ETV Bharat / bharat

ପ୍ରତିରକ୍ଷା ମନ୍ତ୍ରଣାଳୟର ନିଷ୍ପତ୍ତି, ସେନାର ମେନ୍ୟୁରେ ସାମିଲ ହେବ ମିଲେଟ

ମିଲେଟର ସ୍ବାଦ ଚାଖିଲେ ସେନା କର୍ମୀ । ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ

author img

By

Published : Mar 22, 2023, 11:01 PM IST

ସେନାରେ ଖାଦ୍ୟ ଭାବେ ବ୍ଯବହୃତ ହେବ ମିଲେଟ
ସେନାରେ ଖାଦ୍ୟ ଭାବେ ବ୍ଯବହୃତ ହେବ ମିଲେଟ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ବର୍ଷ 2023 କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରିଛି । ମିଲେଟର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ମଧ୍ୟ ଏକାଧିକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଏଣିକି ସେନାରେ ଯବାନଙ୍କ ମେନ୍ୟୁରେ ମଧ୍ୟ ମିଲେଟ୍‌ ସାମିଲ ହେବ । ସେନାରେ ରାସନ ଭାବେ ମିଲେଟର ବ୍ୟବହାରକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ସେନାରେ ଏବେ ଗହମ ଅଟାକୁ ରାସନ ଭାବେ ବ୍ୟବହାର କରଯାଉଛି । ତେବେ ମିଲେଟ ଏବେ ଏହି ଅଟାର ବିକଳ୍ପ ଭାବେ ବ୍ୟବହାର ହେବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି ।

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ପ୍ରାୟ ବିଶ୍ବବ୍ୟାପି ଦେଖିବାକୁ ମିଳିଛି । ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ପରେ ବିକାଶଶୀଳ ତଥା ଆର୍ଥିକ ପଛୁଆ ଦେଶମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଏବଂ ଶକ୍ତି ନିରାପତ୍ତା ଏକ ପ୍ରମୁଖ ଆହ୍ବାନ ଭାବରେ ସାମ୍ନାକୁ ଆସିଛି । ଏପରି ସମୟରେ ମିଲେଟକୁ ସେନାରେ ଖାଦ୍ୟ ଭାବେ ବ୍ୟବହାର କରିବା କିଛି ଦେଶଙ୍କ ପାଇଁ ଏକ ବିକଳ୍ପ ଭାବେ ମଧ୍ୟ ଉଭା ହୋଇଛି । ଭାରତ କେବଳ ସେନାରେ ନୁହେଁ ବରଂ ମିଲେଟ ଉତ୍ପାଦନ ବୃଦ୍ଧି କରିବା ଦିଗରେ ପୂର୍ବରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇସାରିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଲେଟ କନଫରେନ୍ସକୁ ମଧ୍ୟ ସମ୍ବୋଧିତ କରି ମିଲେଟ ଉତ୍ପାଦନ ଉପରେ ଗୁରୁତ୍ବ ଦେଇଥିଲେ ।

ସେହିପରି ମିଲେଟର ଉତ୍ପାଦନରେ ବୃଦ୍ଧି ଓ ଏହାକୁ ସାଧାରଣ ବଣ୍ଟନ ବ୍ୟବସ୍ଥା (PDS)ରେ ମଧ୍ୟ ସାମିଲ କରିବା ଉପରେ ଗୁରୁତ୍ବ ଦେବା ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ । ଏବେ ଏହି ଦିଗରେ ଆଉ ଏକ ପାଦ ଆଗେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏବେ ସେନାରେ ଏହାକୁ ନିୟମତି ରାସନ ଭାବେ ବ୍ୟବହାର କରାଯିବ । ସେନାରେ କାର୍ଯ୍ୟରତ ସେନାଧିକାରୀ ଓ କର୍ମଚାରୀଙ୍କ ପାଇଁ ମିଲେଟ ନିୟମିତ ଖାଦ୍ୟସୂଚୀର ଏକ ଅଂଶ ଭାବେ ସ୍ଥାନ ପାଇବାକୁ ଯାଉଛି । ବର୍ଷ 2023-24 ରେ ସେନା ପାଇଁ କିଣା ଯିବାକୁ ଥିବା ରାସନରେ ମିଲେଟ ସାମଗ୍ରୀର ଏକ ବଡ ଅଂଶ ରହିବା ନେଇ ନିଷ୍ପତ୍ତି ହୋଇଛି । ମିଲେଟ ସ୍ବାସ୍ଥ୍ୟ ପାଇଁ ମଧ୍ଯ ବେଶ ଉପଯୋଗୀ ଓ ଏହା ସ୍ବାଦିଷ୍ଟ ମଧ୍ୟ । ଯାହା ସେନାରେ କାର୍ଯ୍ୟରତ ଯବାନଙ୍କର ପୋଷକ ତତ୍ବର ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ସହ ସ୍ବାସ୍ଥ୍ୟ ଉପୋଯୋଗୀ ହୋଇପାରିବା ନେଇ ବିଶେଷଜ୍ଞ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.