ନୂଆଦିଲ୍ଲୀ: ଟେକ୍ନିକାଲ ଗ୍ରାଜୁଏଟ କୋର୍ସ (Technical Graduate Course-୧୩୫) ପାଇଁ ବିଜ୍ଞପ୍ତି ଜାରି କଲା ଭାରତୀୟ ସେନା(Indian Army Job Recruitment) । ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଇଞ୍ଜିନିୟରିଂ କୋର୍ସ କରିଥିବା ଅବିବାହିତ ଛାତ୍ରଛାତ୍ରୀଙ୍କ ପାଇଁ ଏଥିରେ ଅଧିକ ସୁଯୋଗ ରହିଛି ।
ଶିକ୍ଷାଗତ ଯୋଗ୍ୟତା:- ଆବେଦନକାରୀ ନିଶ୍ଚିତ ରୂପେ କୌଣସି ଇଞ୍ଜିନିୟରିଂ କଲେଜରୁ ପାସ୍ କରିଥିବା ଆବଶ୍ୟକ । ବିଶେଷ କରି ଶେଷ ବର୍ଷର କୋର୍ସ କମ୍ପ୍ଲିଟ କରିଥିବା ଜରୁରୀ । ଯଦି ଆବେଦନକାରୀ ଶେଷ ବର୍ଷରେ ଅଧ୍ୟୟନ କରୁଥିବେ, ତେବେ ସମସ୍ତ ସେମିଷ୍ଟାର, ବାର୍ଷିକ ପରୀକ୍ଷା ମାର୍କ ସିଟ୍ ଏବଂ ସାର୍ଟିଫିକେଟ ପୈଠ କରିପାରିବେ । ଏଥିପାଇଁ ସମୟସୀମା ଜୁଲାଇ ୧ ୨୦୨୨ ରହିଛି । ଏଥିସହ ୧୨ ମାସ ମଧ୍ୟରେ IMAରେ ସମ୍ପୂର୍ଣ୍ଣ ବର୍ଷର ସାର୍ଟିଫିକେଟ ପୈଠ କରିବେ ।
ବୟସ ସୀମା:- ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଜୁଲାଇ ୨ ୧୯୯୫ ରୁ ଜୁଲାଇ ୧ ୨୦୦୨ ମଧ୍ୟରେ ଜନ୍ମିତ ହୋଇଥିବା ଆବଶ୍ୟକ । ଆବେଦନର ଶେଷ ତାରିଖ ଜାନୁଆରୀ ୪ ୨୦୨୨ ରହିଛି । ଜୁଲାଇ 2022 ରେ ଡେରାଡୁନର ଇଣ୍ଡିଆନ୍ ମିଲିଟାରୀ ଏକାଡେମୀ (IMA) ରେ ପରୀକ୍ଷା ଆରମ୍ଭ ହେବ । ୱେବସାଇଟ www.joinindianarmy.nic.in. ମାଧ୍ୟମରେ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ ।