ଚତାରେ ଉଡ଼ିବାର କ୍ଷମତା ମଧ୍ୟ ଏହ ଡ୍ରୋନ ରଖୁଛି ।

ଆଇଆଇଟି କାନପୁରର ସହଯୋଗରେ ICMR ଏନେଇ ଏକ ରିସର୍ଚ୍ଚ କରିଛି । ଜୁନ ୨୨ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ରହିଛି । ତେବେ ବର୍ତ୍ତମାନ ତେଲେଙ୍ଗାନାରେ କେବଳ ଡ୍ରୋନ୍ ସାହାଯ୍ୟରେ ଟିକା ପରିବହନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.