ETV Bharat / bharat

ଅଗ୍ନିବୀର ନିଯୁକ୍ତି: ନଭେମ୍ବର ପ୍ରଥମ ସପ୍ତାହରେ ପଞ୍ଜୀକରଣ କରିବ ବାୟୁସେନା - ଅଗ୍ନିବୀରବାୟୁ

ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ଏହାରି ଭିତରେ ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ବାୟୁସେନା । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ପଞ୍ଜୀକରଣ କରିବ ବାୟୁସେନା ।

ନଭେମ୍ବର ପ୍ରଥମ ସପ୍ତାହରେ ପଞ୍ଜୀକରଣ କରିବ ବାୟୁସେନା

author img

By

Published : Oct 12, 2022, 12:37 PM IST

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉଛି । ଏହାରି ଭିତରେ ଅଗ୍ନିବୀରବାୟୁ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ବାୟୁସେନା । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ପଞ୍ଜୀକରଣ କରିବ ବାୟୁସେନା । ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ପଞ୍ଜୀକରଣ କରିପାରିବେ । ଆସନ୍ତାବର୍ଷ ଅର୍ଥାତ 2023 ଜାନୁଆରୀ ମଧ୍ୟ ଭାଗରେ ଅନଲାଇନ ପରୀକ୍ଷା ହେବ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

  • Registration for STAR 01/2023 for Agniveervayu Intake 01/2023 will open in first week of Nov 2022 for male and female candidates.
    On-line examination will be conducted in mid Jan 2023.

    For more details, interested candidates may visit https://t.co/kVQxOwD3qH pic.twitter.com/IFcV0ZfSkY

    — Indian Air Force (@IAF_MCC) October 12, 2022 " class="align-text-top noRightClick twitterSection" data=" ">

ଗତ ଜୁନ 24ରେ ଆଶାୟୀ ପ୍ରାର୍ଥୀମାନେ ଅଗ୍ନିପଥରେ ପଞ୍ଜିକରଣ କରିଥିଲେ । ଜୁଲାଇ 5 ଯାଏ ଏହି ପଞ୍ଜୀକରଣ ହୋଇଥିଲା । 21 ଅଗଷ୍ଟରୁ 28 ତାରିଖ ମଧ୍ୟରେ ଚୟନ ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସ ଟେଷ୍ଟ ହୋଇଥିଲା । 29ରୁ ନଭେମ୍ବର 8 ଯାଏଁ ସେମାନଙ୍କ ମେଡିକାଲ ଟେଷ୍ଟ କରାଯିବ । ଏହି ପରୀକ୍ଷାରେ ଯେଉଁ ପ୍ରାର୍ଥୀମାନେ ଉତ୍ତୀର୍ଣ୍ଣ ହେବେ, ଡିସେମ୍ବରରେ ସେମାନଙ୍କ ନାମ ପ୍ରକାଶ ପାଇବ । 30 ଡିସେମ୍ବରରୁ ସେମାନଙ୍କ ଟ୍ରେନିଂ ଆରମ୍ଭ ହେବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ବିବୃତ୍ତିରେ ପ୍ରକାଶ ପାଇଥିଲା।

ଏହା ବି ପଢନ୍ତୁ...ଆହ୍ଲାବାଦ HCଙ୍କ ବଡ଼ ରାୟ, ପ୍ରଥମ ପତ୍ନୀଙ୍କ ଦାୟିତ୍ବ ତୁଲାଇବାରେ ଅସମର୍ଥ ମୁସଲିମଙ୍କୁ ଦ୍ବିତୀୟ ବିବାହ ମନା

କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପାଇଁ ସେନାରେ ନିଯୁକ୍ତି ବନ୍ଦ ରହିଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି । ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଭାବେ 4 ବର୍ଷ ପାଇଁ ସେନାରେ ସୁଯୋଗ ମିଳିବ । ସର୍ବ ଭାରତୀୟ ପ୍ରତିଭା ଆଧାରରେ ନିଯୁକ୍ତ ହେବ । ଆକର୍ଷଣୀୟ ମାସିକ ବେତନ ଏବଂ ସେବା ନିଧି ପ୍ୟାକେଜ ରହିଛି । 4 ବର୍ଷ ପରେ ପ୍ରତିଭା ଏବଂ ସାଂଗଠନିକ ଆବଶ୍ୟକତାକୁ ଆଧାର କରି ଏକ କେନ୍ଦ୍ରୀୟ, ସ୍ବଚ୍ଛ ବ୍ୟବସ୍ଥା ମାଧ୍ୟମରେ ନିୟମିତ କ୍ୟାଡରରେ 25% ପର୍ଯ୍ୟନ୍ତ ଅଗ୍ନିବୀରଙ୍କ ଚୟନ କରାଯିବ । ଯୋଜନାକୁ ବିରୋଧ କରି ବିହାର ସମେତ ଦେଶର ଅନେକ ସ୍ଥାନରେ ପୋଡାଜଳା ହୋଇଥିବା ଦେଖିବାକୁ ମିିିଳିିଥିଲା । ବିହାରରୁ ମୁଣ୍ଡ ଟେକିଥିବା ବିକ୍ଷୋଭ ବହ୍ନି ଦେଶରେ ଅନେକ ରାଜ୍ୟକୁ ବ୍ୟାପିବାରେ ଲାଗିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.