ETV Bharat / bharat

ସାମରିକ ଅଭ୍ୟାସରେ ଭାଗ ନେବାକୁ ଢାକାରେ ପହଞ୍ଚିଲା ଭାରତୀୟ ସେନା ପ୍ରତିନିଧି ଦଳ

author img

By

Published : Apr 4, 2021, 7:40 PM IST

ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାଗ ନେବାକୁ ଭାରତୀୟ ସେନାର ଏକ ପ୍ରତିନିଧି ଦଳ ବାଂଲାଦେଶ ରାଜଧାନୀ ଢାକାରେ ପହଞ୍ଚିଛି । ଅଧିକ ପଢନ୍ତୁ...

ସାମରିକ ଅଭ୍ୟାସରେ ଭାଗ ନେବାକୁ ଢାକାରେ ପହଞ୍ଚିଲା ଭାରତୀୟ ସେନା ପ୍ରତିନିଧି ଦଳ
ସାମରିକ ଅଭ୍ୟାସରେ ଭାଗ ନେବାକୁ ଢାକାରେ ପହଞ୍ଚିଲା ଭାରତୀୟ ସେନା ପ୍ରତିନିଧି ଦଳ

ନୂଆଦିଲ୍ଲୀ: ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଭାଗ ନେବାକୁ ଭାରତୀୟ ସେନାର ଏକ ପ୍ରତିନିଧି ଦଳ ବାଂଲାଦେଶ ରାଜଧାନୀ ଢାକାରେ ପହଞ୍ଚିଛି । ବାଂଲାଦେଶ ପ୍ରତିଷ୍ଠାତା ତଥା ପ୍ରଥମ ପ୍ରଧାନମନ୍ତ୍ରୀ ଶେଖ୍ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ତଥା ବାଂଲାଦେଶ ମୁକ୍ତିର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏପ୍ରିଲ୍ 4-12 ରୁ ବହୁରାଷ୍ଟ୍ରୀୟ ସାମରିକ ବ୍ୟାୟାମ ଅନୁଷ୍ଠିତ ହୋଇଛି।ଡୋଗ୍ରା ରେଜିମେଣ୍ଟର ଅଫିସର, ଜୁନିଅର କମିଶନ ଅଫିସର (ଜୋକୋ) ଏବଂ ବାଟାଲିୟନ ଯବାନଙ୍କ ସମେତ ଭାରତୀୟ ସେନାର 30 ଜଣ ଯବାନଙ୍କୁ ନେଇ ଗଠିତ ଏହି ବାହିନୀ ଶନିବାର ଢାକାରେ ପହଞ୍ଚିିଛି ।

ଏହି ପ୍ରତିନିଧି ଦଳ ଢାକା ବିମାନ ବନ୍ଦରରେ ପହଞ୍ଚିବା ପରେ ବାଂଲାଦେଶ ସେନା ଦ୍ୱାରା ସାମରିକ ପରମ୍ପରା ଅନୁଯାୟୀ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା । ଗସ୍ତ କରିଥିବା ଭାରତୀୟ ସେନାର ଯବାନମାନେ ମଧ୍ୟ କୋଭିଡ ଆରଟିପିସିଆର ଟେଷ୍ଟ କରିଥିବା ଜଣାପଡିଛି ।

ଏହି ସାମରିକ ଅଭ୍ୟାସରେ ଭାରତୀୟ ସେନା ବ୍ୟତୀତ ରୟାଲ ଭୁଟାନ ସେନା, ଶ୍ରୀଲଙ୍କା ସେନା ଏବଂ ବାଂଲାଦେଶ ସେନାର କଣ୍ଟିଜେଣ୍ଟ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଅଭ୍ଯାସର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଶାନ୍ତି ରକ୍ଷା । ଏହି ବ୍ୟାୟାମରେ ଆମେରିକା, ବ୍ରିଟେନ, ତୁର୍କୀ, ସାଉଦି ଆରବ, କୁଏତ ଏବଂ ସିଙ୍ଗାପୁରର ସାମରିକ ପର୍ଯ୍ୟବେକ୍ଷକମାନେ ମଧ୍ୟ ଯୋଗଦେବେ ବୋଲି ଭାରତୀୟ ସେନା ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.