ETV Bharat / bharat

ଆଜି ଭାରତୀୟ ବାୟୁସେନାରେ ସାମିଲ ହେବ ଆଉ 3 ରାଫେଲ

ବଢିବ ଭାରତର ପ୍ରତିରକ୍ଷା ଶକ୍ତି । ଆଜି ଫ୍ରାନ୍ସରୁ ଭାରତ ଆସୁଛି ଆହୁରି 3 ରାଫେଲ ବିମାନ । ଅଧିକ ପଢନ୍ତୁ...

ଆଜି ଭାରତ ଆସିବ ଆଉ 3 ରାଫେଲ
ଆଜି ଭାରତ ଆସିବ ଆଉ 3 ରାଫେଲ
author img

By

Published : Mar 31, 2021, 11:25 AM IST

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ଶକ୍ତିଶାଳୀ ହେବ ଭାରତ । ବାୟୁ ସେନାରେ ସାମିଲ ହେବାକୁ ଯାଉଛି ଆଉ ତିନି ରାଫେଲ । ଆଜି ଫ୍ରାନ୍ସରୁ ଗୁଜୁରାଟ ଅମ୍ବାଲାରେ ଆସି ପହଞ୍ଚିବ ଲଢୁଆ ବିମାନ ରାଫେଲ । ଏହି ବିମାନଗୁଡିକ ସକାଳ 7ଟାରେ ଫ୍ରାନ୍ସ ଉଡାଣ ଭରି ଥିବାବେଳେ ସନ୍ଧ୍ୟା 7 ଟାରେ ଗୁଜୁରାଟରେ ପହଞ୍ଚିବ । ଏହାକୁ ଅମ୍ବାଲା ସ୍ଥିତି ଏୟାର ବେସରେ ମୁତୟନ କରାଯିବ । ଏଗୁଡିକୁ ଗୋଲ୍ଡେନ ଅରେଜ ସ୍କ୍ବାର୍ଡନରେ ସାମିଲ କରାଯିବାର ଯୋଜନା ରହିଛି ।

ଏହି ବିମାନ ଫ୍ରାନ୍ସରୁ ଗୁଜୁରାଟ ନନ-ଷ୍ଟପ ଉଡାଣ ଭରିବାକୁ ଥିବାବେଳେ ସଂଯୁକ୍ତ ଆରବ ଏମିରଟ୍ସ (ୟୁଏଇ) ଆକାଶରେ ତିନି ବିମାନରେ ଇନ୍ଧନ ଭର୍ତ୍ତି କରାଯିବ । ଆଜି ଏହି ବିମାନ ସାମିଲ ପରେ ଅମ୍ବାଲା ଏୟାର ବେସ ରାଫେଲ ସଂଖ୍ଯା 14ରେ ପହଞ୍ଚିବ । ଆସନ୍ତା ମାସରେ ଫ୍ରାନ୍ସରୁ ଆହୁରି 9ଟି ରାଫେଲ ଆସିବ । ଏହାକୁ ଉତ୍ତର ପଶ୍ଚିମବଙ୍ଗର ବାୟୁସେନା ଷ୍ଟେସନରେ ରଖାଯିବ । ଫ୍ରାନ୍ସିସି ଓ ଭାରତୀୟ ରାଷ୍ଟ୍ରଦୂତଙ୍କ ଅନୁସାରେ, ଭାରତୀୟ ବାୟୁସେନାର ଏକ ଟିମ ଏହି ତିନି ବିମାନ ଆଣିବାକୁ ଫ୍ରାନ୍ସ ଯାଇଛନ୍ତି ।

ସୂଚନାଯୋଗ୍ୟ, 20216ରେ ଭାରତ ଫ୍ରାନ୍ସ ସରକାରଙ୍କ ଠାରୁ 36ଟି ରାଫେଲ କିଣିବା ନେଇ ଚୁକ୍ତି କରିଛନ୍ତି । ଏଥିପାଇଁ 59 ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ବର୍ଷ 28 ଜୁଲାଇରେ ପ୍ରଥମ 5 ଟି ରାଫେଲ ଭାରତରେ ଆସି ପହଞ୍ଚିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.