ETV Bharat / bharat

IND vs AUS 2nd ODI: ସିରିଜ କବଜା କଲା ଭାରତ, କଙ୍ଗାରୁ ଦଳ ଧରାଶାୟୀ

author img

By ETV Bharat Odisha Team

Published : Sep 24, 2023, 10:37 PM IST

Updated : Sep 24, 2023, 11:03 PM IST

ଭାରତର ବୃହତ୍ତ ବିଜୟ,କଙ୍ଗାରୁ ଦଳ ଧରାଶାୟୀ । ଅଧିକ ପଢନ୍ତୁ

IND vs AUS 2nd ODI: ସିରିଜ କବଜା କଲା ଭାରତ , କଙ୍ଗାରୁ ଦଳ ଧରାସାୟୀ

ଭୋପାଲ: ଭାରତର ବୃହତ ବିଜୟ, କଙ୍ଗାରୁ ଦଳ ଧରାଶାୟୀ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ସିରିଜ କବଜା କିରିଛି ଟିମ ଇଣ୍ଡିଆ । ଭାରତର ବୋଲରଙ୍କ ସାମ୍ନାରେ ଧରାଶାୟୀ ହୋଇଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସ ମ୍ୟାନ । ଇନ୍ଦୋରରେ ଆଜି ଖେଳା ଯାଇଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଘରୋଇ ଦଳ ନିର୍ଦ୍ଧାରିତ ଓଭରେ 5 ୱିକେଟ ହରାଇ 399 ରନ୍ କରିଥିଲା । ୪୦୦ ରନ୍ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା କଙ୍ଗାରୁ ଦଳ । ହେଲେ ଅଷ୍ଟ୍ରେଲିଆ ୧୦ ୱିକେଟ ହରାଇ ମାତ୍ର ୨୧୭ ରନ୍ କରିବାରେ ସଫଳ ହୋଇଛି । ଫଳରେ ଏହି ସିରିଜକୁ କବଜା କରିଛି ଭାରତ ।

ବର୍ଷା ପାଇଁ ମ୍ୟାଚ ସାମାନ୍ୟା ବାଧା ପ୍ରାପ୍ତ ହୋଇଥିଳାବେଳେ ଓଭରକୁ କମାଯାଇ ୩୩ ଓଭର କାରାଯାଇଥିଲା,ଏହା ସହ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୩୧୭ ରନ୍ ଟାରେଗେଟ୍‌ ଦିଆଯାଇଥିଲା । ଫଳରେ ଭାରତ ୯୯ ରନରେ ବାଜିମାତ କରିଛି । ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଫଳରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଥିଲା ଭାରତ । ପ୍ରଥମ ଇଂନିସ ଭାରତର ଜବରଦସ୍ତ ବ୍ୟାଟିଂ ଦେଖିବାକୁ ମିଳିଛି । ଘରୋଇ ଦଳ ନିର୍ଦ୍ଧାରିତ ଓଭରେ 5 ୱିକେଟ ହରାଇ 399 ରନ୍ କରିବାରେ ସଫଳ ହୋଇଥିଲା । ଦିନିକିଆ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚରେ କେଏଲ ରାହୁଲ ଅଧିନତ୍ବରେ ପଡିଆକୁ ଓହ୍ଲାଇଥିଲା ଭାରତ । ଶୁଭମନ ଗିଲ, ଶ୍ରେୟାସ ଆୟର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଶୁଭମନ ଗିଲ 90ଟି ବଲରେ 104 ରନ୍ କରିଥିବାବେଳେ ଶ୍ରେୟାସ ଆୟର 97ଟି ବଲରେ 105 ରନ୍ କରିବାରେ ସଫଳ ହୋଇଥିଲେ । ଏଥିସହ ଋତୁରାଜ ଗାଏକ୍ବାଡ 8, ଅଧିନାୟକ କେଏଲ ରାହୁଲ 52,ଈଶାନ କିଷନ 31,ସୂର୍ଯ୍ୟକୁମାର ଯାଦବ 72, ରବିନ୍ଦ୍ର ଜାଡେଜା 13 ରନ୍‌ କରିବାରେ ସଫଳ ହୋଇଥିବାବେଳେ ଦଳୀୟ ସ୍କୋର 399ରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢନ୍ତୁ..ମିନି ବ୍ରାଜିଲ ଅଲଖପୁରା, ଫୁଟବଲ ପ୍ଲେୟାର ତିଆରି କରେ ଏହି ଗାଁ

ଏହା ସହ ଅଷ୍ଟ୍ରେଲିଆ 400 ରନ୍ ବିଜୟ ଲକ୍ଷରେ ଦ୍ବିତୀୟ ପାଳି ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲା । ଡେଭିଡ ୱାର୍ଣ୍ଣର ୫୩ ,ମାର୍ନସ ଲାବୁସାନ 27,ଆଲେକ୍ସ କ୍ୟାରୀ 14 ,କାମେରନ ଗ୍ରୀନ 19, ଏସ ଆବୋଟ 54, ଆଡାମ ଜାମ୍ଫା 5, ଜେ ହାଜେଲଉଡ 23କରି ଦଳୀୟ ସ୍କୋର 217ରେ ପହିଞ୍ଚିଥିଲା । ଭାରତ ଏହି ମ୍ୟାଚରେ ବିଜୟ ହୋଇ 2-0ରେ ଆଗୁଆ ରହିଛି ।

ଭାରତୀୟ ଚୂଡାନ୍ତ ଏକାଦଶ: ଶୁଭମନ ଗିଲ, ଋତୁରାଜ ଗାଏକ୍ବାଡ, ଶ୍ରେୟାସ ଆୟର, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ (ଅଧିନାୟକ), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ଆର ଅଶ୍ବିନୀ, ସାର୍ଦୁଳ ଠାକୁର, ମହମ୍ମଦ ସାମି, ପ୍ରସିଦ୍ଧ କ୍ରିଷ୍ଣା ।

ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଡେଭିଡ ୱାର୍ଣ୍ଣର, ଏମ ସର୍ଟ, ଷ୍ଟିଭେନ ସ୍ମିଥ (ଅଧିନାୟକ), ମାର୍ନସ ଲାବୁସାନ, କାମେରନ ଗ୍ରୀନ, ଆଲେକ୍ସ କ୍ୟାରୀ, ଜେ ଇଙ୍ଗଲିସ, ଜେ ହାଜେଲଉଡ, ଏସ ଜନସନ, ଏସ ଆବୋଟ, ଆଡାମ ଜାମ୍ଫା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Sep 24, 2023, 11:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.