ETV Bharat / bharat

ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଭାରତର ନୂଆ ଜାତୀୟ କାର୍ଯ୍ୟସୂଚୀକୁ ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ(ୟୁଏନଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନଡିସି)କୁ ଅନୁମୋଦନ ମିଳିଛି । ଅଧିକ ପଢନ୍ତୁ

Etv Bଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଭାରତର ନୂଆ ଜାତୀୟ କାର୍ଯ୍ୟସୂଚୀକୁ କ୍ୟାବିନେଟର ଅନୁମୋଦନharat
ଜଳବାୟୁ ପରିବର୍ତ୍ତନ ଚୁକ୍ତିର କାର୍ଯ୍ୟକାରିତା ସଂକ୍ରାନ୍ତ ଭାରତର ନୂଆ ଜାତୀୟ କାର୍ଯ୍ୟସୂଚୀକୁ କ୍ୟାବିନେଟର ଅନୁମୋଦନ
author img

By

Published : Aug 4, 2022, 7:59 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ(ୟୁଏନଏଫସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନଡିସି)କୁ ଅନୁମୋଦନ ମିଳିଛି ।ଏହି ଅଦ୍ୟତନ(ଅପଡେଟେଡ) ଏନଡିସିରେ ପ୍ୟାରିସ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି । ଭାରତର ଏହି କାର୍ଯ୍ୟାନୁଷ୍ଠାନ ଦେଶରୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ । ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି । ୟୁଏନଏଫସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ । ତେବେ ଏକ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦିଆଯିବ।

ଜାତିସଂଘ ନେତୃତ୍ବରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ବିଭିନ୍ନ ରାଷ୍ଟ୍ରମାନଙ୍କ ସମ୍ମିଳନୀ ନିୟମିତ ଭାବେ ଆୟୋଜିତ ହେଉଛି । ବ୍ରିଟେନର ଗ୍ଲାସଗୋରେ ଅନୁଷ୍ଠିତ କୋପ-୨୬ରେ ଭାରତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମଗ୍ର ପୃଥିବୀକୁ ଏକ ପଞ୍ଚସୂତ୍ରୀ ଯୋଜନା ଦେଇଥିଲା । ଯାହା “ପଞ୍ଚାମୃତ” ନାମରେ ପରିଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସୂତ୍ର ପ୍ରଦାନ କରିଥିଲେ । ଭାରତ ସେହି ପଞ୍ଚାମୃତ ସୂତ୍ରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାର୍ଯ୍ୟ କରୁଛି । ଏବେ ଭାରତ ତାହାର ଏହି କାର୍ଯ୍ୟକ୍ରମ/ଯୋଜନାକୁ ଅଦ୍ୟତନ (ଅପଡେଟ) କରି ସେଥିରେ ୨୦୭୦ ସୁଦ୍ଧା ତାହାର ଅଙ୍ଗାରକାମ୍ଳ (କାର୍ବନ)ନିର୍ଗମନ ହାରକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି ।

ପୂର୍ବରୁ ଭାରତ ୨୦୧୫ ଅକ୍ଟୋବର ୨ରେ ୟୁଏନଏଫସିସିସିକୁ ଏହାର ଏନଡିସି ପ୍ରଦାନ କରିଥିଲା । ଏଥିରେ ଆଠଟି ଲକ୍ଷ୍ୟ ଥିଲା । ସେଥିରୁ ତିନୋଟି ଯଥା ଅକ୍ଷୟଶକ୍ତି ଉତ୍ପାଦନ ମାଧ୍ୟମରେ ନିଜର ବିଜୁଳି ଆବଶ୍ୟକତାର ୪୦% ପୂରଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ୨୦୦୫ ସ୍ତର ଅନୁସାରେ ନିଜ ଜିଡିପିର ୩୩ରୁ ୩୫ଭାଗ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ତଥା ନୂତନ ଜଙ୍ଗଲ ଓ ସବୁଜିମା ସୃଷ୍ଟି ମାଧ୍ୟମରେ ଆଉ ଅତିରିକ୍ତ ୨.୫ରୁ ୩ ବିଲିୟନ ଟନର କାର୍ବନ ସିଙ୍କ ସୃଷ୍ଟି ଗୁରୁତ୍ୱ ପାଇଥିଲା ।

ନୂଆ ଏନଡିସି ଅନୁସାରେ, ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଭାରତ ତାହାର ଜିଡିପିର ୪୫ ଶତାଂଶ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସଂକଳ୍ପ ବଦ୍ଧ । ସେହିଭଳି ୨୦୩୦ ସୁଦ୍ଧା ଭାରତ ମଧ୍ୟ ଅଣ ପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ତାହାର ବିଜୁଳି ଉତ୍ପାଦନ କ୍ଷମତାକୁ ୫୦% ବୃଦ୍ଧି କରିବ । ବୁଧବାର କ୍ୟାବିନେଟରେ ଅନୁମୋଦିତ ଏନଡିସିରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ସ୍ଥାନ ପାଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଗରିବ ଓ ବିପଦାପନ୍ନ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ଜୀବନ ଶୈଳୀ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସମସ୍ତଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ଆସନ୍ତା ୨୦୩୦ ସୁଦ୍ଧା ଭାରତୀୟ ରେଳବାଇ ସମ୍ପୂର୍ଣ୍ଣ ସ୍ୱଚ୍ଛ ଇନ୍ଧନ ବ୍ୟବହାର କରିବା ଫଳରେ ବାର୍ଷିକ ଅଙ୍ଗାରକାମ୍ଳ ନିର୍ଗମନ ୬୦ ନିୟୁତ ଟନ ହ୍ରାସ ପାଇବ । ସେହିଭଳି ଏଲଇଡି ବଲବ ଅଭିଯାନ ଫଳରେ ଅଙ୍ଗାରକାମ୍ଳ ନିର୍ଗମନ ବାର୍ଷିକ ୪୦ ନିୟୁତ ଟନ କମିଥିବା ରିପୋର୍ଟରେ ଦର୍ଶାଯାଇଛି ।ଭାରତରେ ଜଳବାୟୁ ପରିବର୍ତ୍ତନ ମୁକାବିଲା କାର୍ଯ୍ୟ ପାଇଁ ମୁଖ୍ୟତଃ ଘରୋଇ ସମ୍ବଳ ବିନିଯୋଗ କରାଯାଉଛି । ତେବେ ଏକ୍ଷେତ୍ରରେ ଅଧିକ କିଛି କରିବା ପାଇଁ ଅତିରିକ୍ତ ସମ୍ବଳ ଓ ଅତ୍ୟାଧୁନିକ ଟେକନୋଲୋଜିର ଆବଶ୍ୟକତା ରହିଛି । ୟୁଏନଏଫସିସିସି ଏବଂ ପ୍ୟାରିସ ଚୁକ୍ତିର ସର୍ତ୍ତ ଅନୁସାରେ ଏହି ଅର୍ଥ ଓ ଟେକନୋଲୋଜି ବିକାଶଶୀଳ ରାଷ୍ଟ୍ରଙ୍କୁ ଯୋଗାଇ ଦେବା ବିକଶିତ ରାଷ୍ଟ୍ରମାନଙ୍କର ଦାୟିତ୍ୱ । ଭାରତ ମଧ୍ୟ ଏଭଳି ବାହ୍ୟ ଆର୍ଥିକ ସହାୟତା ଓ ଟେକନୋଲୋଜି ଆବଶ୍ୟକ କରୁଛି ।

ଭାରତର ଏନଡିସି କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାକୁ ବାଧ୍ୟତାମୂଳକ ନୁହେଁ । ଏହାର ମୂଳ ଲକ୍ଷ୍ୟ ହେଲା ସାମଗ୍ରିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ଓ ସମୟ କ୍ରମେ ଏହାର ଅର୍ଥନୀତିର ଊର୍ଜା ଦକ୍ଷତା ବୃଦ୍ଧି । ଏହା ମଧ୍ୟ ଦେଶର ଦୁର୍ବଳ ବର୍ଗ ଅର୍ଥନୀତିର ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ଚାହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.