ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଦୁଇବର୍ଷ ପାଇଁ ଅସ୍ଥାୟୀ ସଦ୍ୟସ ଭାବରେ କାର୍ଯ୍ୟକଳାପ ଆରମ୍ଭ କରିବ । ଏ ନେଇ ସୋମବାର ମିଳିତ ଜାତିସଂଘ ଅଂଶରେ ଭାରତୀୟ ପତାକା ଲଗାଯିବ ବୋଲି ଜାତିସଂଘ ପକ୍ଷରୁ ସୂଚନା ମିଳିଛି ।
2021 ଜାନୁଆରୀ 4ରେ ପ୍ରଥମ ସରକାରୀ କାର୍ଯ୍ୟ ଦିବସରେ ଏକ ସ୍ବତନ୍ତ୍ର ସମାରୋହରେ ଭାରତ ସମେତ ଅନ୍ୟ ପାଞ୍ଚଟି ଅସ୍ଥାୟୀ ସଦ୍ୟସଙ୍କର ପତାକା ଲଗାଯିବ । ଜାତିସଂଘରେ ଭାରତର ଜଣେ ସ୍ଥାୟୀ ସଦ୍ୟସ ରହିଛନ୍ତି । ଏହି ପତାକା ସମାରୋହକୁ ରାଷ୍ଟ୍ରଦୂତ ଟି. ଏସ ତ୍ରୀମୂର୍ତ୍ତୀ ଭାରତର ତ୍ରିରଙ୍ଗା ପତାକା ଲଗାଇବେ ।ଭାରତ ସହିତ ନରୱେ,କେନିଆ,ଆୟଲ୍ୟାଣ୍ଡ ଓ ମେକ୍ସିକୋ ଜାତିସଂଘ ସୁରକ୍ଷା ପରିଷଦରେ ସଦ୍ୟସରେ ସାମିଲ ହେବାକୁ ଯାଉଛନ୍ତି ।
ଅଗଷ୍ଟ 2021ରେ ଭାରତ ୟୁଏନଏସସିର ସଭାପତି ହେବ ଏବଂ 2022 ମସିହାରେ ଏକ ମାସ ପାଇଁ ପରିଷଦର ସଭାପତିତ୍ବ କରିବ । ଜାତିସଂଘରେ ପତାକା ଲଗାଯିବାର ଉଦ୍ଦେଶ୍ୟ ହେଲା ନୂତନ ସଦସ୍ୟ ଭାବରେ ଯୋଗଦେଉଥିବା ଦେଶକୁ ସମ୍ମାନ ଦେବା । ସୁରକ୍ଷା ପରିଷଦର ବାର୍ଷିକ ସମାରୋହକୁ ସମସ୍ତ 15 ୟୁଏନଏସସି ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ପାଳନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ