ETV Bharat / bharat

ଭାରତ-ଚୀନ ବିବାଦ: ଆଜି ଚୁଶୁଲରେ 8ମ କୋରକମାଣ୍ଡର ସ୍ତରୀୟ ଆଲୋଚନା

ଭାରତ ଏବଂ ଚୀନ ବିବାଦ । ଆଜି ପୁଣି ଥରେ ବସିବ କୋର-କମାଣ୍ଡରସ୍ତୀରୟ ବୈଠକ । ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ରହିବ ଭାରତର ଆଭିମୁଖ୍ୟ ।

ଆଜି ଚୁଶୁଲରେ 8ମ କୋରକମାଣ୍ଡର ସ୍ତରୀୟ ଆଲୋଚନା
ଆଜି ଚୁଶୁଲରେ 8ମ କୋରକମାଣ୍ଡର ସ୍ତରୀୟ ଆଲୋଚନା
author img

By

Published : Nov 6, 2020, 7:20 AM IST

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ବିବାଦର ବାହାରୁନି ସମାଧାନର ବାଟ । ସେନା ପ୍ରତ୍ୟାହାର ନେଇ ବାରମ୍ବାର ବୈଠକ ପରେ ମଧ୍ୟ ଜିଦରେ ଅଟଳ ଚୀନ । ସେପଟେ ଆଜି ପୁଣି ଥରେ କୋର-କମାଣ୍ଡରସ୍ତୀରୟ ଆଲୋଚନା ହେବାକୁ ଯାଉଛି । 8 ମ ଥର ଲାଗି ଉଭୟ ଦେଶ ମଧ୍ୟରେ ବୈଠକ ବସିବ । ଏଥର ମଧ୍ୟ ଭାରତର ଆଭିମୁଖ୍ୟ ପୂର୍ବ ଲଦାଖରୁ ଚୀନ ସେନା ପ୍ରତ୍ୟାହାର ରହିବ । ଅଷ୍ଟମ ରାଉଣ୍ଡ ଆଲୋଚନାରେ ଭାରତୀୟ ପ୍ରତିନିଧିତ୍ବ କରିବେ ଲେଫ୍ଟନାଣ୍ଟ ଜେନେରାଲ ପିଜି କେ ମେନନ ।

ଉଭୟ ଦେଶ ମଧ୍ୟରେ ଆଲୋଚନା ଶୁକ୍ରବାର ସକାଳ 9 ଟା ସମୟରେ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୁଶୁଳରେ ଅନୁଷ୍ଠିତ ହେବ ।

ପୂର୍ବ ଲଦାଖରେ ସ୍ଥିତିକୁ ଦେଖି ଭାରତ 50 ହଜାର ସୈନିକ ନିୟୋଜିତ କରିଛନ୍ତି । ଯେ କୌଣସି ପରିସ୍ଥିତିରେ ମୁକାବିଲା କରିବାକୁ ହାଡ ଭଙ୍ଗା ଶୀତରେ ମଧ୍ୟ ପାର୍ବତ୍ୟାଞ୍ଚଳରେ ସେନା ମୁତୟନ ହୋଇଛନ୍ତି । ଗତ 6 ମାସ ଧରି ପୂର୍ବ ଲଦାଖ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ଜାରି ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ମିଳିପାରୁନାହିଁ । ସେପଟେ, ଚୀନ ସେନା ମଧ୍ୟ 50 ହଜାର ସୈନିକ ନିୟୋଜିତ କରିଥିବା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହା ପୂର୍ବରୁ ଅକ୍ଟୋବର 13ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିଲା ସପ୍ତମ ପର୍ଯ୍ୟାୟ ସୈନ୍ୟ ଆଲୋଚନା । 13 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଏଲଏସିରେ ସୈନ୍ୟ ପ୍ରତ୍ୟାହାର ବିଷୟରେ ଭାରତ ଓ ଚୀନ ମଧ୍ୟରେ ଗମ୍ଭୀର, ବ୍ୟାପକ ଓ ରଚନାତ୍ମକ ଆଲୋଚନା ହୋଇଥିଲା ।

ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ନିକଟରେ ଭାରତ ଏବଂ ଚୀନ ମଧ୍ୟରେ ଗୁରୁତର ତିକ୍ତତା ରହିଥିବା କହିଥିଲେ । ସୀମା ପରିଚାଳନାକୁ ନେଇ ଉଭୟ ପକ୍ଷରୁ କରାଯାଇଥିବା ଚୁକ୍ତିନାମାକୁ ସମ୍ମାନ ଦିଆଯିବା ଉଚିତ୍ ବୋଲି ସେ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.