ଲକ୍ଷ୍ନୌ: ନେପାଳ ପୋଲିସର ଗୁଳିରେ ଜଣେ ଭାରତୀୟ କୃଷକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଚାଷୀଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ଚାଷୀମାନେ ଆଖୁ ଚାଷ କରୁଥିବାବେଳେ ସେମାନେ ଦେଶକୁ ଡ୍ରଗ୍ସ ଚାଲାଣ କରୁଥିବା ନେଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ନେପାଳ ପୋଲିସ ।
ଗୁରୁବାର ସନ୍ଧ୍ୟା ସମୟରେ ଉତ୍ତର ପ୍ରଦେଶର ଅନ୍ତରାଷ୍ଟ୍ରୀୟ ସୀମାରେ ଗୋବିନ୍ଦା ସିଂ, ଗୁରମେଜ ସିଂ, ରେଶମ ସିଂ, ପପୁ ସିଂ ପିଲିଭିତ୍ରେ ନିଜ କ୍ଷେତରେ ଆଶୁ ଚାଷ କରୁଥିଲେ। ଏତିକି ବେଳେ ସେମାନେ ନିଜ ଅମଳ ହୋଇଥିବା ଆଖୁ ଦେଖାଉଥିବା ବେଳେ ନେପାଳ ପୋଲିସ କିଛି ନବୁଝି ସୁଝି ଫାଙ୍କା ଗୁଳି ଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟଜଣେ ଗୁରୁତର ଅବସ୍ଥାରେ ସ୍ଥାନୀୟ କିଙ୍ଗ ଜର୍ଜ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ନେପାଳ ପୋଲିସଙ୍କ କହିବାନୁଯାୟୀ, ସେମାନେ ଡ୍ରଗ୍ସ ଚାଲାଣ କରୁଥିବା ହେତୁ ଗୁଳି ଚାଳନା କରିଥିଲୁ । ସେପଟେ ଏନେଇ ଉଭୟ ଦେଶ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏନେଇ ଉଚିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନେପାଳ କର୍ତ୍ତୃପକ୍ଷ ।