ETV Bharat / bharat

ସୀମାରେ ଦୀପାବଳି ପାଳିଲା BSF, ପଡୋଶୀ ସେନାକୁ ବାଣ୍ଟିଲା ମିଠା

author img

By

Published : Nov 4, 2021, 6:40 PM IST

ଦୀପାବଳି ଅବସରରେ ପଡୋଶୀ ସେନାକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲା ବିଏସଫ । ଅଟ୍ଟାରୀ-ୱାଘା ସୀମାରେ ପାକିସ୍ତାନ ରେଞ୍ଜର୍ସ ଓ ତ୍ରିପୁରାରେ ବାଂଲାଦେଶ ସେନା ସହ ହେଲା ଶୁଭେଚ୍ଛା ବିନିମୟ । ପଢନ୍ତୁ ଅଧିକ ...

ଦୀପାବଳି ଅବସରରେ ସୀମାରେ ପଡୋଶୀ ସେନାକୁ ମିଠ ବାଣ୍ଟି ଶୁଭେଚ୍ଛା ଜଣାଇଲା BSF

ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ଅବସରରେ ସୀମାରେ ଭାରତୀୟ ସେନା ପଡୋଶୀ ଦୁଇ ଦେଶର ସେନାକୁ ମିଠା ବାଣ୍ଟି ଅଭିନନ୍ଦନ ଜଣାଇଛି। ଭାରତ-ପାକ ଓ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାର ଏକାଧିକ ଫରଓ୍ବାର୍ଡ ପୋଷ୍ଟରେ ଏହି ଶୁଭେଚ୍ଛା ବିମିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଗୁଜୁରାଟର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଓ ରାଜସ୍ଥାନର ବର୍ମର ସେକ୍ଟରରେ ଭାରତୀୟ ସୀମା ସୁରକ୍ଷା ବଳ ପାକିସ୍ତାନ ସେନାକୁ ମିଠା ବାଣ୍ଟି ଦୀପାବଳିର ଶୁଭେଛା ଜଣାଇଛି ।

ସେହିପରି ଭାରତ-ପାକ ସୀମାର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପୋଷ୍ଟ ପଞ୍ଜାବର ଅଟ୍ଟାରୀ-ୱାଘା ସୀମାରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଏବଂ ପାକିସ୍ତାନ ରେଞ୍ଜର୍ସ ମିଠା ବିନିମୟ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ପକ୍ଷର ଉଚ୍ଚପଦସ୍ଥ ସେନାଧିକାରୀ ସାମିଲ ହୋଇ ପରସ୍ପରକୁ ଶୁଭେଚ୍ଛା ଜଣାଇଥିବା ନଜର ଆସିଛନ୍ତି ।

ସେହିପରି ଅନ୍ୟତମ ପଡୋଶୀ ବାଂଲାଦେଶ ସହ ମଧ୍ୟ ଶୁଭେଚ୍ଛା ବିନିମୟ କରିଛି ବିଏସଫ । ଆଜି ତ୍ରିପୁରାରେ ଦୁଇ ଦେଶର ସୀମାରେ BSF ଓ ବାଂଲାଦେଶ ଯବାନଙ୍କ ମଧ୍ୟରେ ମିଠା ଓ ଶୁଭେଚ୍ଛା ବିନିମୟ ହୋଇଛି । ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପୋଷ୍ଟ ତଥା ଅଗରତାଲାର ସମନ୍ବିତ ଚେକ ପୋଷ୍ଟରେ ଦୁଇ ଦେଶର ସୁରକ୍ଷା ବଳ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ବିଭିନ୍ନ ଜାତୀୟ ଦିବସ ସହ ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣିରେ ଭଭୟ ପକ୍ଷ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପରମ୍ପରା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.