ETV Bharat / bharat

ଭାରତୀୟ ବଂଶୋଦ୍ଭବ ନନ୍ଦ ମୁଲଚନ୍ଦାନି CIA ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ

author img

By

Published : May 1, 2022, 8:32 PM IST

ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ଇଣ୍ଟେଲଜେନ୍ସି ଏଜେନ୍ସିର ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ ହେଲେ ଭାରତୀୟ-ଆମେରିକୀୟ ନନ୍ଦ ମୁଲଚନ୍ଦାନି । ଅଧିକ ପଢନ୍ତୁ

ଭାରତୀୟ-ଆମେରିକୀୟ ନନ୍ଦ ମୁଲଚାନଦାନି CIA ପ୍ରଥମ ବୈଷୟିକ ମୁଖ୍ୟ ନିଯୁକ୍ତ

ହାଇଦ୍ରାବାଦ: ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ ଇଣ୍ଟେଲଜେନ୍ସି ଏଜେନ୍ସି Central Intelligence Agency (CIA)ର ପ୍ରଥମ ମୁଖ୍ୟ ବୈଷୟିକ ଅଧିକାରୀ (CTO) ହେଲେ ଭାରତୀୟ-ଆମେରିକୀୟ ନନ୍ଦ ମୁଲଚନ୍ଦାନି । ସିଲିକନ୍ ଭ୍ୟାଲି ସମେତ ପ୍ରତିରକ୍ଷା ବିଭାଗ (DoD) ରେ 25 ବର୍ଷରୁ ଅଧିକ ଅଭିଜ୍ଞତା ରଖିଥିବା ନନ୍ଦ ମୁଲଚନ୍ଦାନି ସଂସ୍ଥାର ପ୍ରଥମ ମୁଖ୍ୟ ବୈଷୟିକ ଅଧିକାରୀ ଭାବେ ଏହି ନିଯୁକ୍ତି ପାଇଛନ୍ତି ।

ଭାରତରେ ଜନ୍ମିତ ନନ୍ଦ ମୁଲଚନ୍ଦାନି ବିଶ୍ବର କେତେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରିଛନ୍ତି । ସେ କର୍ଣ୍ଣେଲରୁ କମ୍ପ୍ୟୁଟର ସାଇନ୍ସ ଏବଂ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି । ସେହିପରି ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଲୟରୁ ମ୍ୟାନେଜମେଣ୍ଟରେ ବିଜ୍ଞାନ ଡିଗ୍ରୀ ଏବଂ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଉଚ୍ଚଶିକ୍ଷା ପାଇଁ ସେ ଆମେରିକା ଯିବା ପୂର୍ବରୁ ଦିଲ୍ଲୀର ବ୍ଲ୍ୟୁବେଲସ ସ୍କୁଲ ଇଣ୍ଟରନ୍ୟାସନାଲରେ ନିଜ ସ୍କୁଲ କ୍ୟାରିୟର ଶେଷ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.