ନୂଆଦିଲ୍ଲୀ: ଇସ୍ରାଏଲ ପାଇଁ ଗୁପ୍ତଚଗିରି କରିବା ଅଭିଯୋଗରେ କତାରରେ ଗିରଫ ହୋଇ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଭାରତୀୟ ନୌସେନାର 8 ପୂର୍ବ ଅଧିକାରୀଙ୍କ ସହ ସ୍ଥାନୀୟ ଜେଲରେ ସାକ୍ଷାତ କରିଛନ୍ତି ଭାରତୀୟ ରାଷ୍ଟ୍ରଦୂତ । ଡିସେମ୍ବର 3 ତାରିଖରେ ଦୋହାରେ ଅବସ୍ଥାପିତ ଭାରତୀୟ ଦୂତାବାସର ରାଷ୍ଟ୍ରଦୂତ କତାର ଜେଲରେ ବନ୍ଦୀ ଥିବା ଏହି ପୂର୍ବ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଥିବା ନେଇ ଆଜି ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । କେବଳ ଭାରତୀୟ ରାଷ୍ଟ୍ରଦୂତ ନୁହନ୍ତ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ କତାର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିବା ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ବାଗଚି କହିଛନ୍ତି ।
-
#WATCH | MEA Spokesperson Arindam Bagchi says, "You would have seen Prime Minister Modi meet Sheikh Tamim Bin Hamad, the Amir of Qatar in Dubai on the sidelines of CoP28. They've had a good conversation on the overall bilateral relationship as well as in the well-being of the… pic.twitter.com/PfcBKtKvnm
— ANI (@ANI) December 7, 2023 " class="align-text-top noRightClick twitterSection" data="
">#WATCH | MEA Spokesperson Arindam Bagchi says, "You would have seen Prime Minister Modi meet Sheikh Tamim Bin Hamad, the Amir of Qatar in Dubai on the sidelines of CoP28. They've had a good conversation on the overall bilateral relationship as well as in the well-being of the… pic.twitter.com/PfcBKtKvnm
— ANI (@ANI) December 7, 2023#WATCH | MEA Spokesperson Arindam Bagchi says, "You would have seen Prime Minister Modi meet Sheikh Tamim Bin Hamad, the Amir of Qatar in Dubai on the sidelines of CoP28. They've had a good conversation on the overall bilateral relationship as well as in the well-being of the… pic.twitter.com/PfcBKtKvnm
— ANI (@ANI) December 7, 2023
ବାଗଚିଙ୍କ ସୂଚନା ଅନୁସାରେ, ଦୁବାଇରେ ଆୟୋଜିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (CoP28)ରେ ଅଂଶଗ୍ରହଣ କରିବା ଅବସରରେ କତାରର ଅମିରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ଯରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାରେ ଭାରତୀୟ ପୂର୍ବ ନୌସୈନିକଙ୍କୁ ଦଣ୍ଡାଦେଶ ମାମଲାରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିବାକୁ ବାଗଚି ମନା କରିଛନ୍ତି । ଅନ୍ୟପଟେ ଭାରତ ଆଇନଗତ ଭାବେ ମଧ୍ୟ ଏହି ଲଢେଇ ଲଢୁଛି । ଭାରତ କତାର କୋର୍ଟରେ ଏକ ଅପିଲ ମଧ୍ୟ ଦାଏର କରିସାରିଛି । ନଭେମ୍ବର 23 ଓ 30 ତାରିଖରେ ମାମଲାର ଦୁଇଟି ଶୁଣାଣି ଯାଇଛି । ପରବର୍ତ୍ତୀ ଶୁଣାଣି ଖୁବଶିଘ୍ର ହେବା ନେଇ ଆଶା କରାଯାଉଛି । ଯାହା କିଛି ସମ୍ଭବ ଭାରତ ପକ୍ଷରୁ ପ୍ରାଥମିକତାର ସହ ପଦକ୍ଷେପ ଗ୍ରହଣ କରାଯାଉଥିବା ବାଗଚି କହିଛନ୍ତି ।
ସୂଚନା ଅନୁସାରେ, ଏହି 8 ପୂର୍ବତନ ନୌସେନାଧିରୀଙ୍କୁ ଗତବର୍ଷ ସେପ୍ଟେମ୍ବରର ଗୁପ୍ତଚରଗିରି କରିବା ଅଭିଯୋଗରେ ଗିରଫ କରିଥିଲା କତାର । ଏମାନେ ପୂର୍ବରୁ ନୌସେନାରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଏମାନଙ୍କ ମଧ୍ୟରେ ଭାରତୀୟ ନୌସେନା ଜାହାଜର କମାଣ ସମ୍ଭାଳିଥିବା ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ସମସ୍ତ ପୂର୍ବ ଅଧିକାରୀମାନେ ଭାରତୀୟ ନୌସେନାରୁ ସେବାନିବୃତ୍ତ ହେବା ପରେ କତାରରେ ଏକ ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସେସ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ତାଲିମ ଏବଂ ଆନୁଷଙ୍ଗିକ ସେବା ଯୋଗାଇ ଆସୁଛି ।
ଏହି 8 ପୂର୍ବ ଭାରତୀୟ ନୌସୈନିକଙ୍କ ନାମ କ୍ୟାପ୍ଟେନ ନବତେଜ ସିଂ ଗିଲ, କ୍ୟାପ୍ଟେନ ବିରେନ୍ଦ୍ର କୁମାର ବର୍ମା, କ୍ୟାପ୍ଟେନ ସୌରଭ ବାରିଷ୍ଟ, କମାଣ୍ଡର ଅମିତ ନାଗପାଲ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିଓ୍ବାରୀ, କମାଣ୍ଡର ସୁଗୁନାକର ପକାଲା କମାଣ୍ଡର ରାଜୀବ ଗୁପ୍ତା ଓ ସେଲର ରାଗେଶ । ଏମାନଙ୍କୁ ଗୁଇନ୍ଦାଗିରି କରିବା ଅଭିଯୋଗରେ ଗତବର୍ଷ ସେପ୍ଟେମ୍ବରରେ ସେମାନଙ୍କ ସ୍ଥାନୀୟ ବାସଭବନରୁ ଗିରଫ କରାଯାଇଥିଲା । ଏହା ପରେ ଏକାଧିକ ସଙ୍ଗୀନ ମାମଲାରେ ଅଭିଯୁକ୍ତ ଭାବେ ଏମାନଙ୍କୁ ଜେଲରେ ରଖାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ :- 8 ଭାରତୀୟ ପୂର୍ବତନ ନୌସେନାଧିକାରୀଙ୍କୁ କତାରରେ ମୃତ୍ୟୁ ଦଣ୍ଡାଦେଶ
ତେବେ ଗୁପ୍ତଚରଗିରି କରିବା ଅଭିଯୋଗରେ କତାରର ଏକ ସ୍ଥାନୀୟ କୋର୍ଟ ଏହି ସମସ୍ତ ଭାରତୀୟଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଭାରତ ପକ୍ଷରୁ ଏନେଇ କୂଟନୈତିକ ଓ ଅନ୍ତର୍ଜାତୀୟ ଆଇନ ଅନୁସାରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବିଦେଶ ମନ୍ତ୍ରୀ ଜୟଶଙ୍କର ଏହି 8 ଭାରତୀୟଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ଯ ଆଲୋଚନା କରି ନୂଆଦିଲ୍ଲୀ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ସେମାନଙ୍କୁ ଅବଗତ କରିଥିଲେ । ବିଦେଶ ମନ୍ତ୍ରଣାଳୟ ମଧ୍ୟ ଏହି ମାମଲାରେ ସେମାନଙ୍କ ପରିବାର ସହ ଓ ଦୋହାରେ ଭାରତୀୟ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିଥିବା କହିସାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ