ETV Bharat / bharat

ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିଲା ପାକିସ୍ତାନୀ ଯୁଦ୍ଧ ଜାହାଜ, ଘଉଡାଇଲା କୋଷ୍ଟଗାର୍ଡ ବିମାନ

author img

By

Published : Aug 7, 2022, 10:58 PM IST

ଆରବ ସାଗରରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଜଳସୀମାରେ ପ୍ରବେଶ କରିଥିଲା ପାକିସ୍ତାନୀ ନୌସେନା ଜାହାଜ । ଘଉଡାଇଲା କୋଷ୍ଟଗାର୍ଡ ବିମାନ । ଅଧିକ ପଢନ୍ତୁ

ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ପାକ ଯୁଦ୍ଧ ଜାହାଜକୁ ଘଉଡାଇଲା ନୈସେନା ବିମାନ

ଗାନ୍ଧୀନଗର: ଗୁଜୁରାଟ ଉପକୂଳ ଆରବ ସାଗରରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ପାକିସ୍ତାନୀ ଯୁଦ୍ଧ ଜାହାଜକୁ ଘଉଡାଇବାରେ ସଫଳ ହୋଇଛି ଭାରତୀୟ କୋଷ୍ଟଗାର୍ଡ ବିମାନ । ପାକିସ୍ତାନ ଜାହାଜଟି ଭାରତୀୟ ସୀମାରେ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ (କୋଷ୍ଟଗାର୍ଡ)ର ଡ୍ରୋରିନିୟର ମେରିଟାଇମ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଅପରେସନରେ ବାହାରିଥିଲା । ଉକ୍ତ ପାକିସ୍ତାନୀ ଜାହାଜକୁ ଠାବ କରିବା ସହ ଭାରତୀୟ ଜଳସୀମାରୁ ତାକୁ ଘଉଡାଇବାରେ ମଧ୍ୟ କୋଷ୍ଟଗାର୍ଡ ବିମାନ ସଫଳ ହୋଇଛି ।

ଭାରତୀୟ ଜଳସୀମାରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ଯୁଦ୍ଧ ଜାହାଜକୁ ଘଉଡାଇଲା କୋଷ୍ଟଗାର୍ଡ ବିମାନ

ମିଳିଥିବା ସୂଚନା ଅନୁସାରେ, ଅନୁପ୍ରବେଶ କରିଥିବା ପାକିସ୍ତାନ ନୌସେନାର ଯୁଦ୍ଧ ଜାହାଜର ନାମ ପିଏନଏସ ଆଲାମଗିରି (PNS Alamgir) । ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ସ୍ପଷ୍ଟ ହେବା ପରେ କୋଷ୍ଟଗାର୍ଡ ବିମାନ ହଟଲାଇନ କମ୍ୟୁନିକେସନରେ ଉକ୍ତ ଜାହାଜ ସହ ଯୋଗାଯୋଗ କରିବା ସହ ଏହା ଭାରତୀୟ ଜଳସୀମା ବୋଲି ସୂଚୀତ କରିଥିଲା । ସେମାନେ ନିଜ ସୀମା ମଧ୍ୟକୁ ଫେରିଯାଆନ୍ତୁ ବୋଲି ମଧ୍ୟ ଚେତାବନୀ ଦେବା ସତ୍ତ୍ବେ ମଧ୍ୟ ପାକିସ୍ତାନୀ ଯୁଦ୍ଧ ଜାହାଜ ବାର୍ତ୍ତାର କୌଣସି ପ୍ରତିଉତ୍ତର ଦେଇନଥିଲା ।

କୋଷ୍ଟଗାର୍ଡ ବିମାନଟି ପାକିସ୍ତାନୀ ଜାହାଜ ଉପରେ ବାରମ୍ବାର ଉଡାଣ ଭରିଥିଲା । ନିଜ ସୀମାକୁ ଫେରିଯିବା ସହ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ବାରମ୍ବାର ଚେତାବନୀ ମଧ୍ୟ ଦେଇଥିଲା କୋଷ୍ଟଗାର୍ଡ ବିମାନ । ପରେ ପାକିସ୍ତାନୀ ଜାହାଜଟି ଦିଗ ବଦଳାଇବା ସହ ନିଜ ଜଳସୀମା ମଧ୍ୟକୁ ଫେରି ଯାଇଥିବା ସୂଚନା ମିଳିଛି । ଘଟଣା ପରେ ଭାରତୀୟ କୋଷ୍ଟଗାର୍ଡ ଓ ନୌସେନା ମଧ୍ୟ ଗୁଜୁରାଟ ଉପକୂଳରେ ସର୍ଭିଲାନ୍ସ ଓ ପାଟ୍ରୋଲିଂକୁ କଡାକଡି କରିଛନ୍ତି । ଶତ୍ରୁ ଦେଶର ଜାହାଜଟି ଭାରତୀୟ ଜଳସୀମା ମଧ୍ୟରେ କେତେ ଦୂରତା ପର୍ଯ୍ୟନ୍ତ ଅନୁପ୍ରବେଶ କରିଥିଲା ତାହାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.