ETV Bharat / bharat

କର୍ଣ୍ଣାଟକରେ 300 ଗଛ ଲଗାଇଲେ ଭାରତୀୟ ତଟରକ୍ଷୀ ବାହିନୀ

ବିଶ୍ବ ପରିବେଶ ଦିବସ ଅବସରରେ କର୍ଣ୍ଣାଟକରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ 300ଟି ବୃକ୍ଷରୋପଣ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jun 5, 2021, 1:18 PM IST

କର୍ଣ୍ଣାଟକରେ 300 ଗଛ ଲଗାଇଲେ ଭାରତୀୟ ତଟରକ୍ଷୀ ବାହିନୀ
କର୍ଣ୍ଣାଟକରେ 300 ଗଛ ଲଗାଇଲେ ଭାରତୀୟ ତଟରକ୍ଷୀ ବାହିନୀ

ବେଙ୍ଗାଲୁରୁ: ଆଜି(ଶନିବାର) ବିଶ୍ବ ପରିବେଶ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ପାଇଁ କର୍ଣ୍ଣାଟକରେ ଭାରତୀୟ ତଟରକ୍ଷ ବାହିନୀ ବୃକ୍ଷରୋପଣ ଡ୍ରାଇଭ ଆରମ୍ଭ କରିଛନ୍ତି । ତେବେ ସେମାନେ ତଟରକ୍ଷୀ ବାହିନୀର ହେଡକ୍ବାର୍ଟର ଓ ଆବାସିକ କ୍ଷେତ୍ରରେ ପ୍ରାୟ 300ଟି ଗଛ ଲଗାଇଥିବା ସୂଚନା ମିଳିଛି ।

ତଟରକ୍ଷୀ ବାହିନୀର ଅଧିକାରୀ, ସିଭିଲିଆନ ଷ୍ଟାଫ ଓ ପରିବାର ସଦସ୍ୟ ମିଶି ଗଛ ଲଗାଇଛନ୍ତି । ଏହି ଡ୍ରାଇଭରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସର୍ଭ କ୍ଲବର ସଦସ୍ୟମାନେ ମିଶି ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ଯ୍ୟ କରିଛନ୍ତି । ପ୍ରତିବର୍ଷ ଜୁନ 5 ତାରିଖରେ ବିଶ୍ବ ପରିବେଶ ଦିବସ ପାଳନ କରାଯାଏ । ଏହି ଦିନ ଜାତିସଂଘ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରିଥାଏ ।

ବିଶ୍ବ ସ୍ତରରେ ପରିବେଶର ସୁରକ୍ଷା ପ୍ରତି ଜନ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ । ପରିବେଶର ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ ଓ ପରିବେଶ ସୁରକ୍ଷାକୁ ଗୁରୁତର ସହିତ ନେବା ଆବଶ୍ୟକ ବୋଲି ଏହି ଦିବସ ମାଧ୍ୟମରେ ବିଶ୍ବବାସୀଙ୍କୁ ସଚେତନ କରାଯାଇଥାଏ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.