ETV Bharat / bharat

Emergency Landing: ଜରୁରୀ ଅବତରଣ କଲା ବାୟୁସେନା ବିମାନ, ତ୍ରୁଟି ସୁଧାରିଲେ ବୈଷୟିକ ଚିମ୍

author img

By ETV Bharat Odisha Team

Published : Oct 14, 2023, 9:32 PM IST

ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନା ବିମାନ । ବିମାନକୁ ଦେଖିବାକୁ ଘଟଣାସ୍ଥଳରେ ପ୍ରବଳ ଜନସମାଗମ ହୋଇଥିଲା । ଅଧିକ ପଢନ୍ତୁ

airforce helicopter emergency landing
ଜରୁରୀ ଅବତରଣ କଲା ବାୟୁସେନା ବିମାନ

ଲକ୍ଷ୍ନୌ: ପ୍ରୟାଗରାଜ ଜିଲ୍ଲାର ହୋଲାଗଢରେ ଜରୁରୀ ଅବତରଣ କଲା ଭାରତୀୟ ବାୟୁସେନା ବିମାନ । ଯାନ୍ତ୍ରିକ ତ୍ରୁଟି କାରଣରୁ ଭାରତୀୟ ବାୟୁସେନାର BFTC ବିମାନଟି ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବିମାନ ଉଡ଼ାଣ ପରେ ହଠାତ୍ ତ୍ରୁଟି ଦେଖାଦେଇଥିଲା । ତେଣୁ ପାଇଲଟମାନେ ଜରୁରୀକାଳୀନ ଅବତରଣ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଅବତରଣ ପରେ ହେଲିକପ୍ଟରଟି ଦୀର୍ଘ ୨ ଘଣ୍ଟା ଧରି ଚାଷଜମିରେ ରହିଥିବା ଦେଖିବାକୁ ମିଳିଥିଲା । ହୋଲାଗଢରେ ବିମାନର ଜରୁରୀ ଅବତରଣ ସମ୍ପର୍କରେ ଖବର ପାଇବା ପରେ ପୋଲିସ ପହଞ୍ଚିଥିଲା । ଘଟଣାସ୍ଥଳରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିବାବେଳେ ଉପସ୍ଥିତ ଲୋକଙ୍କୁ ଅଲଗା କରି ଏକ ସୁରକ୍ଷା କର୍ଡନ ତିଆରି କରିଥିଲା ପୋଲିସ । ଘଟଣାସ୍ଥଳରେ ବୈଷୟିକ ଟିମ୍ ପହଞ୍ଚି ତ୍ରୁଟି ସଂଶୋଧନ କରିଥିଲେ । ଏହାପରେ ହେଲିକପ୍ଟରଟି ପୁଣି ଥରେ ଉଡ଼ାଣ ଭରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ବାୟୁସେନା ହେଲିକପ୍ଟରଟି ହୋଲାଗଡ ପାୱାର ହାଉସ ନିକଟରେ ଅବତରଣ କରିଥିବାବେଳେ ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା । ଏହାପୂର୍ବରୁ 8 ଅକ୍ଟୋବରରେ ବାୟୁସେନା ଦିବସରେ ବାୟୁସେନା ଦ୍ବାରା ଏକ ଏୟାର ସୋ' ଆୟୋଜନ କରାଯାଇଥିଲା । ଯାହାକୁ ଦେଖିବା ପାଇଁ 27 ଲକ୍ଷରୁ ଅଧିକ ଲୋକ ପ୍ରୟାଗରାଜରେ ଏକାଠି ହୋଇଥିବାବେଳେ ରାସ୍ତା ପାଲଟିଥିଲା ଜନସମୁଦ୍ର । ଭାରତୀୟ ବାୟୁସେନାର ସେଣ୍ଟ୍ରାଲ ଏୟାର କମାଣ୍ଡ ସେଣ୍ଟରର PRO ୱିଙ୍ଗ କମାଣ୍ଡର ସମୀର ଗଙ୍ଗାଖେଡକର କହିଛନ୍ତି, "ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରଟି ଏକ ସୁରକ୍ଷିତ ସ୍ଥାନରେ ଅବତରଣ କରାଯାଇଥିଲା । ମୁଖ୍ୟାଳୟରୁ ବିଶେଷଜ୍ଞଙ୍କ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ଦଳ ଯାନ୍ତ୍ରିକ ତ୍ରୁଟି ସମାଧାନ କରିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଛି ।"

ଏହା ବି ପଢନ୍ତୁ...Emergency landing: ଜରୁରୀ ଅବତରଣ କଲା ବାୟୁସେନାର ଲଢୁଆ ହେଲିକପ୍ଟର Apache

ସେହିପରି ଗତ ୪ ତାରିଖରେ ଭୁବନେଶ୍ବରରୁ ଇଣ୍ଡିଗୋ ବିମାନ 6E 2065 ଉଡାଣ ଭରିଥିଲା । ଉଡାଣର ମାତ୍ର କିଛି ସମୟ ମଧ୍ୟରେ ମଝି ଆକାଶରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏହାପରେ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ପାଇଲଟ । ଫଳରେ ଅଧା ରାସ୍ତାରୁ ଫେରି ଆସିଥିଲା ଇଣ୍ଡିଗୋ ବିମାନ 6E 2065 । ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡ଼ାଣର ପ୍ରାୟ 20ରୁ ୨୫ ମିନିଟ ସମୟ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ବିମାନଟିକୁ ଜରୁରୀ ଅବତରଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତ୍ରୁଟି ଖବର ଶୁଣି ବିମାନଯାତ୍ରୀ ଭୟଭୀତ ହୋଇଯାଇଥିଲା । ମାତ୍ର ସମସ୍ତେ ଭୟଭୀତ ନ ହୋଇ ଅସୁବିଧାର ସାମ୍ନା କରି ସରୁକ୍ଷିତ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.