ଦୋହା: ଫିଫା ବିଶ୍ବକପ ୨୦୨୨ (FIFA World Cup 2022 )ଉଦଘାଟନୀ ସମାରୋହରେ ଯୋଗ ଦେବା ପାଇଁ କତାର ଗସ୍ତରେ ଥିବା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କୁ ଆଜି ଦୋହାରେ ପ୍ରବାସୀ ଭାରତୀୟ ସମୁଦାୟ ପକ୍ଷରୁ ସ୍ବାଗତ କରାଯାଇଛି । ଉପରାଷ୍ଟ୍ରପତି ଧନଖଡଙ୍କ ସହ ପତ୍ନୀ ମଧ୍ୟ ଏହି ଗସ୍ତରେ ସାଙ୍ଗରେ ଅଛନ୍ତି । ପ୍ରବାସୀ ଭାରତୀୟଙ୍କ ପକ୍ଷର ଏହି ସ୍ବାଗତ କାର୍ଯ୍ୟକ୍ରମ ବେଳେ ପାରମ୍ପରିକ ଶୈଳୀ ଦେଖିବାକୁ ମିଳିଥିଲା । ଉପରାଷ୍ଟ୍ରପତି ଧନଖଡ ମଧ୍ୟ ପାରମ୍ପରିକ ବାଦ୍ୟ ବଜାଇଥିବା ନଜର ଆସିଥିଲେ ।
ଏହା ମଧ୍ୟ ପଢନ୍ତୁ:- FIFA World Cup 2022: ଉଦଘାଟନୀ ସମାରୋହରେ ଭାରତର ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି
ଗତକାଲି ଫିଫା ବିଶ୍ବ କପ (FIFA World Cup 2022 )ର ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭାରତକୁ ପ୍ରତିନିଧିତ୍ବ କରିଥିଲେ ଉପରାଷ୍ଟ୍ରପତି ଧନଖଡ । ଏହି ଫୁଟବଲ ମହାକୁମ୍ଭ ୨୦ ନଭେମ୍ବରରୁ ୨୦୨୨ରୁ ୧୮ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏନେଇ ଫୁଟବଲ ପ୍ରେମୀଙ୍କଠାରେ ଉତ୍କଣ୍ଠା ଖେଳିଯାଇଛି । କିଏ ହେବ ଫୁଟବଲ ବିଶ୍ବ ବିଜେତା ସେ ନେଇ ବିଶ୍ବର ୩୨ ଟିମ୍ ମଧ୍ୟରେ ହେବ କଡା ଟକ୍କର । ୩୨ ଟିମକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ପ୍ରତି ଗ୍ରୁପରେ ୪ଟି ଦଳକୁ ସ୍ଥାନ ଦିଆଯାଇଛି । ଏଥିରେ 64ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୮ଟି ଷ୍ଟାଡିୟମରେ ମ୍ୟାଚ ରଖାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ