ETV Bharat / bharat

ଚୀନକୁ ପଛରେ ପକାଇବ ଭାରତ, ୨୦୨୩ ସୁଦ୍ଧା ହେବ ବିଶ୍ୱର ସର୍ବାଧିକ ଜନସଂଖ୍ୟା ଦେଶ - ଭାରତର ଜନସଂଖ୍ୟା ନେଇ ଜାତିସଂଘର ରିପୋର୍ଟ

ଭାରତରେ ଅନିୟନ୍ତ୍ରିତ ଭାବରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୩ ସୁଦ୍ଧାରେ ଭାରତ ବିଶ୍ବର ସର୍ବାଧିକ ଜନସଂଖ୍ୟାର ଦେଶ ହେବ । ଅଧିକ ପଢ଼ନ୍ତୁ

ଚୀନକୁ ପଛରେ ପକାଇବ ଭାରତ, ୨୦୨୩ ସୁଦ୍ଧା ବିଶ୍ବର ସର୍ବାଧିକ ଜନସଂଖ୍ୟା ଦେଶ ହେବ

author img

By

Published : Jul 11, 2022, 4:26 PM IST

ହାଇଦ୍ରାବାଦ: ଭାରତରେ ଅନିୟନ୍ତ୍ରିତ ଭାବରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ କୌଣସି ନୀତି ନିର୍ଦ୍ଧାରଣ ହୋଇନଥିବା ବେଳେ ସୋମାବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ପ୍ରତ୍ୟେକଙ୍କୁ ଚିନ୍ତାରେ ପକାଇଛି । ଏହି ରିପୋର୍ଟ ମୁତାବକ ୨୦୨୩ ସୁଦ୍ଧା ଭାରତ ବିଶ୍ବର ସର୍ବାଧିକ ଜନସଂଖ୍ୟାର ଦେଶ ହେବ ।

ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଏହି ରିପୋର୍ଟ ପ୍ରକାଶ କିଛି ଜାତିସଂଘ (United Nation)ର ଅର୍ଥନୀତି ଓ ସାମାଜିକ ବ୍ୟାପାର ବିଭାଗ । ଏହି ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ସୁଦ୍ଧା ବିଶ୍ବ ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ । ୨୦୩୦ ସୁଦ୍ଧା ଏହି ସଂଖ୍ୟା ୮.୫ରେ ପହଞ୍ଚିବ । ୧୯୫୦ ପରଠୁ ସାରା ବିଶ୍ବରେ ଜନସଂଖ୍ୟା ଏହାରି ସବୁଠାରୁ ଧିମା ଗତିରେ ବୃଦ୍ଧି ପାଉଛି । ୨୦୨୦ରେ ଏହା ୧ ପ୍ରତିଶତରୁ ମଧ୍ୟ କମ୍‌ ରହିଥିଲା ।

ବର୍ତ୍ତମାନ ବିଶ୍ବର ସବୁଠାରୁ ଅଧିକ ଜନସଂଖ୍ୟାର ଦେଶ ହେଉଛି ଚୀନ ଏହାପରେ ଦ୍ବିତୀୟ ସ୍ଥାନରେ ଭାରତ ରହିଛି । ଦୁଇ ଦେଶର ଜନସଂଖ୍ୟା ମୋଟ ଆକାରରେ 2.8 ବିଲିୟନରେ ପହଞ୍ଚିଲାଣି । କେବଳ ଦକ୍ଷିଣ-ପୂର୍ବ ଏସିଆରେ ଜନସଂଖ୍ୟା ୨.୩ ବିଲିୟନରେ ପହଞ୍ଚିଛି । ଏଠାରେ ବିଶ୍ବର ୨୬ ପ୍ରତିଶତ ଲୋକ ବାସ କରନ୍ତି । ବର୍ତ୍ତମାନ ୮ଟି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସମେତ ଡେମୋକ୍ରେଟିକ ରିପବ୍ଲିକ୍‌, କଙ୍ଗୋ, ଇଜିପ୍ଟ, ଇଥିଓପିଆ, ନାଇଜେରିଆ, ପାକିସ୍ତାନ, ଫିଲିପିନ୍ସ ଓ ତାଞ୍ଜାନିଆରେ ଜନସଂଖ୍ୟା ହାର ବୃଦ୍ଧି ପାଇଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ଜାତିସଂଘ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.