ନୂଆଦିଲ୍ଲୀ: ୟୁକ୍ରେନରେ ଥିବା ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଆଡ଼ଭାଇଜରି ଜାରି କଲା ଭାରତୀୟ ଦୂତାବାସ(Indian Embassy) । ତୁରନ୍ତ କିଭ୍ ଛାଡିବାକୁ ସମସ୍ତ ଭାରତୀୟଙ୍କୁ ଆଜି (ମଙ୍ଗଳବାର) ଦୂତାବାସ ନିର୍ଦ୍ଦେଶ ଦେଇଛି । ୟୁକ୍ରେନ ଓ ଋଷର ଯୁଦ୍ଧ ଅଧିକ ଘନଉଥିବା ବେଳେ ଏପରି ନିର୍ଦ୍ଦେଶ ଦେଇଛି ଭାରତୀୟ ଦୂତାବାସ । ସେପଟେ ଅପରେସନ ଗଙ୍ଗାରେ ଭାରତୀୟ ବାୟୁସେନାକୁ ଯୋଗ ଦେବା ପାଇଁ ମୋଦି କଥା ଦେଇଥିବା ଜଣାପଡ଼ିଛି । ଏହାସହିତ ଅପରେସନ ଗଙ୍ଗାରେ ସ୍ପାଇସ ଜେଟକୁ ସାମିଲ କରାଯାଇଛି ।
-
Advisory to Indians in Kyiv
— India in Ukraine (@IndiainUkraine) March 1, 2022 " class="align-text-top noRightClick twitterSection" data="
All Indian nationals including students are advised to leave Kyiv urgently today. Preferably by available trains or through any other means available.
">Advisory to Indians in Kyiv
— India in Ukraine (@IndiainUkraine) March 1, 2022
All Indian nationals including students are advised to leave Kyiv urgently today. Preferably by available trains or through any other means available.Advisory to Indians in Kyiv
— India in Ukraine (@IndiainUkraine) March 1, 2022
All Indian nationals including students are advised to leave Kyiv urgently today. Preferably by available trains or through any other means available.
କିଭରେ ଥିବା ସମସ୍ତ ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ କିଭ ଛାଡନ୍ତୁ । କିଭରେ ଉପଲବ୍ଧ ଥିବା ରେଳ ସେବା କିମ୍ବା ଯେକୌଣସି ସ୍ଥାନାନ୍ତରଣ ସେବାର ବ୍ୟବହାର କରି ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଦୂତାବାସ ଦେଇଛି ନିର୍ଦ୍ଦେଶ । ମଙ୍ଗଳବାର ଫ୍ରେସ ଆଡ଼ଭାଇଜରି ମାଧ୍ୟମରେ ଦୂତାବାସ ପ୍ରବାସୀ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛି । ଆଜି ୬ଷ୍ଠ ଦିନରେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ସହ ଅଧିକ ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ଦୂତାବାସ ପ୍ରବାସୀ ଭାରତୀୟଙ୍କୁ ସତର୍କ କରାଇଛି ।
ତେବେ ସୂଚନା ଥାଉ କି ୟୁକ୍ରେନ ବିରୁଦ୍ଧରେ ଋଷର ସାମରିକ ଆକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ଯେଉଁଠାରେ ବି ରହିଛନ୍ତି ଶାନ୍ତ ଓ ନିରାପଦ ରହିବାକୁ ପୂର୍ବରୁ ଦୂତାବାସ କହିଥିଲା । କିଭକୁ ଯାତ୍ରା କରୁଥିବା ସମସ୍ତଙ୍କୁ ଅସ୍ଥାୟୀ ଭାବରେ ନିଜ ନିଜ ସହରକୁ ଫେରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ସେପଟେ 'ଅପରେସନ୍ ଗଙ୍ଗା' ଅଭିଯାନ ମାଧ୍ୟମରେ ଭାରତୀୟଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ଜାରି ରହିଛି । ଏହି ଥଇଥାନ ଉଦ୍ୟମକୁ ଆହୁରି ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାରତୀୟ ବାୟୁସେନାକୁ ସ୍ଥାନାନ୍ତର କାର୍ଯ୍ୟରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି ।
ଏକ ସ୍ବଳ୍ପ ସମୟ ସୀମା ମଧ୍ୟରେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତ ସରକାର ବାୟୁସେନାର କ୍ଷମତାକୁ ବ୍ୟବହାର କରିବା ପାଇଁ ସ୍ଥିର କରିଛନ୍ତି । ଆଜିଠାରୁ ଅପରେସନ୍ ଗଙ୍ଗାର ଅଂଶ ଭାବରେ ଭାରତୀୟ ବାୟୁସେନା ଅନେକ C-17 ବିମାନ ନିୟୋଜିତ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ମଙ୍ଗଳବାର 182 ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ମୁମ୍ବାଇରେ ଅବତରଣ କରିଛି । ୟୁକ୍ରେନ ଏହାର ଆକାଶ ସୀମା ବନ୍ଦ କରିଦେଇଥିବାରୁ ରୋମାନିଆର ରାଜଧାନୀ ବୁକାରେଷ୍ଟରୁ ଏହି ବିମାନ ଆସି ଭାରତରେ ପହଞ୍ଚିଛି ।
ସେପଟେ ସପ୍ତମ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁମ୍ବାଇରେ ପହଞ୍ଚିଛି । ଏଥିରେ 182 ଜଣ ଭାରତୀୟଙ୍କ ସମେତ ସୋମବାର ମଧ୍ୟରାତ୍ରି ସୁଦ୍ଧା ମୋଟ 1600 ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରୁ ସ୍ଥାନାନ୍ତର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ